ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥର ମାଡ଼; ତଦନ୍ତ ପାଇଁ ୧୦ ଟିମ ଗଠିତ
Advertisement

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥର ମାଡ଼; ତଦନ୍ତ ପାଇଁ ୧୦ ଟିମ ଗଠିତ

ଏହି ଘଟଣାରେ ପୋଲିସ ମାମଲା ଦାଏର କରିବା ସହ ଘଟଣାସ୍ଥଳରେ ୨ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ମୁତୟନ କରାଯାଇଛି।

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥର ମାଡ଼; ତଦନ୍ତ ପାଇଁ ୧୦ ଟିମ ଗଠିତ

ନୂଆଦିଲ୍ଲୀ: ଅପ୍ରେଲ ୧୬ ତାରିଖ ଶନିବାର ପାଳିତ ହୋଇଯାଇଛି ହନୁମାନ ଜୟନ୍ତୀ। ଏହି ଅବସରରେ ଉତ୍ତର-ପଶ୍ଚିମ ଦିଲ୍ଲୀ ସ୍ଥିତ ଜାହାଙ୍ଗୀରପୁର ଅଞ୍ଚଳରେ ହୋଇଥିବା ଶୋଭାଯାତ୍ରା ଉପରେ ହୋଇଛି ପଥର ମାଡ଼। ଏହି ଘଟଣାରେ ୬ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିବାର ଖବର ମିଳିଛି।

ଏନେଇ କୁହାଯାଉଛି ଯେ ଶୋଭାଯାତ୍ରାରେ ସାମିଲ ହୋଇଥିବା ଲୋକଙ୍କୁ ଉପରେ ଅଚାନକ ପଥର ମାଡ଼ ହୋଇଥିଲା। ଏହା ପରେ ଅପର ପକ୍ଷର ଲୋକେ ପଥର ମାଡ଼ କରିଥିଲେ। ପଥର ମାଡ଼ ଘଟଣାକୁ ନେଇ ଜାହାଙ୍ଗୀରପୁର ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଘଟଣାସ୍ଥଳରେ ଭାରୀ ସଂଖ୍ୟାରେ ପୋଲିସ ବଳ ମୁତୟନ କରାଯାଇଛି।      

ଶୋଭାଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଏଭଳି ହିଂସାତ୍ମକ ଘଟଣା ଘଟିଛି। ଏହି ଘଟଣା ଘଟିବା ପରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରାଯାଉଥିବା ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି। 

Also Read: Khargone Violence: କର୍ଫ୍ୟୁ ଲାଗୁ ହେବା ପରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ

ଜହାଙ୍ଗୀରପୁର ହିଂସାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ରାଷ୍ଟ୍ରୀୟ ରାଜଧାନୀରେ ସୁରକ୍ଷା ସୁନିଶ୍ଚିତ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ଶାନ୍ତି ରକ୍ଷା କରିବା ଲାଗି ମୁଁ ଲୋକଙ୍କୁ ନିବେଦନ କରୁଛି।  

ଏ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରିସ୍ଥିତି ନିୟନନ୍ତ୍ରଣରେ ରହିଥିବା ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା କହିଛନ୍ତି। ଏହି ଘଟଣାକୁ ନଜରରେ ରଖି ଦିଲ୍ଲୀ ସଂଲଗ୍ନ ଜିଲ୍ଲାରେ ସତର୍କତା ଜାରି କରିଛି ଉତ୍ତର ପ୍ରଦେଶ ପୋଲିସ।  

ଜହାଙ୍ଗୀରପୁର ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ୬ ପୋଲିସ କର୍ମଚାରୀଙ୍କ ସମେତ ଜଣେ ମେଘଲାଲ ନାମକ ଜଣେ ପୋଲିସ ସବ୍ ଇନସପେକ୍ଟର ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ ମାମଲା ଦାଏର କରିବା ସହ ଘଟଣାସ୍ଥଳରେ ୨ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ମୁତୟନ କରାଯାଇଛି। ଏହାର ତଦନ୍ତ ପାଇଁ ୧୦ ଟିମ୍  ଗଠନ କରାଯାଇଛି।  

ଜହାଙ୍ଗୀରପୁର ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖି ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା କହିଛନ୍ତି ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି। ଏହି ଘଟଣାରେ ଜଡ଼ିତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୁଜବ ପ୍ରସାର କରିବାରୁ ଲୋକେ ଦୂରେଇ ରୁହନ୍ତୁ। କୌଣସି ତଥ୍ୟ ଅଥବା ଖବର ଉପରେ ସନ୍ଦେହ ହେଲେ ପୋଲିସ ସହ ଯୋଗାଯୋଗ କରନ୍ତୁ।  

Also Read: ଖାରଗୋନ ପରେ ଖମ୍ବାତ ଠାରେ ହେଲା ବୁଲଡୋଜର କାର୍ଯ୍ୟାନୁଷ୍ଠାନ

ଅନ୍ୟପଟେ ଦିଲ୍ଲୀ ପୋଲିସ ଲୋକ ସମ୍ପର୍କ ଅଧିକାରୀ ଡିସିପି ଅନ୍ୱେଷ ରାୟ କହିଛନ୍ତି ଜାହାଙ୍ଗୀରପୁରୀ ଠାରେ ଆୟୋଜିତ ହୋଇଥିବା ଶୋଭାଯାତ୍ରା ବେଳେ ଏହି ଅଘଟଣ ଘଟିଛି। ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ଲୋକଙ୍କ ଉପରେ ହୋଇଥିବା ପଥର ମାଡ଼ ଘଟଣା ବାବଦରେ ଆଲୋଚନା ହୋଇଛି। ସମସ୍ତ ବରିଷ୍ଠ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଅତିରିକ୍ତ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ କରାଯାଇଛି।