ଟିପୁ ସୁଲତାନଙ୍କୁ ନେଇ କର୍ଣ୍ଣାଟକ ବିଜେପି ଦୁଇ ଫାଳ
Advertisement
Article Detail0/zeeodisha/odisha737508

ଟିପୁ ସୁଲତାନଙ୍କୁ ନେଇ କର୍ଣ୍ଣାଟକ ବିଜେପି ଦୁଇ ଫାଳ

ପ୍ରାଚୀନ ମହୀଶୂର ରାଜ୍ୟର ଶାସକ (Mahisur Ruler) ତଥା ଆଧୁନିକ କର୍ଣ୍ଣାଟକ ଇତିହାସରେ (Modern Karnatka History) ଯୋଦ୍ଧା ଭାବେ ଜଣାଶୁଣା ଟିପୁ ସୁଲତାନଙ୍କୁ (Tipu Sultan) ନେଇ ଦୁଇ  ଫାଳ ହୋଇଛି ରାଜ୍ୟରେ କ୍ଷମତାସୀନ ଶାସକ ଭାରତୀୟ ଜନତା ପାର୍ଟି-ବିଜେପି (BJP-Bhartiya Janata Party) ।  ଏ ପ୍ରସଙ୍ଗରେ ମତ ରଖି କର୍ଣ୍ଣାଟ

ଟିପୁ ସୁଲତାନଙ୍କୁ ନେଇ କର୍ଣ୍ଣାଟକ ବିଜେପି ଦୁଇ ଫାଳ

ବେଙ୍ଗାଲୁରୁ: ପ୍ରାଚୀନ ମହୀଶୂର ରାଜ୍ୟର ଶାସକ (Mahisur Ruler) ତଥା ଆଧୁନିକ କର୍ଣ୍ଣାଟକ ଇତିହାସରେ (Modern Karnatka History) ଯୋଦ୍ଧା ଭାବେ ଜଣାଶୁଣା ଟିପୁ ସୁଲତାନଙ୍କୁ (Tipu Sultan) ନେଇ ଦୁଇ  ଫାଳ ହୋଇଛି ରାଜ୍ୟରେ କ୍ଷମତାସୀନ ଶାସକ ଭାରତୀୟ ଜନତା ପାର୍ଟି-ବିଜେପି (BJP-Bhartiya Janata Party) । 

ଏ ପ୍ରସଙ୍ଗରେ ମତ ରଖି କର୍ଣ୍ଣାଟକ ବିଧାନ ପରିଷଦର-କେଏଲସି (Karnataka Legislative Council-KLC) ବିଜେପି ସଦସ୍ୟ ବିଶ୍ୱନାଥ (BJP Member Viswanath) କହିଛନ୍ତି ଟିପୁ ସୁଲତାନ ମାଟିର ପୁଅ । ତାଙ୍କର ବଳିଦାନ ଲାଗି ଏ ମାଟିକୁ ତାଙ୍କ ଆଗରେ ନତମସ୍ତକ ହେବାକୁ ପଡିବ।

ଏହା ସହିତ ସେ ଆହୁରି କହିଛନ୍ତି ଟିପୁ ସୁଲତାନ ସେହି ବ୍ୟକ୍ତି ଯିଏକି ନିଜ ମାଟିର ସ୍ୱାଧିନତା ଲାଗି ବିଜୁଲ ବଜାଇଥିଲେ । ତାଙ୍କର ତ୍ୟାଗ, ବଳିଦାନ ଲାଗି ଏ ମାଟି ତାଙ୍କୁ ପ୍ରଣାମ କରିବା ଦରକାର । ଦଳୀୟ ଏମଏଲସି ସଦସ୍ୟଙ୍କ ବୟାନ ଉପରେ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ । ଟିପୁ ସୁଲତାନ କୌଣସି ଜାତି ଧର୍ମ କିମ୍ବା କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତ ନଥିଲେ । ତାଙ୍କୁ କୌଣସି ନିର୍ଦ୍ଧିଷ୍ଟ ଧର୍ମ ସହ ଯୋଡିବା ଠିକ ନୁହେଁ ।   

 

 

ହେଲେ ପୂର୍ବରୁ ଟିପୁ ସୁଲତାନ ପ୍ରସଙ୍ଗରେ କର୍ଣ୍ଣାଟକରେ କ୍ଷମତାସୀନ ବିଜେପି ବିରୋଧି ଏବଂ ବିରୋଧି କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ସିଦ୍ଧରମୈୟାଙ୍କ ନେତୃତ୍ୱରେ ଗଠିତ କଂଗ୍ରେସ ସରକାର ତାଙ୍କ ଜନ୍ମଜୟନ୍ତୀଙ୍କୁ ସରକାରୀ କାର୍ଯ୍ୟକ୍ରମ ଭାବେ ପାଳନ କରିଆସୁଥିଲା । ହେଲେ ରାଜ୍ୟରେ ବିଏସ ୟେଦୁୟୁରାପ୍ପାଙ୍କ ନେତୃତ୍ୱରେ ବିଜେପି ସରକାର ଗଠିତ ହେବା ପରେ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା ।