Jahangirpuri Violence: କ'ଣ ରହିଛି ୨୦୨୦ ଦିଲ୍ଲୀ ଦଙ୍ଗା ସହ ସମ୍ପର୍କ?
Advertisement
Article Detail0/zeeodisha/odisha1155636

Jahangirpuri Violence: କ'ଣ ରହିଛି ୨୦୨୦ ଦିଲ୍ଲୀ ଦଙ୍ଗା ସହ ସମ୍ପର୍କ?

ଗତ ୨୦୨୦ ଫେବୃଆରୀରେ ଉତ୍ତର ପୂର୍ବ  ଦିଲ୍ଲୀରେ ହୋଇଥିବା ଦଙ୍ଗା ଘଟଣାରେ ଦାଖଲ ହୋଇଥିବା ଚାର୍ଜସିଟ୍ ରୁ ଏକଥା  ଜଣାପଡିଛି।

Jahangirpuri  Violence: କ'ଣ ରହିଛି ୨୦୨୦ ଦିଲ୍ଲୀ ଦଙ୍ଗା ସହ  ସମ୍ପର୍କ?

ନୂଆଦିଲ୍ଲୀ:  ଅପ୍ରେଲ ୧୬ ତାରିଖ ଶନିବାର ପାଳିତ  ହୋଇଥିଲା ହନୁମାନ ଜୟନ୍ତୀ।  ଏହି  ଅବସରରେ ଉତ୍ତର-ପଶ୍ଚିମ ଦିଲ୍ଲୀ ସ୍ଥିତ ଜାହାଙ୍ଗୀରପୁର ଅଞ୍ଚଳରେ  କୁଶଲ ଚୌକ  ଠାରେ  ହୋଇଥିବା ଶୋଭାଯାତ୍ରା  ବେଳେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଆସିଛି  ଏକ  ଚାଞ୍ଚଲ୍ୟକର ଖବର।   ଏନେଇ କୁହାଯାଇଛି ଯେ  ଜାହାଙ୍ଗୀରପୁର ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ଘଟଣାର ସମ୍ପର୍କ  ୨୦୨୦ ଦିଲ୍ଲୀ ଦଙ୍ଗା ସହ ରହିଛି।

 ଗତ ୨୦୨୦ ଫେବୃଆରୀରେ ଉତ୍ତର ପୂର୍ବ  ଦିଲ୍ଲୀରେ ହୋଇଥିବା ଦଙ୍ଗା ଘଟଣାରେ ଦାଖଲ ହୋଇଥିବା ଚାର୍ଜସିଟ୍ ରୁ ଏକଥା  ଜଣାପଡିଛି। ଏହି ଘଟଣାର ଯାଞ୍ଚ  ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ କରିଥିଲା।    

ଗତ ଶନିବାର ହନୁମାନ ଜୟନ୍ତୀ ଅବସରରେ ଆୟୋଜିତ ହୋଇଥିବା ଶୋଭାଯାତ୍ରା ବେଳେ  ଜାହାଙ୍ଗୀରପୁର ଅଞ୍ଚଳର  କୁଶଲ ଚୌକ ଠାରେ ହୋଇଥିଲା ହିଂସାକାଣ୍ଡ। ଏଠାରେ  ଦୁଇ  ସମ୍ପ୍ରଦାୟ ମଧ୍ୟରେ ହୋଇଥିବା  ଝଗଡା ପରବର୍ତ୍ତୀ ସମୟରେ ହିଂସାରେ ପରିଣତ ହୋଇଥିଲା।  ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ୨୦୨୦ ବର୍ଷରେ ହୋଇଥିବା  ଦିଲ୍ଲୀ ଦଙ୍ଗା ଘଟଣାରେ ଅଦାଲତରେ  ଦାଖଲ କରିଥିବା ଚାର୍ଜ ସିଟ୍ ରେ  ପ୍ରକାଶ  କରିଛି ଯେ CAA / NRC   ଆଇନ ବିରୋଧରେ  ହୋଇଥିବା ଆନ୍ଦୋଳନରେ ସାମିଲ  କରାଇବା ଲାଗି ବାଂଲାଦେଶୀ ଲୋକଙ୍କୁ  କୁଶଲ ଚୌକ ଠାରୁ ଶୀହନବାଗ ପର୍ଯ୍ୟନ୍ତ ଅଣାଯାଇଥଲା। ଜାହାଙ୍ଗୀରପୁର C  Block  ସ୍ଥିତ  ଇଦଗାହ ଠାରେ ମଧ୍ୟ  CAA / NRC  ବିରୋଧରେ ମଧ୍ୟ ହୋଇଥିଲା ଆନ୍ଦୋଳନ।  ଆଉ ଯେଉଁଥିରେ ସାମିଲ ହୋଇଥିଲେ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀ। 

Also Read: ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥର ମାଡ଼; ତଦନ୍ତ ପାଇଁ ୧୦ ଟିମ ଗଠିତ

ଚାର୍ଜସିଟ୍ ରେ ଏହା  ମଧ୍ୟ କୁହାଯାଇଛି ଯେ ଏଠାରୁ ଯାଇଥିବା ଲୋକେ  ପଥର ଫିଙ୍ଗିବା  ଏବଂ ଦଙ୍ଗା  ଘଟଣାରେ ଜଡିତ ଥିଲେ ଏବଂ  ବର୍ତ୍ତମାନ ସେହି ସ୍ଥାନ ଯେଉଁଠାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ପଥର ମାଡ଼ କରାଯାଇଥିଲା।  ଏହି ସବୁ କଥାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ବର୍ତ୍ତମାନ ଅନୁସନ୍ଧାନ କରୁଛି।

ହନୁମାନଙ୍କ ଜୟନ୍ତୀ ଅବସରରେ ଗତ ଶନିବାର ଅପରାହ୍ନ ସାଢେ ଚାରିଟା ସମୟରେ ଦିଲ୍ଲୀସ୍ଥିତ ଜାହାଙ୍ଗୀରପୁରୀ ଅଞ୍ଚଳରେ ଏକ ଶୋଭାଯାତ୍ରା ଚାଲିଥିଲା। ଏହି ଯାତ୍ରା  K Block  ପର୍ଯ୍ୟନ୍ତ ଯିବାର ଥିଲା। ହେଲେ  ଯେତେବେଳେ ଏହି ଶୋଭାଯାତ୍ରା ସନ୍ଧ୍ୟା ୬ଟା ସମୟରେ C  Block ଠାରେ ପହଞ୍ଚିଲା  ସେତେବେଳେ ସଂଘର୍ଷ ହୋଇଥିଲା  ଯାହା  ହିଂସାକାଣ୍ଡ ଘଟଣାରେ ପରିଣତ ହୋଇଥିଲା  ସନ୍ଧ୍ୟା ୬ ଟା ୨୦ ମିନିଟ ସମୟରେ  ଦିଲ୍ଲୀ ପୋଲିସ୍ କଣ୍ଟ୍ରୋଲ୍ ରୁମ୍ କୁ ଖବର ମିଳିଥିଲା ଯେ  ଏଠାରେ ହିଂସାତ୍ମକ ଘଟଣା  ଘଟିଛି।