ସୁରକ୍ଷାବଳ-ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ, ୩ ମୃତାହତ
Advertisement

ସୁରକ୍ଷାବଳ-ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ, ୩ ମୃତାହତ

ପୁଲୱାମାର ଗୁସୁ ଗାଁରେ ହୋଇଥିବା ଗୁଳିବିନିମୟରେ ଜଣେ ଆତଙ୍କୀ ଟଳିପଡିଛି।

ସୁରକ୍ଷାବଳ-ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ, ୩ ମୃତାହତ

ଶ୍ରୀନଗର: ମଙ୍ଗଳବାର(ଜୁଲାଇ ୭, ୨୦୨୦) ଜମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାସ୍ଥିତ ଗୁସୁ ଗାଁରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ଯବାନ ଆହତ ହୋଇଥିବା ବେଳେ ଏବଂ ଅନ୍ୟ ଜଣେ ଆତଙ୍କବାଦୀ ନିହତ ହୋଇଛି।

ଆହତ ହୋଇଥିବା ଯବାନଙ୍କୁ ଜାମ୍ମୁ କାଶ୍ମୀର ପୋଲିସର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ମୃତ ଘୋଷଣା କରାଯାଇଥିଲା। ହେଲେ ମେଡିକାଲରେ ପହଞ୍ଚିବା ପରେ ସେ ଜୀବିତ ଥିବା ନେଇ ଜଣାଇଥିଲେ ଡାକ୍ତର। ଏବେ ସମ୍ପୃକ୍ତ ଯବାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଏହି ଏନକାଉଣ୍ଟରରେ ଜାମ୍ମୁ କାଶ୍ମୀରର ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ଏ ଘଟଣାରେ ପ୍ରତିକ୍ରିୟା ରଖି  ଜମ୍ମୁକାଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି, ଗୁସୁ ଅଞ୍ଚଳରେ କିଛି ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଖବର ପାଇବା ପରେ ପୋଲିସ, ୫୩ ରାଷ୍ଟ୍ରୀୟ ରାଇଫଲ୍ସ-ଆରଆର(Rashtriya Rifles-RR) ଏବଂ ସିଆରପିଏଫ(Central Reserve Police Force-CRPF)ଟିମ ପକ୍ଷରୁ କର୍ଡନ-ସର୍ଚ୍ଚ ଅପରେସନ କରାଯାଇଥିଲା। 

ଯେତେବେଳେ ସୁରକ୍ଷାବଳର ମିଳିତ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା, ସେତେବେଳେ ଛପି ରହିଥିବା ଆତଙ୍କବାଦୀ ପ୍ରଥମେ ଗୁଳିମାଡ କରିଥିଲେ। ଏହାର ଜବାବ ଦେବାକୁ ଯାଇ ଗୁସୁ ଗାଁରେ ଉପସ୍ଥିତ ସୁରକ୍ଷା ବାହିନୀ ପାଲଟା ଆକ୍ରମଣ କରିଥିଲେ। ଜାମ୍ମୁ କାଶ୍ମୀର ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଆତଙ୍କବାଦୀଙ୍କୁ ପ୍ରଥମେ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା ମାତ୍ର ସେମାନେ ଏହାକୁ ଖାତିର ନକରି ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ। ଦୁଇରୁ ତିନି ଜଣ ଆତଙ୍କବାଦୀ ସେଠାରେ ଫସି ରହିଥିବା ଜଣାପଡିଛି । ଗୁଳି ବିନିମୟରେ ଜଣେ ଆର୍ମି ଯବାନ ଏବଂ ଅନ୍ୟ ଜଣେ ପୋଲିସ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅପରେସନ ଜାରି ରହିଛି ।