ଭାରତ ରାସ୍ତାରେ ଇସ୍ରାଏଲ, କୋରୋନା ମୁକାବିଲା ଲାଗି ପୁନର୍ବାର ଲାଗୁ ହେଲା ଦେଶବ୍ୟାପୀ ଲକଡାଉନ
Advertisement

ଭାରତ ରାସ୍ତାରେ ଇସ୍ରାଏଲ, କୋରୋନା ମୁକାବିଲା ଲାଗି ପୁନର୍ବାର ଲାଗୁ ହେଲା ଦେଶବ୍ୟାପୀ ଲକଡାଉନ


ପ୍ରାୟ ୯୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲରେ ୧୫୫୬୦୪ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପ୍ରାୟ ୧୧୧୯ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଜନସଂଖ୍ୟା ଓ  କୋରୋନା ସଂକ୍ରମଣ ମାମଲାରେ ଇସ୍ରାଏଲ ବିଶ୍ୱର ଅନ୍ୟତମ  ପ୍ରଭାବିତ ଦେଶ।       

ଭାରତ ରାସ୍ତାରେ ଇସ୍ରାଏଲ, କୋରୋନା ମୁକାବିଲା ଲାଗି ପୁନର୍ବାର ଲାଗୁ ହେଲା ଦେଶବ୍ୟାପୀ ଲକଡାଉନ

ଜେରୁସେଲମ: କୋଭିଡ୧୯ ପ୍ରଭାବରେ ଘାଇଲା ହୋଇପଡିଛି ଭାରତର (India) ଅନ୍ୟତମ ସହଯୋଗୀ ଦେଶ ଇସ୍ରାଏଲ (Israel)। ବିଶ୍ୱ ମହାମାରୀ କୋରୋନା ସଂକଟର (Corona Crisis) ମୁକାବିଲା ଲାଗି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ (Second Phase Lockdown) ଲାଗୁ କରିବାକୁ ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ (Israel Prime Minister) ବେଞ୍ଜାମିନ ନେତାନ୍ୟାହୁ (Benjamin Netanyahu)। ପୂର୍ବରୁ କୋରୋନା ମୁକାବିଲା ଲାଗି ଦେଶବ୍ୟାପୀ ଲକ ଡାଉନ (Nation Wide Lockdown) ଜାରି କରିଥିଲେ ଭାରତ ସରକାର (Govt of India)। 

ଇସ୍ରାଏଲରେ ଲାଗୁ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନ ୩ ସପ୍ତାହ ଧରି କାର୍ଯ୍ୟକାରୀ କରାଯିବ । ଯଦି ଆବଶ୍ୟକ ପଡେ ତାହେଲେ ଏହାକୁ ସମ୍ପ୍ରସାରିତ କରାଯିବ । ଦେଶବ୍ୟାପୀ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଲାଗୁ କରିବାରେ ଇସ୍ରାଏଲ ବିଶ୍ୱର ପ୍ରଥମ ରାଷ୍ଟ୍ର।  

ଏନେଇ ମତ ରଖି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ବାଧ୍ୟବାଧକତା କାରଣରୁ ମୋତେ ପୁନର୍ବାର ଲକଡାଉନ ଲାଗୁ କରିବାକୁ ପଡୁଛି । ଏହା ସେହି ଛୁଟି ନୁହେଁ ଯେଉଁଠି ଲୋକେ ନିଜ ଇଚ୍ଛା ଅନୁସାରେ ହସଖୁସି କରିପାରିବେ । ସମସ୍ତଙ୍କୁ ବଞ୍ଚାଇବା ଲାଗି ଏହି ଲଢେଇ କରିବାକୁ ପଡୁଛି । ଲୋକ ନିଜ ପରିବାର ସହ ଘରେ ରୁହନ୍ତୁ । ଯଦି ଆମେ ନିୟମକୁ ମାନିବା ତାହେଲେ କୋରୋନାକୁ ହରାଇ ପାରିବ ।          

ଲକଡାଉନ ନିଷ୍ପତ୍ତିକୁ ବିରୋଧ କରି ଇହୁଦୀ ନବବର୍ଷ ପୂର୍ବରୁ (Jewish New Year) ଇସ୍ରାଏଲର ଜଣେ ମନ୍ତ୍ରୀ ଇସ୍ତଫା ପ୍ରଦାନ କରିଛନ୍ତି । ଦିନକୁ ଇସ୍ରାଏଲରେ କୋରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି । ମହାମାରୀ ଆରମ୍ଭ ହେବା ସମୟରେ ଇସ୍ରାଏଲର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବର୍ତ୍ତମାନ ଗୃହ ମନ୍ତ୍ରୀ ୟାକୋଭ ଲିଟଜମ୍ୟାନ ଲକଡାଉନ୍ ପଦକ୍ଷେପକୁ ସମାଲୋଚନା କରିବା ସହ କହିଛନ୍ତି, "ଏହା ଦ୍ୱାରା ଲୋକଙ୍କ ପାଇଁ ଅନେକ ଅସୁବିଧା ସୃଷ୍ଟି ହେବ । ମୋର ହୃଦୟ ହଜାର ହଜାର ଇହୁଦୀଙ୍କ ସହିତ ଅଛି ଯେଉଁମାନେ ବର୍ଷକୁ ଥରେ ପୂଜାପାଠ ଘରକୁ ଆସିଥାନ୍ତି, ହେଲେ ଲକ ଡାଉନ ଲାଗୁ ହେବା କାରଣରୁ ଏଥର ଏହା ସମ୍ଭବ ହେବ ନାହିଁ। "
 
ପ୍ରାୟ ୯୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲରେ ୧୫୫୬୦୪ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପ୍ରାୟ ୧୧୧୯ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଜନସଂଖ୍ୟା ଓ  କୋରୋନା ସଂକ୍ରମଣ ମାମଲାରେ ଇସ୍ରାଏଲ ବିଶ୍ୱର ଅନ୍ୟତମ  ପ୍ରଭାବିତ ଦେଶ।