ବେଙ୍ଗାଲୁରୁ ହିଂସା: ଉତ୍ତରପ୍ରଦେଶ ସରକାରଙ୍କ ଭଳି କ୍ଷୟକ୍ଷତିର ଅର୍ଥ ଆଦାୟ କରିବ କର୍ଣ୍ଣାଟକ ସରକାର
Advertisement
Article Detail0/zeeodisha/odisha727895

ବେଙ୍ଗାଲୁରୁ ହିଂସା: ଉତ୍ତରପ୍ରଦେଶ ସରକାରଙ୍କ ଭଳି କ୍ଷୟକ୍ଷତିର ଅର୍ଥ ଆଦାୟ କରିବ କର୍ଣ୍ଣାଟକ ସରକାର

ଉତ୍ତରପ୍ରଦେଶ ସରକାରଙ୍କ ଭଳି କର୍ଣ୍ଣାଟକ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିବ।  ଦଙ୍ଗାରେ କ୍ଷତି ହୋଇଥିବା ସମ୍ପତିର ମୂଲ୍ୟ ଦଙ୍ଗାକାରୀଙ୍କ ଠାରୁ ଆଦାୟ କରାଯିବ ବୋଲି କର୍ଣ୍ଣାଟକର ମନ୍ତ୍ରୀ ସିଟି ରବି ସୂଚନା ଦେଇଛନ୍ତି। 

ବେଙ୍ଗାଲୁରୁ ହିଂସା: ଉତ୍ତରପ୍ରଦେଶ ସରକାରଙ୍କ ଭଳି କ୍ଷୟକ୍ଷତିର ଅର୍ଥ ଆଦାୟ କରିବ କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ: ଉତ୍ତରପ୍ରଦେଶ ସରକାରଙ୍କ ଭଳି କର୍ଣ୍ଣାଟକ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିବ।  ଦଙ୍ଗାରେ କ୍ଷତି ହୋଇଥିବା ସମ୍ପତିର ମୂଲ୍ୟ ଦଙ୍ଗାକାରୀଙ୍କ ଠାରୁ ଆଦାୟ କରାଯିବ ବୋଲି କର୍ଣ୍ଣାଟକର ମନ୍ତ୍ରୀ ସିଟି ରବି ସୂଚନା ଦେଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଦେଖାଦେଇଥିବା ଦଙ୍ଗାରେ ୩ ଜଣ ଲୋକଙ୍କ ପ୍ରାଣହାନୀ ଘଟିବା ସହିତ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ମନ୍ତ୍ରୀ ରବି  ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି କି, ଉତ୍ତର ପ୍ରଦେଶ ସରକାରଙ୍କ ଭଳି ପଦକ୍ଷେପ ନେବ। ଦଙ୍ଗାକାରୀଙ୍କ ଠାରୁ କ୍ଷୟକ୍ଷତିର ରାଶିକୁ ଆଦାୟ କରାଯିବ। 

ଗତବର୍ଷ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଉତ୍ତରପ୍ରଦେଶରେ ଏହିଭଳି ଦଙ୍ଗା ଦେଖାଦେଇଥିଲା। ତେବେ ଦଙ୍ଗାକାରୀଙ୍କ ଠାରୁ ଉତ୍ତରପ୍ରଦେଶରେ ବିଜେପି ଶାସିତ ଯୋଗି ସରକାର କ୍ଷୟକ୍ଷତିର ଅର୍ଥକୁ ଆଦାୟ କରିଥିଲେ। ସୂଚନାଯୋଗ୍ୟ ପୁର୍ବ ବେଙ୍ଗାଲୁରୁ ଅଞ୍ଚଳରେ ମଙ୍ଗଳବାର ରାତିରେ ଏକ ଫେସବୁକ ପୋଷ୍ଟକୁ ନେଇ ତୁମୁଳକାଣ୍ଡ ଦେଖାଦେଇଥିଲା। ଝିମିଟି ଖେଳରୁ ମହାଭାରତ ଭଳି ଦଙ୍ଗାର ରୁପ ନେଇଥିଲା ଏହି ତୁମୁଳ କାଣ୍ଡ। ପ୍ରଥମେ ପ୍ରଥମେ ଭିଡ଼ ଓ ଦଙ୍ଗା ଉପରେ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ ଚଳାଇବା ସହିତ ଲାଠି ମାଡ଼ କରିଥିଲା। ମାତ୍ର ଭିଡ଼ ନିୟନ୍ତ୍ରଣ ହେବା ପରିବର୍ତ୍ତେ ଆହୁରି ଉଗ୍ର ରୂପ ନେଇଥିଲା। 

ଫଳରେ ପୋଲିସକୁ ଗୁଳି ମାଡ଼ କରିବାକୁ ପ୍ରୟାସ କରିଥିଲା। ଏହି ଗୁଳି ମାଡ଼ରେ ୩ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଛି। ବେଙ୍ଗାଲୁରୁ ପୋଲିସ କମିଶନର କମଲ ପନ୍ତ କହିଛନ୍ତି କି, ପୋଲିସ ଗୁଳିରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୬୦ ଜଣରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଡିଜେ ହିଲ୍ଲୀ ଓ କାଜି ହିଲ୍ଲୀ ଥାନା କ୍ଷେତ୍ର ଅଞ୍ଚଳରେ ଗୁରୁବାର ପର୍ଯ୍ୟନ୍ତ ୧୪୪ ଧାରା ଲଗାଇ ଦିଆଯାଇଛି। କମିଶନର କହିଛନ୍ତି କି ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି। ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ଭଣଜା ନବୀନଙ୍କୁ ଗିରଫ କରିଥିବା ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି।