Maharashtra: ସଦିଗ୍ଧ ଡଙ୍ଗାରୁ ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ହାଇଆଲର୍ଟ ଜାରି ହେବା ପରେ ତଦନ୍ତ ଆରମ୍ଭ
Advertisement

Maharashtra: ସଦିଗ୍ଧ ଡଙ୍ଗାରୁ ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ହାଇଆଲର୍ଟ ଜାରି ହେବା ପରେ ତଦନ୍ତ ଆରମ୍ଭ

Huge Amount Weapons Seized in Raigad: ପଶ୍ଚିମ ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ହରିହରେଶ୍ୱର ଉପକୂଳରେ ଜବତ ହୋଇଥିବା ଡଙ୍ଗା ହେଉଛି ଓମାନ ସୁରକ୍ଷା ବୋଟ। ଏହି ଡଙ୍ଗାରୁ AK-47 ସମେତ ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ପୋଲିସ ଏହି ଘଟଣା ବାବଦରେ ଅଧିକ ତଦନ୍ତ ଜାରି ରଖିଛି।

Maharashtra: ସଦିଗ୍ଧ ଡଙ୍ଗାରୁ ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ହାଇଆଲର୍ଟ ଜାରି ହେବା ପରେ ତଦନ୍ତ ଆରମ୍ଭ

Huge Amount Weapons Seized in Raigad: ପଶ୍ଚିମ ମହାରାଷ୍ଟ୍ରରେ ଅବସ୍ଥିତ ରାୟଗଡ ଜିଲ୍ଲାରେ ହୋଇଛି ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦ୍ଦାଫାଶ। ଜିଲ୍ଲାର ହରିହରେଶ୍ୱର ଉପକୂଳରେ ଏକ ସଦିଗ୍ଧ ଡଙ୍ଗା ମିଳିଛି। ଯେଉଁଥିରୁ ବିପୁଳ ପରିମାଣର 
AK-47 ରାଇଫଲ ସମେତ ଅନେକ ଅସ୍ତ୍ରଶସ୍ତ୍ର ମିଳିଛି। ପୋଲିସ ଏହି ଡଙ୍ଗାକୁ ଜବତ କରିବା ସହ ଏହି ଘଟଣା ବାବଦରେ ଖବର ସଂଗ୍ରହ କରୁଛି। ଉପକୂଳରୁ ଏକ ସଦିଗ୍ଧ ଡଙ୍ଗା ମିଳିବା ପରେ ସମଗ୍ର ଜିଲ୍ଲାରେ ଏକ ହାଇ ଆଲର୍ଟ ଜାରି କରାଯାଇଛି। କୌଣସି ବଡ଼ ଧରଣର କାଣ୍ଡ ଭିଆଇବା ପାଇଁ ଆତଙ୍କବାଦୀ ସମୁଦ୍ର ମାର୍ଗରେ ଏହି ଅସ୍ତ୍ରଶସ୍ତ୍ର ଆଣିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ବର୍ତ୍ତମାନ ଜବତ ହୋଇଥିବା ଡଙ୍ଗାର ମାଲିକ ଏବଂ ଏହା କିପରି ପଶ୍ଚିମ ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ହରିହରେଶ୍ୱର ଉପକୂଳରେ ପହଞ୍ଚିଲା  ସେ ନେଇ କୌଣସି ଖବର ମିଳିନାହିଁ।

