Jharsuguda Bypoll 2023: ଉପନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୨ ଗିରଫ
Advertisement

Jharsuguda Bypoll 2023: ଉପନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୨ ଗିରଫ

Jharsuguda Bypoll: ଉପନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳରୁ  ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। 

Jharsuguda Bypoll 2023: ଉପନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୨ ଗିରଫ

Huge Quantity of Counterfeit Foreign Liquor Seized: ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଝାରସୁଗୁଡ଼ା ଉପନିର୍ବାଚନ। ହେଲେ ଏହି ନିର୍ବାଚନ ଲାଗି ମତଦାନ ହେବା ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳରୁ ଜବତ ହୋଇଛି ବିପୁଳ ପରିମାଣର ନକଲି ବିଦେଶୀ ମଦ। ଆସନ୍ତା ମେ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ମତଦାନ ହେବାକୁ ଯାଉଥିବା ବେଳେ ଏଵେ ଶହ ଶହ ସଂଖ୍ୟାରେ ନକଲି ବିଦେଶୀ ଜବତ କରାଯାଇଛି। 

ନକଲି ବିଦେଶୀ ମଦ ଜବତ (Huge Quantity of Counterfeit Foreign Liquor Seized) ହେବା ଘଟଣାରେ ୨ ଜଣ ଗିରଫ ହୋଇଥିବା ବେଳେ, ୧ ଶହରୁ ଉର୍ଦ୍ଧ୍ୱ ଫୁଲ ସାଇଜ ହ୍ୱିସ୍କି (Full Size Whisky) ଜବତ କରାଯାଇଛି। ଗତକାଲି ସନ୍ଧ୍ୟାରେ ବ୍ରଜରାଜନଗର ପୋଲିସ (Brajrajnagar Police) ପାଟ୍ରୋଲିଂ କରୁଥିବା ସମୟରେ ବ୍ରଜରାଜନଗର ଥାନା (Brajrajnagar Police Station) ଅନ୍ତର୍ଗତ ଏଚ.ଲାଇନ ଅଞ୍ଚଳରେ ବେଆଇନ ନିଶା କାରବାର ହେଉଥିବା ନେଇ ଖବର ପାଇଥିଲା ପୋଲିସ। ନିଶା କାରବାର ସମ୍ପର୍କରେ ଖବର ପାଇବା ପରେ ବ୍ରଜରାଜନଗର ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଏଚ ଲାଇନ ଅଞ୍ଚଳରେ (Brajrajnagar Police Station Area) ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ଏଚ ଲାଇନ ଅଞ୍ଚଳରେ ବେଆଇନ ନିଶା ସାମଗ୍ରୀ ସହିତ ସୁନୀଲ ସିଂହ ଓରଫ ବୁଲବୁଲକୁ ଗିରଫ କରିଥିଲା। 

Also  Raad: Jharsuguda Bypoll: ମତଦାନ ପୂର୍ବରୁ ଅନୁଷ୍ଠିତ ହେଲା ଦଳୀୟ ମିଶ୍ରଣ ପର୍ବ, ଯୋଗଦେଲେ ବିଜେଡି ନେତୃତ୍ୱ

ଚଢ଼ାଉ ସମୟରେ ସୁନୀଲ ସିଂହଙ୍କ ଘରୁ ୭୫୦ ମିଲିଲିଟର ବିଶିଷ୍ଟ ୧୦୧ ନକଲି ବ୍ଲାକହର୍ଷ ମୂଲ୍ୟବାନ ହ୍ୱିସ୍କି ବୋତଲ (Black Horse Whisky Bottle), ୨ ଜାର୍କିନ ମଦ (Jerry Can Bottle) ସହିତ କିଛି ଖାଲି ବୋତଲ ଏବଂ ଠିପି ଜବତ କରିଛି ପୋଲିସ। କିଛି ସାକ୍ଷୀଙ୍କ ଉପସ୍ଥିତିରେ ସମସ୍ତ ସମଗ୍ରୀ ଜବତ କରାଯିବା ସହିତ ଅଭିଯୁକ୍ତଙ୍କୁ ବ୍ରଜରାଜନଗର ଥାନା ଏଚ ଲାଇନ ଅଞ୍ଚଳର ୪୩ ବର୍ଷୀୟ ସୁନୀଲ ସିଂହ ଏବଂ ତାଙ୍କ ସହଯୋଗୀ ଷ୍ଟେସନପଡା ଅଞ୍ଚଳର (Brajrajnagar Railway Station Area) ସୁଦୀପ ଚନ୍ଦ୍ର ଓରଫ ରାଜୁଙ୍କୁ (୩୭) ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ। 

Also Read: Jharsuguda Bypoll 2023: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେପି-କଂଗ୍ରେସ

ଏଭଳି ନକଲି ଦାମିକିଆ ମଦ ଜବତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ମଦ ଦୋକାନରେ ମଧ୍ୟ ନକଲି ମଦ ରହିଥିବାର ଆଶଙ୍କା କରାଯାଉଛି। ସେଠାରେ ରହିଥିବା ମଦ ଦୋକାନ ସହିତ ଖୋଲାରେ ବିକ୍ରି କରୁଥିବା ଲୋକଙ୍କୁ ଜେରା କଲେ କିମ୍ବା ରାଡାର ରେ ନେଲେ ଅଧିକ ତଥ୍ୟ ସହ ନକଲି ମଦ କାରବାର ସହିତ ଜଡ଼ିତ ଅନ୍ୟ ରାକେଟ ବାବଦରେ ପର୍ଦ୍ଦାଫାଶ ହୋଇପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବ୍ରଜରାଜନଗର ଅଞ୍ଚଳରୁ ମଦ ଜବତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।