Jammu Kashmir: ପୋଲିସ ହାତରୁ ରାଇଫଲ ଛଡ଼ାଇବା ପଡିଲା ମହଙ୍ଗା, ପାଲଟା ଗୁଳିମାଡ଼ରେ ଟଳିପଡିଲା ଲଶ୍କର-ଇ-ତୋଏବା ଆତଙ୍କୀ
Advertisement

Jammu Kashmir: ପୋଲିସ ହାତରୁ ରାଇଫଲ ଛଡ଼ାଇବା ପଡିଲା ମହଙ୍ଗା, ପାଲଟା ଗୁଳିମାଡ଼ରେ ଟଳିପଡିଲା ଲଶ୍କର-ଇ-ତୋଏବା ଆତଙ୍କୀ

Terrorist snatched Rifle from Police: ପୋଲିସ କାର୍ଯ୍ୟାନୁଷ୍ଠାରେ ପ୍ରାଣ ହଇାଇଥିବା ଲଶ୍କର-ଇ-ତୋଏବା ଆତଙ୍କବାଦୀର ପରିଚୟ ମିଳିଛି। ସେ ହେଉଛି ମହମ୍ମଦ ଅଲୀ ହୁସେନ ଓରଫ୍ କାସିମ ଓରଫ ଜାହାଙ୍ଗୀର। ସେ କୋଟ ଭଲାୱଲ କାରାଗାରରେ ରହୁଥିଲା। 

Jammu Kashmir: ପୋଲିସ ହାତରୁ ରାଇଫଲ ଛଡ଼ାଇବା ପଡିଲା ମହଙ୍ଗା, ପାଲଟା ଗୁଳିମାଡ଼ରେ ଟଳିପଡିଲା ଲଶ୍କର-ଇ-ତୋଏବା ଆତଙ୍କୀ

Terrorist snatched Rifle from Police: ସୁରକ୍ଷା ବଳ ହାତରୁ ରାଇଫଲ ଛଡ଼ାଇ ନେଇ ଗୁଳିମାଡ଼ କରିଥିବା ଜଣେ ଲଶ୍କର-ଇ-ତୋଏବା ଆତଙ୍କବାଦୀ ପୋଲିସ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଛି। ମୃତକ ଲଶ୍କର-ଇ-ତୋଏବା ଆତଙ୍କବାଦୀ ହେଉଛି ଜେଲ କଏଦୀ। ସୀମାରେ ଅସ୍ତ୍ରଶସ୍ତ୍ର ଜବତ ହେବା ଘଟଣାରେ ପୋଲିସ ମୃତ ଆତଙ୍କବାଦୀଙ୍କୁ ଅନ୍ତର୍ଜାତୀୟ ସୀମାକୁ ନେଇଥିଲା। ଏହି ଘଟଣାରେ ପ୍ରତିକ୍ରିୟା ରଖି ଜାମୁ ପୋଲିସ ଜୋନ ଅତିରିକ୍ତ ମହାନିର୍ଦେଶକ ମୁକେଶ ସିଂହ କହିଛନ୍ତି ଗୁଳିମାଡ଼ରେ ଜଣେ ପୋଲିସ କର୍ମଚାରୀ  ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲିସ କାର୍ଯ୍ୟାନୁଷ୍ଠାରେ ପ୍ରାଣ ହଇାଇଥିବା ଲଶ୍କର-ଇ-ତୋଏବା ଆତଙ୍କବାଦୀର ପରିଚୟ ମିଳିଛି। ସେ ହେଉଛି ମହମ୍ମଦ ଅଲୀ ହୁସେନ ଓରଫ୍ କାସିମ ଓରଫ ଜାହାଙ୍ଗୀର। ସେ କୋଟ ଭଲାୱଲ କାରାଗାରରେ ରହୁଥିଲା। ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଗତ ଫେବୃଆରୀ ୨୪ ତାରିଖରେ ଆର୍ନିଆ ସେକ୍ଟର ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଡ୍ରୋନ୍ ଯୋଗେ ଅସ୍ତ୍ରଶସ୍ତ୍ର ପକାଇବା ଘଟଣାର ତଦନ୍ତ କରାଯିବା ପରେ ମୃତକ ଆତଙ୍କବାଦୀର ନାଁ ସାମ୍ନାକୁ ଆସିଥିଲା। ସେ ଡ୍ରୋନ୍‌ ଖସାଇବାରେ ମାହିର ଥିଲା। କାରାଗାରରେ ରହୁଥିବା ଏହି ମୃତକ ପାକିସ୍ତାନୀ ଆତଙ୍କବାଦୀ ଲଶ୍କର-ଇ-ତୋଏବା  ଏବଂ ଅଲ-ବଦର ଭଳି ଆତଙ୍କ ଗୋଷ୍ଠୀର ପ୍ରମୁଖ ସଦସ୍ୟ ରହିଥିଲା। ଅଭିଯୁକ୍ତଙ୍କୁ କାରାଗାରରୁ କୋର୍ଟ ଅଣାଯାଇଥିଲା। ଏହା ପରେ ତାକୁ ପୋଲିସ ହେପାଜତକୁ ପଠାଯାଇଥିଲା।

