Jammu Attack: କିପରି ଘଟିଲା ଡ୍ରୋନ୍ ଦ୍ୱାରା ଦେଶର ପ୍ରଥମ ଆତଙ୍କବାଦୀ ଆକ୍ରମଣ, ଜାଣନ୍ତୁ ସମସ୍ତ ଉତ୍ତର
Advertisement
Article Detail0/zeeodisha/odisha930167

Jammu Attack: କିପରି ଘଟିଲା ଡ୍ରୋନ୍ ଦ୍ୱାରା ଦେଶର ପ୍ରଥମ ଆତଙ୍କବାଦୀ ଆକ୍ରମଣ, ଜାଣନ୍ତୁ ସମସ୍ତ ଉତ୍ତର

Jammu Airport Drone Attack: ପ୍ରଥମ ଥର ପାଇଁ ଆତଙ୍କବାଦୀମାନେ ଡ୍ରୋନ୍ ବ୍ୟବହାର କରି ଭାରତର କୌଣସି ଏକ ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣର ଲିଙ୍କକୁ ସଂଯୋଗ କରିବାରେ ବର୍ତ୍ତମାନ ପୋଲିସ ନିୟୋଜିତ ଅଛି । ଏପରି ପରିସ୍ଥିତିରେ ବର୍ତ୍ତମାନ ଆମେ ଆପଣଙ୍କୁ ଏଠାରେ ଅନେକ ପ୍ରଶ୍ନର ଉତ୍ତର କହୁଛୁ ...

 

Jammu Attack: କିପରି ଘଟିଲା ଡ୍ରୋନ୍ ଦ୍ୱାରା ଦେଶର ପ୍ରଥମ ଆତଙ୍କବାଦୀ ଆକ୍ରମଣ, ଜାଣନ୍ତୁ ସମସ୍ତ ଉତ୍ତର

ନୂଆଦିଲ୍ଲୀ: ଜମ୍ମୁରେ (Jammu) ଥିବା ଭାରତୀୟ ବାୟୁସେନା ଏୟାରବେସରେ (Indian Airforce) ଶନିବାର ରାତିରେ ଆତଙ୍କବାଦୀମାନେ ବିସ୍ଫୋରକ (Terrorist Attack) ସାମଗ୍ରୀ ଖସାଇ ଆକ୍ରମଣ କରିଥିଲେ । ଆତଙ୍କବାଦୀମାନେ ସେମାନଙ୍କୁ ବିସ୍ଫୋରଣ ମାନବ ବିହୀନ ବିମାନ ଯାନ (UAV) ଅର୍ଥାତ୍ ଡ୍ରୋନ୍ (Jammu Drone Attack) ସାହାଯ୍ୟରେ ଖସାଇଥିଲେ । ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗୁଡ଼ିକୁ ଟାର୍ଗେଟ କରିବା ପାଇଁ ପାକିସ୍ତାନୀ ଆତଙ୍କବାଦୀମାନେ (Pakistani terrorists) ପ୍ରଥମ ଥର ପାଇଁ ଡ୍ରୋନ୍ ବ୍ୟବହାର କରିଛନ୍ତି । ପ୍ରଥମ ବିସ୍ଫୋରଣ ଶନିବାର ବିଳମ୍ବିତ ରାତି ପ୍ରାୟ ୧.୪୦ ସମୟରେ ଘଟିଥିବା ବେଳେ ଦ୍ୱିତୀୟ ବିସ୍ଫୋରଣ ୬ ମିନିଟ୍ ପରେ ଘଟିଥିଲା । ଏହି ବୋମା ବିସ୍ଫୋରଣରେ ଦୁଇ ବାୟୁସେନା କର୍ମଚାରୀ ଆହତ ହୋଇଛନ୍ତି । ପ୍ରଥମ ବିସ୍ଫୋରଣ ସହରର ଉପକଣ୍ଠରେ ଥିବା ଭାରତୀୟ ବାୟୁସେନା (Indian Airforce) ଦ୍ୱାରା ପରିଚାଳିତ ବିମାନବନ୍ଦରର ଉଚ୍ଚ-ସୁରକ୍ଷା ବୈଷୟିକ ଅଞ୍ଚଳରେ ଥିବା ଏକ ମହଲା କୋଠାର ଛାତକୁ କ୍ଷତି ପହଞ୍ଚାଇଥିବା ବେଳେ ଦ୍ୱିତୀୟ ବିସ୍ଫୋରଣ ୬ ମିନିଟ ପରେ ଭୂମିରେ ହୋଇଥିଲା ।

ବର୍ତ୍ତମାନ ସୁଦ୍ଧା ଏହି ଡ୍ରୋନ କେଉଁଠୁ ଆସିଛି ତାହା ଜଣା ପଡିନାହିଁ ଓ ତଦନ୍ତରେ ସମ୍ପୃକ୍ତ ଅଧିକାରୀମାନେ ଉଭୟ ଡ୍ରୋନର ବିମାନ ମାର୍ଗ ଖୋଜିବାକୁ ଚେଷ୍ଟା କରୁଛନ୍ତି । ଅଧିକାରୀ କହିଛନ୍ତି ଯେ ଡ୍ରୋନ୍ କେଉଁଠୁ ଆସିଛି ଜାଣିବା ପାଇଁ ଯାଞ୍ଚକାରୀମାନେ ବିମାନବନ୍ଦରର ସୀମା କାନ୍ଥରେ ଲଗାଯାଇଥିବା କ୍ୟାମେରା ସମେତ ସିସିଟିଭି ଫୁଟେଜ୍ ନିରକ୍ଷଣ କରିଛନ୍ତି । ତେବେ ରାସ୍ତା କଡ଼ରେ ସମସ୍ତ ସିସିଟିଭି କ୍ୟାମେରା ଲଗାଯାଇଥିଲା । ଏପରି ପରିସ୍ଥିତିରେ, ବର୍ତ୍ତମାନ ଆମେ ଆପଣଙ୍କୁ ଏଠାରେ ଅନେକ ପ୍ରଶ୍ନର ଉତ୍ତର କହୁଛୁ ...

ପୂର୍ବରୁ ଦେଖା ଯାଇଥିଲା କି ଡ୍ରୋନ୍?
ଏହାପୂର୍ବରୁ ପାକିସ୍ତାନ ପାର୍ଶ୍ୱରୁ ଡ୍ରୋନ୍ ପଠାଇବା ଘଟଣା ସାମ୍ନାକୁ ଆସିଛି । ପଞ୍ଜାବ ଓ ଜମ୍ମୁ ସୀମାରେ ପାକିସ୍ତାନ ପକ୍ଷରୁ ଡ୍ରୋନ୍ ମାଧ୍ୟମରେ ଏକେ-୪୭ ରାଇଫଲ, ଗୁଳିଗୋଳା ଓ ନିଶା ଔଷଧ ପଠାଇବା ଘଟଣା ପୂର୍ବରୁ ଘଟିଛି । ସୁରକ୍ଷା ବାହିନୀ ସୀମାରେ ଅନେକ ଥର ଏପରି ଡ୍ରୋନ୍ ଧରିଛନ୍ତି । ପାକିସ୍ତାନର ମୋଡସ୍ ଅପରେଣ୍ଡି ହେଉଛି ଡ୍ରନ୍ ମାଧ୍ୟମରେ ଭାରତ ସୀମାରେ ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର ପକାଇବା ।

ଅଧିକ ପଢ଼ନ୍ତୁ: ୧ ଜୁଲାଇରୁ ହେବ ଏହି ପରିବର୍ତ୍ତନ, ସାଧାରଣ ଲୋକଙ୍କ ପକେଟ ଉପରେ ପଡିବ ବଡ ପ୍ରଭାବ

ଡ୍ରୋନ୍ ଚିହ୍ନିବା ସମ୍ଭବ କି?
ଅଧିକାରୀ କହିଛନ୍ତି ଯେ ଶତ୍ରୁପକ୍ଷର ଗତିବିଧି ଉପରେ ନଜର ରଖିବା ପାଇଁ ସୀମାନ୍ତ ଅଞ୍ଚଳରେ ନିୟୋଜିତ ରାଡାର ଦ୍ୱାରା ଡ୍ରୋନ ଚିହ୍ନଟ ହୋଇପାରିବ ନାହିଁ । ସେ ସୂଚାଇ ଦେଇଛନ୍ତି ଯେ ଏକ ପୃଥକ ରାଡାର ସିଷ୍ଟମ ସ୍ଥାପନ କରାଯାଇପାରିବ ଯାହା ପକ୍ଷୀ ପରି ଛୋଟ ଡ୍ରୋନକୁ ମଧ୍ୟ ଚିହ୍ନଟ କରିପାରିବ ।

ପୁନର୍ବାର ସର୍ଜିକାଲ ଷ୍ଟ୍ରାଇକ୍ କିମ୍ବା ଏୟାର ଷ୍ଟ୍ରାଇକ୍ ହେବ କି?
ପାକିସ୍ତାନ ସୀମାରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଉପରେ ଭାରତ ପୂର୍ବରୁ ସର୍ଜିକାଲ ଷ୍ଟ୍ରାଇକ ଓ ଏୟାର ଷ୍ଟ୍ରାଇକ କରିଛି । ଏଥିରେ ବହୁ ସଂଖ୍ୟକ ଆତଙ୍କବାଦୀ ନିହତ ହୋଇଥିଲେ । ଭାରତର ଏହି କାର୍ଯ୍ୟ ସହିତ ପୁଣିଥରେ ନିଶ୍ଚିତ ହୋଇଛି ଯେ ପାକିସ୍ତାନ ନିଜ ଜମିରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥାଏ । ବର୍ତ୍ତମାନ ଏହି ଆକ୍ରମଣ ପରେ ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ ଭାରତ ଏପରି ଆକ୍ରମଣ କରିପାରିବ ।