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପଶ୍ଚିମ ମହାରାଷ୍ଟ୍ରର (Western Maharashtra) ରାୟଗଡ ଜିଲ୍ଲାର (Raigad District) ହରିହରେଶ୍ୱର ଉପକୂଳରେ (Harihareshwar Coast) ଜବତ ହୋଇଥିବା ଡଙ୍ଗା ହେଉଛି ଓମାନ ସୁରକ୍ଷା ବୋଟ (Oman Security Boat)। ଏହି ଡଙ୍ଗାରୁ AK-47 ସମେତ ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ପୋଲିସ (Maharashtra Police) ଏହି ଘଟଣା ବାବଦରେ ଅଧିକ ତଦନ୍ତ ଜାରି ରଖିଛି। କେନ୍ଦ୍ରୀୟ ଏଜେନ୍ସିକୁ ଏହି ଘଟଣା ବାବଦରେ ଅବତ ଅବଗତ କରାଯାଇଛି। ସେମାନେ ମଧ୍ୟ ଏହି ଘଟଣାରେ ହେଉଥିବା ପୋଲିସ ତଦନ୍ତ ଉପରେ ନଜର ରଖିଛନ୍ତି। ଏନେଇ ମିଳିଥିବା ଖବର ଅନୁସାରେ ଜବତ ହୋଇଥିବା ଡଙ୍ଗାର ଏକ ବହୁରାଷ୍ଟ୍ରୀୟ କମ୍ପାନୀ ସହିତ ସଂଯୋଗ ରହିଛି। ମହାରାଷ୍ଟ୍ର ଏଟିଏସ୍ (Maharashtra ATS) ଘଟଣାସ୍ଥଳରେ ପହଞ୍ଚି ଜବତ ହୋଇଥିବା ଡଙ୍ଗାର ଯାଞ୍ଚ କରୁଛି।

ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ସେମାନଙ୍କ ଫାର୍ମ ସାମୁଦ୍ରିକ ସୁରକ୍ଷା ସହ ଜଡିତ ଏବଂ ତାଙ୍କର ଗୋଟିଏ ଡଙ୍ଗା ସମୁଦ୍ରରେ ଓଲଟି ପଡିଛି। ଯାହା ପଶ୍ଚିମ ଭାରତୀୟ ଉପକୂଳରୁ (West Indian Coast) ଉଦ୍ଧାର କରାଯାଇଛି। ଏହି ଘଟଣା ବାବଦରେ କମ୍ପାନୀ ଅବଗତ ରହିଛି। କମ୍ପାନୀ ପ୍ରଶାସନ ସହ ଜଡ଼ିତ ବରିଷ୍ଠ ଅଧିକାରୀ ପ୍ରଶାସନ ସହ ଯୋଗାଯୋଗ କରୁଛନ୍ତି। ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ଗୃହମନ୍ତ୍ରୀଙ୍କୁ ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଘଟଣା ବାବଦରେ ଅବଗତ କରିବାକୁ କହିଛନ୍ତି। ରାୟଗଡ ଜିଲ୍ଲା ପୋଲିସ ଫୋର୍ସ (Raigad District Police Force) ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାରେ ତଦନ୍ତ ଜାରି ରଖିଛି।

Also Read: Al Qaeda Terror Module: ଟେରର ମୋଡ୍ୟୁଲ ଚଳାଇବା ଅଭିଯୋଗରେ ୧୨ ଗିରଫ

ଦେଶର ସାମୁଦ୍ରିକ ସୀମା ଦେଇ ଆତଙ୍କବାଦୀ ଅନୁପ୍ରବେଶର ବିପଦ ସବୁବେଳେ ରହୁଛି। ବହୁଚର୍ଚ୍ଚିତ ୨୬/୧୧ ଆକ୍ରମଣ (26/11 Mumbai Attack) ସମୟରେ ପାକିସ୍ତାନୀ ଆତଙ୍କବାଦୀ ଦେଶର ସାମୁଦ୍ରିକ ମାର୍ଗ ଦେଇ ମୁମ୍ବାଇ ସହରରେ ପ୍ରବେଶ କରି ଆକ୍ରମଣ କରିଥିଲେ। ଏଭଳି ପରିସ୍ଥିତିରେ ଏଭଳି ସନ୍ଦେହଜନକ ଅବସ୍ଥାରେ ଗୋଟିଏ ଡଙ୍ଗାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହେବା ଘଟଣା ମହାରାଷ୍ଟ୍ରରୁ ଦିଲ୍ଲୀ ପର୍ଯ୍ୟନ୍ତ ଏବଂ ରାଜ୍ୟ ପ୍ରଶାସନ ଠାରୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଲାଗି ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହି ଘଟଣାର ପୂଙ୍ଖାନୁପୂଙ୍ଖ ଯାଞ୍ଚ କରାଗଲେ ଏହା ପଛରେ ରହିଥିବା ଷଡଯନ୍ତ୍ରର ପର୍ଦ୍ଦାଫାଶ ହୋଇପାରିବ।