ଜେରା ବେଳେ ମୃତକ ଆତଙ୍କବାଦୀ ଆର୍ନିଆ ସେକ୍ଟର ଠାରେ ଡ୍ରୋନ୍ ଯୋଗେ ଅସ୍ତ୍ରଶସ୍ତ୍ର ପକାଇବା ମାମଲାରେ ନିଜର ଭୂମିକା ରହିଥିବା ସ୍ୱୀକାର କରିଥିଲା। ଡ୍ରୋନ୍ ଯୋଗେ ପଠାଯାଇଥିବା ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା କେଉଁସ୍ଥାନରେ ଲୁଚାଇ ରଖାଯାଇଥିଲା ସେ ବାବଦରେ ମଧ୍ୟ ଜଣାଇଥିଲା ସେ।  ଅସ୍ତ୍ରଶସ୍ତ୍ର ଜବତ କରାଯିବା ପରେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏକ ପୋଲିସ ଦଳ ତାକୁ ବାରମ୍ବାର ଘଟଣାସ୍ଥଳକୁ ନେଇଥିଲେ। ତଦନ୍ତ ବେଳେ ଆନ୍ତର୍ଜାତୀୟ ସୀମାରେ ଅବସ୍ଥିତ ଫାଲିୟାଁ ମଣ୍ଡଳର ଟୋଫ ଗ୍ରାମରୁ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା।

Also Read: Maharashtra: ସଦିଗ୍ଧ ଡଙ୍ଗାରୁ ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ହାଇଆଲର୍ଟ ଜାରି ହେବା ପରେ ତଦନ୍ତ ଆରମ୍ଭ

 

ତଦନ୍ତ ସମୟରେ ଅସ୍ତ୍ରଶସ୍ତ୍ର ଜବତ କରାଯିବା ବେଳେ ମୃତକ ଆତଙ୍କବାଦୀ ଜଣେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରି ତାଙ୍କ ସର୍ଭିସ ରାଇଫଲ ଛଡ଼ାଇ ନେଇଥିଲେ। ସେ ପୋଲିସ ଦଳ ଉପରେ ଗୁଳିମାଡ଼ କରି ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ଏହାର ଜବାବ ଦେବାକୁ ଯାଇ ପୋଲିସ ଗୁଳି ମାଡ଼ କରିଥିଲା। ଯେଉଁଥିରେ ପଳାୟନ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀ ଆହତ ହୋଇଥିଲା। ପରେ ପୋଲିସ ଅଧିକାରୀଙ୍କ ସହ ଆହତ ହୋଇଥିବା ଆତଙ୍କବାଦୀକୁ ଜାମୁସ୍ଥିତ ଜିଏମସି ହସ୍ପିଟାଲ ନେଇଥିଲେ। ଯେଉଁଠି  ଆହତ ଆତଙ୍କବାଦୀ ପ୍ରାଣ ହରାଇଥିଲା। ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ଜବତ ହୋଇଥିବା ଗୁଳିଗୋଳାକୁ ଯାଞ୍ଚ କରାଯାଉଛି।