ରାଜ୍ୟରେ ଲଗାତାର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୧୧ ତାରିଖ ଦିନ କର୍ଣ୍ଣାଟକରେ ୨ ଜଣଙ୍କ ନମୁନାରେ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ମିଳିଛି। ଏହା ପରେ ରାଜ୍ୟରେ କୋଭିଡ ନିୟମକୁ କଡାକଡି କରାଯାଇଛି।
Trending Photos
ବେଙ୍ଗାଲୁରୁ: କିଛି ଦିନର ବିରତି ପରେ ଦେଶରେ ପୁଣି କୋରୋନା ଗ୍ରାଫ ଉଠିବା ଆରମ୍ଭ ହୋଇଯାଇଛି। ଦିଲ୍ଲୀ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ର ଓ କର୍ଣ୍ଣାଟକ ପରି ରାଜ୍ୟରେ ଲଗାତାର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୧୧ ତାରିଖ ଦିନ କର୍ଣ୍ଣାଟକରେ ୨ ଜଣଙ୍କ ନମୁନାରେ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ମିଳିଛି। ଏହା ପରେ ରାଜ୍ୟରେ କୋଭିଡ ନିୟମକୁ କଡାକଡି କରାଯାଇଛି।
ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣ (Corona virus) କୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ବିଭିନ୍ନ ସହରରେ ଲକଡାଉନ ଲଗାଇବାକୁ ଉଦ୍ଧବ ସରକାର ଚିନ୍ତା କରୁଛନ୍ତି। ଏପରେ ବେଙ୍ଗାଲୁରୁ (Bengaluru) ରେ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ (South Africa Strain) ମିଳିବା ପରେ କର୍ଣ୍ଣାଟକ ସରକାର କୋଭିଡ କଟକଣାକୁ କଡାକଡି କରିଛନ୍ତି। ମାର୍ଚ୍ଚ ୧୨ ତାରିଖରେ ସ୍ୱାସ୍ଥ୍ୟ ଏକ ନୋଟିସ ଜାରି କରି ଗତ ସପ୍ତାହରେ ଦୁବାଇରୁ ଆସିଥିବା ୨ ଜଣଙ୍କ ନମୁନାରେ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ମିଳିଥିବା ସ୍ପଷ୍ଟ କରିଛନ୍ତି।
Also Read: ଗତ ବର୍ଷ ପରି ହେବାକୁ ଲାଗିଛି ପରିସ୍ଥିତି, ଡରାଉଛି ଗତ ୨୪ ଘଣ୍ଟାର କୋରୋନା ରିପୋର୍ଟ
ସେପଟେ ଲୋକଙ୍କୁ ଆତଙ୍କୀତ ନ ହେବାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରାପ୍ପା (BS Yediyurappa) ଅପିଲ କରିଛନ୍ତି। ନୂଆ ଆକ୍ରାନ୍ତଙ୍କୁ କଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରି ସେମାନଙ୍କ ଚି଼କିତ୍ସା କରାଯାଉଛି। କିନ୍ତୁ ଏବେ ରାଜ୍ୟରେ ଲକଡାଉନ ଭଳି ସ୍ଥିତି ଉପୁଜିଛି। ଭିଡକୁ ନିୟନ୍ତ୍ରଣ କରିବା ପାଇଁ କୋଭିଡ ନିୟମକୁ (Covid19 protocols) କଡାକଡି କରାଯାଇଛି। ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଲୋକଙ୍କ ଏକତ୍ରୀକରଣର ସଂଖ୍ୟାକୁ ହ୍ରାସ କରାଯାଇଛି।
କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ଏଣିକି ବିବାହ (wedding ceremonies) ରେ ୫୦୦ ନୁହଁ, ୨୦୦ ଲୋକଙ୍କୁ ଅନୁମତି ମିଳିବ। ଜନ୍ମଦିନ ପାର୍ଟି, ଶୁଦ୍ଧିକ୍ରିୟା ପରି ଛୋଟ କାର୍ଯ୍ୟକ୍ରମରେ ୫୦ ଜଣ ଯୋଗ ଦେଇପାରିବେ। ପୂର୍ବରୁ ଏହି ସଂଖ୍ୟା ୧୦୦ ଥିଲା। ତେବେ ସମସ୍ତ କାର୍ଯ୍ୟକ୍ରମ ଓ ସର୍ବସାଧାରଣରେ ସାମାଜିକ ଦୂରତା (Social Distance) ଓ ମାସ୍କ ପରିଧାନକୁ ଗୁରୁତ୍ୱ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ବ୍ୟକ୍ତି ଏହାର ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠା ନିଆଯିବ ବୋଲି ବିଭାଗ କହିଛି।
Also Read: #Radheକୁ ନେଇ ସଲମାନଙ୍କ ବଡ ଘୋଷଣା
ଗତ ୨୪ ଘଣ୍ଟାରେ କର୍ଣ୍ଣାଟକ (Karnatak) ରେ ୮୩୩ ଜଣ କୋରୋନା ସଂକ୍ରମିତ (Corona Positive) ଚିହ୍ନଟ ହୋଇଛନ୍ତି। ଏହି ଅବଧିରେ କୋରୋନାରେ ୫ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ରାଜ୍ୟର ମୋଟ କୋରୋନା ପଜିଟିଭ୍ ସଂଖ୍ୟା ୯ ଲକ୍ଷ ୬୦ ହଜାର ନିକଟତର ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨ ହଜାର ୩୮୬କୁ ବୃଦ୍ଧି ପାଇଛି।
ଦେଶରେ କୋରୋନା ନିଜର କରାଳ ରୂପ ଦେଖାଉଥିବା ବେଳେ ବିଧାନସଭା ନିର୍ବାଚନ (Assembly election) ହେବାକୁ ଥିବା ୫ ରାଜ୍ୟରେ ରାଜନୈତିକ ଦଳ ଗୁଡିକ ଲୋକଙ୍କ ଜୀବନ ସହ ଖେଳୁଛନ୍ତି। ଏଥିରୁ କେନ୍ଦ୍ରର ଶାସକ BJP ମଧ୍ୟ ବାଦ ପଡି ନାହିଁ। ଏପରି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଙ୍କ ନିର୍ବାଚନୀ ରାଲି (PM Modi Rally) ରେ ହଜାର ହଜାର ଲୋକ ଜମା ହେଉଛନ୍ତି। ସାମାଜିକ ଦୂରତା ଦୂରର କଥା ଅଧାରୁ ଅଧିକ ଲୋକଙ୍କ ମୁହଁରେ ମାସ୍କ ରହୁ ନାହିଁ। ଏପରି ସ୍ଥଳରେ କୋରୋନା ବ୍ୟାପିଲେ କାହାକୁ ଦୋଷ ଦିଆଯିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।