ସୁଏଜ କେନାଲରେ ଫସି ରହିଥିବା ଜାହାଜକୁ ବାହାର କରିବା ଯୋଜନା ପ୍ରସ୍ତୁତ କରିଛି ଜାପାନ କମ୍ପାନୀ।
Trending Photos
କାଏରୋ: ବିଶ୍ୱରେ ଅନ୍ୟତମ ପ୍ରମୁଖ ସାମୁଦ୍ରିକ ବାଣିଜ୍ୟ ମାର୍ଗ ଇଜିପ୍ଟସ୍ଥିତ ସୁଏଜ କେନାଲରେ ଫସି ରହିଥିବା ୨ ଲକ୍ଷ ୨୪ ହଜାର ଟନ ବିଶିଷ୍ଟ ଏଭରଗ୍ରୀନ ନାମକ ମାଲବାହୀ ଜାହାଜକୁ ବାହାର କରିବ ଏକ ଜାପାନ କମ୍ପୀନୀ। ଗତ ମଙ୍ଗଳବାର ଠାରୁ ଏହି ଜାହାଜ ସେହି କେନାଲରେ ଫସି ରହିଛି। ଯାହାର ଫଳସ୍ୱରୂପ ଏହି ଜଳମାର୍ଗ ଦ୍ୱାରା ହେଉଥିବା ସାମୁଦ୍ରିକ ବାଣିଜ୍ୟ କାରବାର ପ୍ରଭାବିତ ହେବା ସହ ଏକ ପ୍ରକାର ବନ୍ଦ ହୋଇପଡିଛି।
ସୁଏଜ କେନାଲ (Suez Canal) ଠାରେ ଫସି ରହିଥିବା ଏଭରଗ୍ରୀନ ନାମକ ଏହି ମାଲବାହୀ ଜାହାଜକୁ (Evergreen Container) କେଉଁ ଉପାୟରେ ସେଠାରୁ ବାହାର କରିହେବ ସେ ନେଇ ପ୍ରୟାସ ଆରମ୍ଭ କରିଛି ଜାପାନ କମ୍ପାନୀ (Japanese Comapany) ଶୋଇ କିସନେ କେକେ (Shoi Kisen KK)। ଏନେଇ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଯୋଜନା ଅନୁସାରେ ସମୁଦ୍ରରେ ଉଠୁଥିବା ଅଧିକ ଉଚ୍ଚତା ବିଶିଷ୍ଟ ଲହରୀ ସହାୟତାରରେ ଫସି ଯାଇଥିବା ଜାହାଜକୁ କେନାଲରୁ ବାହାର କରାଯିବ।
Also Read: Evergreen Container: ସମୁଦ୍ରରେ ଟ୍ରାଫିକ ଜାମ; ଭାଇରାଲ ହେଉଛି Memes
ମାର୍ଚ୍ଚ ୨୬ ତାରିଖ ଶୁକ୍ରବାର ରାତିରେ ଆୟୋଜିତ ହୋଇଥିବା ଏକ ସମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଏହି କମ୍ପାନୀର ଅଧ୍ୟକ୍ଷ ୟୁକିତୋ ହିଗାକୀ କହିଛନ୍ତି ଫସିଯାଇଥିବା ଜାହାଜକୁ କେନାଲରୁ ବାହାର କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇସାରିଛି। ଯେତେବେଳେ ଏହି କେନାଲରେ ଅଧିକ ଉଚ୍ଚତା ବିଶିଷ୍ଟ ଲହରୀ ଉଠିବା ଆରମ୍ଭ କରିବ ସେତେବେଳେ ଡଙ୍ଗା ଏବଂ କର୍ମଚାରୀଙ୍କ ସହାୟତାରେ ଜାହାଜକୁ ବାହାର କରାଯିବ।
ଏହା ସହିତ କମ୍ପାନୀ ଅଧ୍ୟକ୍ଷ କହିଛନ୍ତି ଜାହାଜ ଫସିଯିବା କାରଣରୁ ବିଶ୍ୱର ଏହି ପ୍ରମୁଖ ଜଳମାର୍ଗ ଅବରୋଧ ହୋଇଯିବା କାରଣରୁ ଆମେ କ୍ଷମା ପ୍ରାର୍ଥନା କରୁଛୁ। ଶନିବାର କମ୍ପାନୀ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଜାହାଜକୁ କେନାଲରୁ ବାହାର କରିବା ଲାଗି ଧାର୍ଯ୍ୟ ହୋଇଥିବା ଅଭିଯାନକୁ କାର୍ଯ୍ୟକାରୀ କରିବା ଅତ୍ୟନ୍ତ କଠିନ କାମ। ଅନ୍ୟପଟେ ଜାହାଜରେ ରହିଥିବା ମାଲପତ୍ରରୁ କିଛି କାଢି ଏହାକୁ ବାହାର କରିବାକୁ ପ୍ରୟାସ କରାଯିବ।
Also Read: କେନାଲରେ ଫସିଗଲା କଣ୍ଟେନର; ସମୁଦ୍ରରେ ଟ୍ରାଫିକ ଜାମ
ଏ ଘଟଣାରେ ପ୍ରତିକ୍ରିୟା ରଖି କମ୍ପାନୀ ପକ୍ଷରୁ ଆହୁରି କରାଯାଇଛି ଯଦି ଅଧିକ ଉଚ୍ଚତା ବିଶିଷ୍ଟ ଲହରୀ ସହାୟତାରେ ଜାହାଜକୁ କେନାଲରୁ ବାହାର କରିବା ଅଭିଯାନ ଯଦି ବିଫଳ ହୁଏ ତାହେଲେ ସେଥିରେ ରହିଥିବା ମାଲକୁ କାଢି ଏହାକୁ ଉଦ୍ଧାର କରାଯିବ। ସୁଏଜ କେନାଲରେ ଏହି ଜାପାନୀ ମାଲବାହୀ ଜାହାଜ ଫସି ରହିଥିବା କାରଣରୁ ପ୍ରାୟ ୨୦୦ ଅନ୍ୟ ଜାହାଜ ଭୂମଧ୍ୟ-ଲୋହିତ ସାଗର ଅଞ୍ଚଳରେ ଫସି ରହିଛନ୍ତି। ଏହି ୨ ସାଗରକୁ ପରସ୍ପର ସହ ଯୋଡିଥାଏ ଏ କେନାଲ। ଏହି ମାନବ ନିର୍ମତ ଜଳମାର୍ଗରେ ଦୈନିକ ପ୍ରାୟ ୬୦ ଜାହାଜ ଅତିକ୍ରମ କରିଥାନ୍ତି।