Gazaରେ ମିସାଇଲ୍ ମାରି ନୂଆବର୍ଷକୁ ସ୍ୱାଗତ କଲା Israel
Advertisement
Article Detail0/zeeodisha/odisha1061132

Gazaରେ ମିସାଇଲ୍ ମାରି ନୂଆବର୍ଷକୁ ସ୍ୱାଗତ କଲା Israel

ରବିବାର ବିଳମ୍ବିତ ରାତିରେ ଗାଜା ଷ୍ଟ୍ରିପରେ ତିନୋଟି ଭୟଙ୍କର ବିସ୍ଫୋରଣ ହୋଇଥିଲା। ଇସ୍ରାଇଲ ସେନା (Israel military) ପକ୍ଷରୁ ଯୁଦ୍ଧ ବିମାନ ଦ୍ୱାରା ରକେଟେ ମାଡ଼ କରାଯାଇଛି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

ଫାଇଲ ଫଟୋ

ଜେରୁସେଲମ: ବିଶ୍ୱବାସୀ ବାଣଫୁଟାଇ, ମଜାମସ୍ତି କରି ଶୁକ୍ରବାର ନୂଆବର୍ଷ ୨୦୨୨କୁ ସ୍ୱାଗତ କରୁଥିଲେ। ଆଉ ଅନ୍ୟପଟେ ଇସ୍ରାଏଲ ମିସାଇଲ ମାରି ନବବର୍ଷକୁ ସ୍ୱାଗତ କରିଛି। ରବିବାର ଇସ୍ରାଏଲ ସେନା ପକ୍ଷରୁ ହାମସ ଅଧିକୃତ ଗାଜା ଷ୍ଟ୍ରିପରେ ମିସାଇଲ ମାଡ କରାଯାଇଛି।

ରବିବାର ବିଳମ୍ବିତ ରାତିରେ ଗାଜା ଷ୍ଟ୍ରିପରେ ତିନୋଟି ଭୟଙ୍କର ବିସ୍ଫୋରଣ ହୋଇଥିଲା। ଇସ୍ରାଇଲ ସେନା (Israel military) ପକ୍ଷରୁ ଯୁଦ୍ଧ ବିମାନ ଦ୍ୱାରା ରକେଟେ ମାଡ଼ କରାଯାଇଛି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ଦକ୍ଷିଣ ଗାଜା ଷ୍ଟ୍ରିପର ଖାନ ୟୁନିସରେ ରେକର୍ଡିଂ କରାଯାଇଥିବା ଦାବି କରାଯାଉଛି। ଇସ୍ରାଏଲ ସେନାର ଏହି ଏୟାର ଷ୍ଟ୍ରାଇକ (airstrikes) ରେ କୌଣସି ଜୀବନ ହାନି ହୋଇନଥିବା ସୂଚନା ମିଳିଛି।

Also Read: ନୂଆ ବର୍ଷକୁ ନେଇ ଭବିଷ୍ୟବ୍ୟକ୍ତାଙ୍କ ଭୟଙ୍କର ଭବିଷ୍ୟବାଣୀ; ଯଦି ହୁଏ ସତ ତାହେଲେ ଆସିବ ବିନାଶ!

ଇସ୍ରାଇଲ (Israel) ସେନା କହିଛି ଯେ, ହାମସ ଆତଙ୍କବାଦୀ ସଙ୍ଗଠନକୁ ଦମନ ପାଇଁ ଏୟାର ଷ୍ଟ୍ରାଇକ କରାଯାଇଛି। ଗୁରୁବାର ଗାଜା (Gaza Strip) ଆଡୁ ଦୁଇଟି ରକେଟ ମାଡ ହୋଇଥିଲା। ଯାହା ଏହାର ପ୍ରତିଜବାବରେ ସେଣ୍ଟ୍ରାଲ ଇସ୍ରାଏଲର ଭୂମଧ୍ୟସାଗରୀୟ ସମୁଦ୍ରରେ ପଡିଥିଲା। ହାମସ ପରୀକ୍ଷଣମୂଳକ ଭାବେ ରକେଟ ଫାୟାର କରିଥିବା କୁହାଯାଉଛି। ତେବେ ପ୍ରକୃତରେ କେଉଁ ଉଦ୍ଦେଶ୍ୟରେ ଗାଜାରୁ ରକେଟ ମାଡ କରାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ।

ଉଭୟ ପକ୍ଷରୁ ହୋଇଥିବା ରକେଟ ମାଡରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ। କିନ୍ତୁ ଗତ ବୁଧବାର ଗାଜା (Gaza) ରେ ପାଲେଷ୍ଟାଇନ (Palestinian) ଆତଙ୍କୀମାନେ ଗୁଳିମାଡ କରିଥିଲେ। ଏଥିରେ ଜଣେ ଇସ୍ରାଏଲ ନାଗରିକ ଆହତ ହୋଇଥିଲେ। ଏହାର ପ୍ରୋତିଶୋଧ ନେବାକୁ ହାମସ (Hamas) ର ଏକାଧିକ କ୍ୟାମ୍ପ ଉପରେ ଇସ୍ରାଏଲ ସେନା ଟ୍ୟାଙ୍କ ଫାୟାର କରିଥିଲା।