କୋରୋନା ସ୍ଥିତି ନେଇ ଜରୁରୀ ବୈଠକ କଲେ ୟେଦୁରପ୍ପା
Advertisement

କୋରୋନା ସ୍ଥିତି ନେଇ ଜରୁରୀ ବୈଠକ କଲେ ୟେଦୁରପ୍ପା

କର୍ଣ୍ଣାଟକରେ ଏପର୍ଯ୍ୟନ୍ତ ୨୬ହଜାର ୮୧୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୪୧୬ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । 

ଫାଇଲ ଫଟୋ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବର୍ତ୍ତାମାନ କୋରୋନା ସଂକ୍ରମଣ ଅଧିକ ମାତ୍ରାରେ ବୃଦ୍ଧି ପାଇଲାଣି । ଆଗକୁ ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଦିଲ୍ଲୀ ଭଳି ସ୍ଥିତି କର୍ଣ୍ଣାଟକରେ ମଧ୍ୟ ହୋଇପାରେ । ତେଣୁ କୋରୋନା ମୁକାବିଲା ନେଇ ଜରୁରୀ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା । ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀଙ୍କ ସହ ଜରୁରୀ ବୈଠକ କରି ରାଜ୍ୟରେ କୋରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । 

କର୍ଣ୍ଣାଟକରେ ଏପର୍ଯ୍ୟନ୍ତ ୨୬ହଜାର ୮୧୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୪୧୬ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ୧୧ ହଜାର ୯୮ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ତେବେ ଅନଲକ ୧.0 ପରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । 

ଆଜି ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ମନ୍ତ୍ରିମଣ୍ଡଳ ସହ ଜରୁରୀ ବୈଠକ କରିଛନ୍ତି ୟେଦୁରପ୍ପା । ଆଗକୁ କୋରୋନା ମୁକାବିଲା ଦିଗରେ ଆଉ କ'ଣ କ'ଣ ପଦକ୍ଷେପ ନିଆଯାଇପାରିବ, ସେଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।