what is nipah virus: ନିପା ଭାଇରସ; ଲକ୍ଷଣ କଣ ଓ କିପରି ବର୍ତ୍ତିବେ ଜାଣନ୍ତୁ
Advertisement
Article Detail0/zeeodisha/odisha2346464

what is nipah virus: ନିପା ଭାଇରସ; ଲକ୍ଷଣ କଣ ଓ କିପରି ବର୍ତ୍ତିବେ ଜାଣନ୍ତୁ

Nipah Death Reported in Kerala : କେରଳରେ ଘାତକ ହେଉଛି ନିପା ଭାଇରସ । ସଂକ୍ରମଣରେ ଆଖି ବୁଜିଲା 14 ବର୍ଷୀୟ ନାବାଳକ । କିପରି ନିପା ଭାଇରସ ସଂକ୍ରମଣରୁ ବର୍ତ୍ତିବେ ଓ ଏହାର ଲକ୍ଷଣ କଣ ଜାଣି ନିଅନ୍ତୁ । ପଢନ୍ତୁ ପୂରା ଖବର

nipah virus

Nipah Death reported in Kerala : କୋରୋନା ଭାଇରସ ଠାରୁ ଘାତକ କୁହାଯାଉଥିବା ନିପା ଭାଇରସରେ ଆଜି (ରବିବାର) ଜଣେ ନାବାଳକର ମୃତ୍ୟୁ ଘଟିଛି । ନାବାଳକ ଜଣକ ଭେଣ୍ଟିଲେଟରରେ ଥିବା ସମୟରେ  ବିୟୋଗ ହୋଇଛି । ସଂକ୍ରମଣରେ ମୃତ୍ୟୁ ଘଟିଥିବା ନାବାଳକ ସଂସ୍ପର୍ଶରେ ପ୍ରାୟ ୨୪୬ ଜଣ ଅଛନ୍ତି । ଏଣୁ ଏହି ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । 

ନିପା ଭାଇରସ କଣ?:-ସୂଚନାନୁସାରେ, ପ୍ରାୟ ୨୫ ବର୍ଷ ପୂର୍ବେ ମାଲେସିଆରୁ ନିପା ଭାଇରସ ଚିହ୍ନଟ ହୋଇଥିଲା । ଏହାପରେ ବାଲାଂଦେଶ, ଭାରତ ଏବଂ ସିଙ୍ଗାପୁରରେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଭାରତର କେରଳ ସମେତ ଏସିଆର ଅନେକ ସ୍ଥାନରେ ଚିନ୍ତାର କାରଣ ସାଜିଛି ନିପା ଭାଇରସ । ତେବେ ଏହି ଭାଇରସରୁ ବର୍ତ୍ତିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ଭ୍ୟାକ୍ସିନ ବାହାରି ନାହିଁ ।

ନିପା ଭାଇରସ୍ ହେଉଛି ଏକ ପ୍ରକାର ରେସ୍ପିରେଟାରୀ ଭାଇରସ। ଏହା ଜ୍ବର, ବାନ୍ତି, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, ଶ୍ବାସକ୍ରିୟା ନେବାରେ ଅସୁବିଧା ଭଳି ସମସ୍ୟା ସୃଷ୍ଟି କରେ । ଭାଇରାଲ୍ ସଂକ୍ରମଣର ସାଧାରଣ ଲକ୍ଷଣ ମଧ୍ୟ ଏଥିରେ ଦେଖାଯାଏ । ଯଦି ଏହି ରୋଗ ଗୁରୁତର ହୁଏ ତେବେ ସ୍ନାୟୁଗତ ସମସ୍ୟା ଦେଖାଦେଇପାରେ । ଜାପାନିଜ୍ ଏନସେଫାଲାଇଟିସ୍ ତଥା ମସ୍ତିଷ୍କ ଜ୍ବର ଭଳି ଲକ୍ଷଣ ଥାଇପାରେ । ତେବେ କୋଭିଡ ଠାରୁ ନିପା ଭାଇରସ ଆକ୍ରାନ୍ତଙ୍କ ମୃତ୍ୟୁହାର ଅଧିକ । କୋରୋନାଠୁ ୨୦% ଅଧିକ ଘାତକ ନିପା ଭାଇରସ ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ଡିଡି ରାଜୀବ ବହଲ ସୂଚନା ଦେଇଛନ୍ତି।

ନିପା ଭାଇରସ ସଂକ୍ରମଣରେ ବିଶେଷ ଗମ୍ଭୀର ଲକ୍ଷଣ ଦୃଷ୍ଟିଗୋଚର ହୁଏ ନାହିଁ । ଏଗୁଡିକ ସାଧାରଣ ଭାଇରାଲ୍ ଜ୍ବର ଭଳି ହୋଇଥାଏ । କୋଭିଡ ପରି ଏଥିରେ ମଧ୍ୟ RTPCR ଟେଷ୍ଟ କରାଯାଇଥାଏ । ଏହା ସହିତ ଆଣ୍ଟିବଡି ପରୀକ୍ଷା ମଧ୍ୟ କରାଯାଇପାରେ ।

ସଂକ୍ରମଣରୁ ବର୍ତ୍ତିବା ପାଇଁ ସତର୍କତା:-

୧-ବାହାରୁ ଆସିଲେ ଭଲ ଭାବେ ହାତଗୋଡ଼ ଧୁଅନ୍ତୁ
୨-ସଂକ୍ରମିତଙ୍କ ଚିକିତ୍ସା କରୁଥିବା ବ୍ୟକ୍ତିଙ୍କଠୁ ଦୂରତା ବଜାୟ ରଖନ୍ତୁ
୩-ସଂକ୍ରମିତ ରହୁଥିବା ସ୍ଥାନ ପରିତ୍ୟାଗ କରନ୍ତୁ
୪-ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକେ କଞ୍ଚା ଖାଦ୍ୟ ଖାଇବାଠୁ ଦୂରେଇ ରୁହନ୍ତୁ,ବିଶେଷ କରି ମାଂସ ଠାରୁ ଦୂରେଇ ରୁହନ୍ତୁ ।
୫-ସବୁବେଳେ ରନ୍ଧା ଖାଦ୍ୟ ଖାଆନ୍ତୁ
୬-ନିପା ଭାଇରସ ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିବା ଠାରୁ ଦୂରେଇ ରୁହନ୍ତୁ
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଫଳ ଏବଂ ତଟକା ପନିପରିବା ଖାଆନ୍ତୁ

ସୂଚନା ଥାଉ କି ନିପା ଭାଇରସ ସଂକ୍ରମଣରେ କେରଳରେ ଏଯାବତ ୨୧ଜଣଙ୍କ ମୃତ୍ୟୁ ଘଟିଲାଣି । ଏହା ପଞ୍ଚମ ଥର ଲାଗି ରାଜ୍ୟରେ ଦେଖାଦେଇଛି । ୨୦୧୮ ମସିହାରେ କେରଳରେ ପ୍ରଥମେ ନିପା ଭାଇରସ ଚିହ୍ନଟ ହୋଇଥିଲା । ଏହାପରେ ୨୦୧୯,୨୦୨୧ ଓ ୨୦୨୩ରେ ନିପା ଭାଇରସ ଦ୍ବାରା ରାଜ୍ୟରେ ଲୋକେ ସଂକ୍ରମିତ ହୋଇଥିଲେ ।