Rajpath Name Changed: ବଦଳିଗଲା 'ରାଜପଥ'ର ନାଁ, ଜାଣନ୍ତୁ ନୂଆ ନାଁର ଉଦ୍ଦେଶ୍ୟ
Advertisement
Article Detail0/zeeodisha/odisha1340250

Rajpath Name Changed: ବଦଳିଗଲା 'ରାଜପଥ'ର ନାଁ, ଜାଣନ୍ତୁ ନୂଆ ନାଁର ଉଦ୍ଦେଶ୍ୟ

ଏନଡିଏମସିର ସଦସ୍ୟ ମିନାକ୍ଷୀ ଲେଖି କହିଛନ୍ତି କି ଏନଡିଏମସିର ଏକ ସ୍ୱତନ୍ତ୍ର ବୈଠକରେ ଏହି ପ୍ରସ୍ତାବକୁ ପାରିତ କରାଯାଇଛି।

Rajpath Name Changed: ବଦଳିଗଲା 'ରାଜପଥ'ର ନାଁ, ଜାଣନ୍ତୁ ନୂଆ ନାଁର ଉଦ୍ଦେଶ୍ୟ

Rajpath Name Changed:  ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାଜପଥର ନାଁ ଶେଷରେ ବଦଳିଛି। ରାଜପଥର ନାଁ ବଦଳି କର୍ତ୍ତବ୍ୟପଥ ହୋଇଛି। ଏନେଇ ଆଜି ନୂଆଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲର (NDMC) ଏକ ସ୍ୱତନ୍ତ୍ର ବୈଠକରେ ନାଁ ପରିବର୍ତ୍ତନ ପ୍ରସ୍ତାବ ଉପରେ ମୋହର ମାରିଛି। ଏନଡିଏମସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ଗୃହ ଓ ନଗର ମନ୍ତ୍ରଣାଳୟ ପକ୍ଷରୁ ରାଜପଥର ନାଁ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ପରିଷଦର ବୈଠରେ ମଞ୍ଜୁରି ମଧ୍ୟ ମିଳିସାରିଛି। 

ଏନଡିଏମସିର ସଦସ୍ୟ ମିନାକ୍ଷୀ ଲେଖି କହିଛନ୍ତି କି ଏନଡିଏମସିର ଏକ ସ୍ୱତନ୍ତ୍ର ବୈଠକରେ ଏହି ପ୍ରସ୍ତାବକୁ ପାରିତ କରାଯାଇଛି। ବିଜେପି ଲୋକସଭା ସାଂସଦ ମିନାକ୍ଷୀ ଲେଖି କହିଛନ୍ତି କି ଆମେମାନେ ସ୍ୱତନ୍ତ୍ର ପରିଷଦ ବୈଠକରେ ରାଜପଥର ନାଁ ପରିବର୍ତ୍ତନ କରି କର୍ତ୍ତବ୍ୟପଥ କରିବାର ପ୍ରସ୍ତାବକୁ ଅନୁମୋଦନ ପାରିତ କରାଯାଇଛି। 

ମିନାକ୍ଷୀ ଲେଖି ଆହୁରି ମଧ୍ୟ କହିଥିଲେ କି ଆଜିର ଏହି ବୈଠକ ଐତିହାସିକ ଥିଲା। ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯାଇଥିଲା। ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବ ପାରିତ ହୋଇଛି। ରାଜପଥର ନାଁ ପୂର୍ବରୁ କିଙ୍ଗ'ସ ଓ୍ୱେ ରହିଥିଲା। ଆମକୁ ଗୁଲାମଗିରିର ସମସ୍ତ ଚିହ୍ନକୁ ହଟାଇବାର ଆବଶ୍ୟକ ରହିଛି ବୋଲି ସେ କହିଥିଲେ। 

ଏନଡିଏମସି ଉପାଧ୍ୟକ୍ଷ ସତୀଶ ଉପାଧ୍ୟାୟ କହିଛନ୍ତି ଯେ ଏ ସମ୍ପର୍କରେ ଗୃହ ଓ ନଗର ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସେ କହିଛନ୍ତି ଯେ ବର୍ତ୍ତମାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ 'କର୍ତ୍ତବ୍ୟପଥ' କୁହାଯିବ।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୮ ତାରିଖରେ କର୍ତ୍ତବ୍ୟପଥର ଉଦଘାଟନ କରିବେ। ଏହି ରାସ୍ତା ସଂଲଗ୍ନ ଅଞ୍ଚଳକୁ ମହତ୍ତ୍ୱାକାଂକ୍ଷୀ ସେଣ୍ଟ୍ରାଲ ଭିଷ୍ଟା ପୁନର୍ବିକାଶ ପରିଯୋଜନା ଅଧିନରେ ଉନ୍ନତି କରଣ କରାଯାଇଛି। ନୂଆଦିଲ୍ଲୀ ନଗରପାଳିକା ପରିଷଦ ଅର୍ଥାନ ଏନଡିଏମସି ରାଜପଥ ଓ ସେଣ୍ଟ୍ରାଲ ଭିଷ୍ଟା ଲନର ନାମକୁ ପରିବର୍ତ୍ତନ କରିଛି। ଏହି ନାମ ପରିବର୍ତ୍ତନ ପ୍ରସ୍ତାବ ପାରିତ ପାଇଁ ଆଜି ସ୍ୱତନ୍ତ୍ର ବୈଠକ ଡକାଯାଇଥିଲା। 

ଏଠାରେ କହି ରଖୁ କି ବ୍ରିଟିଶ ଶାସନ କାଳରେ ରାଜପାଥ କିଙ୍ଗସ ଓ୍ୱେ ଭାବରେ ଜଣାଶୁଣା ଥିଲା। ପ୍ରଧାନମନ୍ତ୍ରୀଙ୍କ ବାସଭବନ ବର୍ତ୍ତମାନ ଯେଉଁ ରାସ୍ତାରେ ଅବସ୍ଥିତ ତାହା ରେସ କୋର୍ସ ରୋଡରୁ ୨୦୧୫ ମସିହାରେ ଲୋକ କଲ୍ୟାଣ ମାର୍ଗ ନାମରେ ନାମିତ କରାଯାଇଥିଲା। ସେହି ବର୍ଷ ଔରଙ୍ଗଜେବ ରୋଡକୁ ଏପିଜେ ଅବଦୁଲ କଲାମ ମାର୍ଗ ନାମରେ ନାମିତ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦି ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଭାଷଣ ଦେଇ ଔପନିବେଶିକ ଚିନ୍ତାଧାରାର ସଂକେତଗୁଡ଼ିକୁ ହଟାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ସୂତ୍ରରୁ ପ୍ରକାଶ ଯେ ଆସନ୍ତା ୨୫ ବର୍ଷ ମଧ୍ୟରେ ୨୦୪୭ ପର୍ଯ୍ୟନ୍ତ ସମସ୍ତ ଲୋକ ନିଜ କର୍ତ୍ତବ୍ୟ ପାଳନ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଏବଂ ଏହି ଆତ୍ମାକୁ କର୍ତ୍ତବ୍ୟପଥ ନାମରେ ଦେଖିବାକୁ ମିଳିବ।

ଅଧିକ ପଢନ୍ତୁ: ୧୦୦ଟି ସ୍ଥାନରେ ଆଇଟି ରେଡ଼, ଜାଣନ୍ତୁ କଣ ରହିଛି ମାମଲା