ମମତା ବାନାର୍ଜୀଙ୍କୁ ନେଇ ଗମ୍ଭୀର ଅଭିଯୋଗ ଆଣିଲେ ରାଜ୍ୟପାଳ
Advertisement

ମମତା ବାନାର୍ଜୀଙ୍କୁ ନେଇ ଗମ୍ଭୀର ଅଭିଯୋଗ ଆଣିଲେ ରାଜ୍ୟପାଳ

ବାତ୍ୟା ଅମ୍ଫାନ ମୁକାବିଲା କ୍ଷେତ୍ରରେ ସରକାରଙ୍କ ଆନ୍ତରିକତାକୁ ନେଇ ଏପରି କିଛି ପ୍ରଶ୍ନ ଉଠାଇଛନ୍ତି ରାଜ୍ୟପାଳ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ପୁଣିଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଲେ ରାଜ୍ୟପାଳ ଜଗଦୀପ ଧନଖଡ଼(Jagdeep Dhankhar)  । ବାତ୍ୟା ଅମ୍ଫାନ ମୁକାବିଲା କ୍ଷେତ୍ରରେ ସରକାରଙ୍କ ଆନ୍ତରିକତାକୁ ନେଇ ଏପରି କିଛି ପ୍ରଶ୍ନ ଉଠାଇଛନ୍ତି ରାଜ୍ୟପାଳ । ଏପରିକି ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଅପିଲ ମଧ୍ୟ କରିଛନ୍ତି । ଗ୍ରାଉଣ୍ଡ ଜିରୋରେ ରିଲିଫ ପହଞ୍ଚାଇବା ପାଇଁ ମଧ୍ୟ ରାଜ୍ୟପାଳ କହିଛନ୍ତି । 

ରାଜ୍ୟପାଳ ଜଗଦୀପ ଧନଖଡ଼ ଏକ ଟ୍ୱିଟ କରି ଦିଦିଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ''ବିଜୁଳି, ପାନୀୟ ଜଳ ଏବଂ ଅନ୍ୟ ଜରୁରୀ ସେବା ଖୁବଶୀଘ୍ର ସ୍ୱାଭାବିକ କରିବା ଦରକାର । ମମତା ବାନାର୍ଜୀ, ଏବେ ମିଡ଼ିଆରେ ଦାବି କରିବାର ସମୟ ନୁହେଁ । ଏବେ ଲୋକଙ୍କ ପାଖରେ ରିଲିଫ ପହଞ୍ଚାଇବାର ଆବଶ୍ୟକତା ଅଛି ।''

ରାଜ୍ୟପାଳ ଆହୁରି ମଧ୍ୟ ଲେଖିଛନ୍ତି, ଯଦି ରାଜନୀତି ନକରି ଠିକ୍ ସମୟରେ ପ୍ରସ୍ତୁତି ଉପରେ ଧ୍ୟାନ ଦିଆଯାଇଥାଆନ୍ତା, ତେବେ ସ୍ଥିତି ଏପରି ଭୟାବହ ହୋଇ ନ ଥାନ୍ତା । ବରିଷ୍ଠ ମନ୍ତ୍ରୀଙ୍କ ସେନ୍ସ(ତୁ ତୁ ମେ ମେ) ଏବଂ ବିଧାୟକଙ୍କ କାର୍ଯ୍ୟକଳାପ ବାସ୍ତବିକ ସ୍ଥିତି ଦର୍ଶାଉଛି ବୋଲି କହିଛନ୍ତ  ରାଜ୍ୟପାଳ ଜଗଦୀପ ଧନଖଡ଼ । 

ସେହିପରି ଗ୍ରାମୀଣ କ୍ଷେତ୍ରର ସ୍ଥିତି ନେଇ ମଧ୍ୟ ରାଜ୍ୟପାଳ ଚିନ୍ତାପ୍ରକଟ କରିଛନ୍ତି । ଆରୋପ ପ୍ରତ୍ୟାରୋପର ଖେଳ ଛାଡ଼ିବାକୁ ପଡ଼ିବ । ଗ୍ରାମୀଣ କ୍ଷେତ୍ର ଉପରେ ଧ୍ୟାନ ଦେବାକୁ ହେବ । କାହିଁକିନା ଗ୍ରାମୀଣ କ୍ଷେତ୍ରରେ ସ୍ଥିତି ଭୟାବହ ରହିଛି । ତେଣୁ ଏହି କ୍ଷେତ୍ରକୁ ଉପେକ୍ଷା କରାଯାଇପାରିବ ନାହିଁ । ସମ୍ବିଧାନ ଅନୁସାରେ ମୁଁ ମୁଖ୍ୟମନ୍ତ୍ରୀ ମମଦା ବାନାର୍ଜୀଙ୍କୁ ସ୍ଥିତି ସ୍ପଷ୍ଟ କରିବା ପାଇଁ ଆଗ୍ରହ କରୁଥିବା କହିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ । 

କହିରଖୁଛୁ, 'ଅମ୍ଫାନ' ପ୍ରସ୍ତୁତି ନେଇ ପଶ୍ଚିମବଙ୍ଗ ସରକାରଙ୍କ ପ୍ରସ୍ତୁତି ଉପରେ ନିକଟରେ ହିଁ ପ୍ରଶ୍ନ ଉଠାଇଥିଲେ ରାଜ୍ୟପାଳ । ପାଣିପାଗ ବିଭାଗ ବାତ୍ୟା ନେଇ ୧୫ ଦିନ ପୂର୍ବରୁ ସୂଚନା ଦେଇଥିଲେ । ହେଲେ ପଶ୍ଚିମବଙ୍ଗ ସରକାର କାହିଁକି ପୁରା ପ୍ରସ୍ତୁତି କରିନଥିଲେ ବୋଲି ପ୍ରଶ୍ନ ଉଠାଇଥିଲେ ରାଜ୍ୟପାଳ । ଯଦି ୩ ଦିନ ପୂର୍ବରୁ ଆର୍ମିଙ୍କୁ ଡକାଯାଇଥାନ୍ତା, ତେବେ ସ୍ଥିତି ଏତେ ଭୟଙ୍କର ହୋଇନଥାନ୍ତା ବୋଲି ରାଜ୍ୟପାଳ କହିଥିଲେ ।