)
ଲକ୍ଷ୍ନୌ: ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଉଦଘାଟିତ ହୋଇଛି କାଶୀ ବିଶ୍ୱନାଥ କରିଡ଼ର ପ୍ରକଳ୍ପ। ହେଲେ ଏହାକୁ ନେଇ ଏବେ ସରଗରମ ହୋଇଉଠିଛି ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ରାଜନୀତି। ଏହି ପ୍ରକଳ୍ପର ଶ୍ରେୟ ନେବା ପାଇଁ ରାଜ୍ୟରେ କ୍ଷମତାସୀନ ଶାସକ ବିଜେପି ଏବଂ ମୁଖ୍ୟ ବିରୋଧିଦଳ ସମାଜବାଦୀ ପାର୍ଟି।
ମୋଦି-ଯୋଗୀ ସରକାରଙ୍କ (Modi-Yogi Govt) ଅମଳରେ କାଶୀ ବିଶ୍ୱନାଥ କରିଡ଼ର (Kashi Vishwanath Corridor) ପ୍ରକଳ୍ପ ନିର୍ମାଣ ହୋଇଥିବା ନେଇ ବିଜେପି (BJP) ଶ୍ରେୟ ନେଉଥିବା ବେଳେ ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party Supremo) ଅଖିଳେଶ ଯାଦବ (Akhilesh Yadav) ମଧ୍ୟ ତାଙ୍କ ସରକାର ସମୟରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିବା ଦାବି କରିଛନ୍ତି। ତାଙ୍କ କ୍ୟାବିନେଟ୍ ଏହାକୁ ପାରିତ କରିଥିବା ସେ କହିଛନ୍ତି।
ଅଖିଳେଶ ଯାଦବଙ୍କ ଏହି ଦାବିକୁ ଖାରଜ କରିଛନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ (UP Deputy CM) ତଥା ବିଜେପି ଡ.ଦୀନେଶ ଶର୍ମା (Dr.Dinesh Sharma)। ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଅଖିଳେଶ ଯାଦବଙ୍କ ଦାବିର କୌଣସି ସତ୍ୟତା ରହିନାହିଁ। ଯଦି ଅଖିଳେଶ ଯାଦବଙ୍କ କ୍ୟାବିନେଟ୍ କାଶୀ ବିଶ୍ୱନାଥ କରିଡରର ପ୍ରସ୍ତାବ ପାରିତ କରିଥିଲା ତାହେଲେ ରାଜ୍ୟ ସମାଜବାଦୀ ପାର୍ଟି ସରକାର (Samajwadi Govt in UP) କ୍ଷମତାସୀନ ଥିବା ବେଳେ ଏହାକୁ କାହିଁକି କାର୍ଯ୍ୟକାରୀ ନଥିଲା। ଖବରକାଗଜରେ ଏକଥା କାହିଁକି ପ୍ରକାଶିତ ହୋଇନଥିଲା। ପ୍ରଥମତଃ ତାଙ୍କର ଦାବି ମିଥ୍ୟା ଏବଂ ଯଦି ସେ ଏହା କରିଥାନ୍ତେ ତାହେଲେ ଭୋଟ୍ ହରାଇଥାନ୍ତେ।
କାଶୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପ୍ରଥମ ବିବୃତ୍ତିରେ କହିଥିଲେ ମାତା ଗଙ୍ଗା ମୋତେ ଡାକିଛନ୍ତି। ଲୋକେ ଏହାର ଅନେକ ଅର୍ଥ ବାହାର କରିଥିଲେ। ବର୍ତ୍ତମାନ ଏହା ପ୍ରମାଣିତ ହୋଇଛି ଯେତେବେଳେ କାଶୀ ବିଶ୍ୱନାଥ କରିଡର ଉଦଘାଟନ କରାଯାଇଛି। ଏହା ଚମତ୍କାର। କାଶୀ ଏବେ ବମ୍-ବମ୍ ଗାନ କରୁଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗମନ ପୂର୍ବରୁ ଦେଶରେ ଏପରି ପରିବେଶ ଥିଲା ଯେ ଯଦି ଆପଣ ସୁତା ବାନ୍ଧନ୍ତି କିମ୍ବା ଟିକା ଲଗାନ୍ତି ତାହେଲେ ଆପଣ ସାମ୍ପ୍ରଦାୟିକ ହୋଇଯିବେ। ହେଲେ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି। ଆମ ସରକାରରେ ବିକାଶ ଏଜେଣ୍ଡା ସହିତ ଭାରତୀୟ ସଂସ୍କୃତିର ଦର୍ଶନକୁ ଅନ୍ତର୍ଭୁକ୍ତ କରାଯାଇଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଉଦଘାଟନ ହେବା ପୂର୍ବରୁ କାଶୀ ବିଶ୍ୱନାଥ କରିଡ଼ର ପ୍ରକଳ୍ପ କାର୍ଯ୍ୟର ଆରମ୍ଭ ସମାଜବାଦୀ ସରକାର ଅମଳରୁ ଆରମ୍ଭ ହୋଇଥିଲା ବୋଲି ଦାବି କରିଥିଲେ ଅଖିଳେଶ ଯାଦବ। ବର୍ତ୍ତମାନ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର (BJP Govt in UP) ଭେଦଭାବ ପୂର୍ଣ୍ଣ ଉପାୟରେ କାମ କରୁଛି। ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ଜନସାଧାରଣ ଶାସକ ଦଳକୁ ଜବାବ ଦେବେ ବୋଲି କହିଥିଲେ ସମାଜବାଦୀ ପାର୍ଟି ସୁପ୍ରିମୋ।