ଅଧିକ ପଢ଼ନ୍ତୁ: CoWIN ପୋର୍ଟାଲ୍ ଲଞ୍ଚ କଲା ନୂଆ ଫିଚର, ବିଦେଶ ଗସ୍ତ କରୁଥିବା ଲୋକଙ୍କୁ ମିଳିବ ବଡ ରିଲିଫ୍

ଆମେ କିପରି ଆମର ସାମରିକ ଉପକରଣକୁ ସୁରକ୍ଷିତ ରଖିବା?
ଏହି ଆକ୍ରମଣ ଭାରତୀୟ ବାୟୁସେନା ଓ ସ୍ଥଳ ସେନା ପାଇଁ ଆତଙ୍କବାଦୀଙ୍କ ପ୍ରଥମ ଡ୍ରୋନ୍ ଆକ୍ରମଣ ଥିଲା । ଏହି ବିପଦକୁ ଦୃଷ୍ଟିରେ ରଖି ଦେଶର ସମ୍ବେଦନଶୀଳ ଏୟାରବେସ୍ ଓ ଅନ୍ୟାନ୍ୟ ସାମରିକ ବେସର ସୁରକ୍ଷା ପାଇଁ ସ୍ୱତନ୍ତ୍ର ରାଡାର ସିଷ୍ଟମ, ଲେଜର ସିଷ୍ଟମ ଓ ଆଣ୍ଟି-ଏୟାରକ୍ରାଫ୍ଟ ବନ୍ଧୁକ ନିୟୋଜିତ କରିବାକୁ ପଡ଼ିବ । ଏଭଳି ପରିସ୍ଥିତିରେ ଭାରତୀୟ ସୁରକ୍ଷା ବାହିନୀକୁ ଆଧୁନିକ ଯନ୍ତ୍ରପାତି ସହିତ ସଜାଇବାର ଆବଶ୍ୟକତା ରହିଛି ।

ଅଧିକ ପଢ଼ନ୍ତୁ: ନୂଆ ବିପଦ: କୋରୋନାରୁ ସୁସ୍ଥ ହେବା ପରେ ୧୩ ବର୍ଷର ଶିଶୁର ଅଚଳ ହୋଇଗଲା ମସ୍ତିଷ୍କ

ଅନ୍ୟ କୌଣସି ଆକ୍ରମଣ ଷଡଯନ୍ତ୍ର ଥିଲା କି?
ଶନିବାର ଦିନ ସୁରକ୍ଷା ବାହିନୀ ଦ୍ୱାରା ମଧ୍ୟ ଏକ ବଡ଼ ଆକ୍ରମଣକୁ ଏଡ଼ାଇ ଦିଆଯାଇଛି । ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବା ସହିତ ଜଡିତ ଜଣେ ଆତଙ୍କବାଦୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା ଓ ତାଙ୍କ ନିକଟରୁ ଛଅ କିଲୋଗ୍ରାମ ଆଇଏଡି ଉଦ୍ଧାର କରାଯାଇଥିଲା । ଅଭିଯୁକ୍ତକୁ ଗିରଫ କରାଯାଇ ପଚରାଉଚରା କରାଯାଉଛି । ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ଆଉ କିଛି ସନ୍ଦିଗ୍ଧ ଧରାଯିବାର ସମ୍ଭାବନା ରହିଛି । ଅଧିକାରୀ କହିଛନ୍ତି ଯେ ପଚରାଉଚରା ପାଇଁ ଆଉ ତିନି ଜଣଙ୍କୁ ଗିରଫ କରାଯାଇଛି । IED ସହିତ ଅଟକ ଥିବା ବ୍ୟକ୍ତିଙ୍କ ବିବରଣୀ ପ୍ରଦାନ କରି ଅଧିକାରୀମାନେ କହିଛନ୍ତି ଯେ ସେ ଜମ୍ମୁ ଅଞ୍ଚଳର ବାନିହାଲ ଅଞ୍ଚଳରୁ ଆସିଛନ୍ତି ଓ ଆତଙ୍କବାଦୀ ଗୋଷ୍ଠୀରେ ଯୋଗଦେବା ପୂର୍ବରୁ ତାଙ୍କୁ ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ IED ବିସ୍ଫୋରଣ କରିବାର ଦାୟିତ୍ୱ ଦିଆଯାଇଛି ।