ବାତ୍ୟା ବେଳେ ସମୁଦ୍ରରେ ଭାସିଆସିଲା ସୁନାର ରଥ
Advertisement
Article Detail0/zeeodisha/odisha1181548

ବାତ୍ୟା ବେଳେ ସମୁଦ୍ରରେ ଭାସିଆସିଲା ସୁନାର ରଥ

ହେଲେ ଏହି ରଥ କେଉଁସ୍ଥାନରୁ ଭାସି ଆସିଛି ତାହା ଜଣାପଡ଼ିନାହିଁ। 

ବାତ୍ୟା ବେଳେ ସମୁଦ୍ରରେ ଭାସିଆସିଲା ସୁନାର ରଥ

Gold Chariot in Sea: ବଙ୍ଗୋପ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ଅସାନୀ ଏବେ ଦୁର୍ବଳ ହେବା ପରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଏହି ଝଡ଼ ଆନ୍ଧ୍ର ପ୍ରଦେଶସ୍ଥିତ କାକିନାଡା ଏବଂ ମଛଲିପଟ୍ଟନମ୍ ଠାରେ  ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମାତ୍ର ବାତ୍ୟା ଆସିବା ସମୟରେ ଘଟିଯାଇଛି ଚକିତ କରିବା ଭଳି ଏକ ଘଟଣା। ବାତ୍ୟା ବେଳେ ସମୁଦ୍ରରେ ଭାସିଆସିଛି ଏକ ସୁନାର ରଥ। ହେଲେ ଏହି ରଥ କେଉଁସ୍ଥାନରୁ ଭାସି ଆସିଛି ତାହା ଜଣାପଡ଼ିନାହିଁ। 

ସାମୁଦ୍ରିକ ଝଡ଼ ଅସାନୀ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର ସୁତ୍ରପଲ୍ଲୀ ଉପକୂଳରୁ ମିଳିଛି ସୁନାର ରଥ। ଏନେଇ କୁହାଯାଉଛି ମିଆଁମାର, ଥାଇଲ୍ୟାଣ୍ଡ କିମ୍ବା ମାଲେସିଆ ଭଳି ଦେଶରୁ ଏହି ରଥ ସମୁଦ୍ରରେ ଭାସିଆସିଥିବା ସନ୍ଦେହ କରାଯାଉଛି। ଏକ ସୁନା ନିର୍ମିତ ରଥ ସମୁଦ୍ରରୁ ଉପକୂଳ ଆଡ଼କୁ ଭାସି ଆସୁଥିବାର ଦେଖିବା ପରେ ସ୍ଥାନୀୟ ଲୋକେ ଏହାକୁ ଦଉଡିରେ ବାନ୍ଧି କୂଳକୁ ଆଣିଥିଲେ। ବର୍ତ୍ତମାନ ଏହାର ଭିଡ଼ିଓ ସୋସିଆଲ ମିଡ଼ିଆ ଯୋଗେ ଭାଇରାଲ ହେବାରେ ଲାଗିଛି। 

Also Read: Penthakata ନାଁ Pentakota; କେଉଁଠୁ ଧରାହୋଇଥିଲା ମାଛ ମାଳ?

ଗତ ବର୍ଷ ଆସିଥିବା ୟାସ ବାତ୍ୟା ସମୟରେ ଘଟିଥିଲା ଏଭଳି ଏକ ଘଟଣା। ବାତ୍ୟା ପରେ ମତ୍ସ୍ୟଜୀବୀଙ୍କ ଏକ ୫୦ ଫୁଟିଆ ଜାଲରେ ମୂଳରୁ ଶେଷ ପର୍ଯ୍ୟନ୍ତ ଫୁଲ ଭଲି ଗୁନ୍ଥି ହୋଇ ରହିଥିବା ଅବସ୍ଥାରେ ମିଳିଥିଲା ମାଛ। ଯାହା ମାଛ ମାଳ ଭଳି ଦୃଶ୍ୟମାନ ହେଉଥିଲେ। ଏତେ ପରିମାଣରେ ମାଛ ଧରାପଡିଥି୍ଲେ ଯେ ମତ୍ସ୍ୟଜୀବୀ ବ୍ୟବହାର କରୁଥିବା ଜାଲର ସୂତା ମଧ୍ୟ ଦୃଶ୍ୟମାନ ହେଉନଥିଲା। ଏତେ ପରିମାଣରେ ମାଛ ଧରାପଡିବାକୁ ନେଇ ଆଶ୍ଚର୍ଯ୍ୟ ହୋଇପଡିଥିଲେ ମତ୍ସ୍ୟଜୀବୀ। 

Also Read: ସମୁଦ୍ର ଉପକୂଳରୁ ଧରାହେଲା ମାଛ ମାଳ

ଜାଲରେ କୋକଳି ପ୍ରଜାତିର ମାଛ (Kokali Species Fish) ଧରାପଡିଥିବା ଜଣାପଡିଥିଲା। ଏହି ମାଛର ଚାହିଦା କେରଳ ଭଳି ରାଜ୍ୟରେ ଅଧିକ ରହିଛି। ଏହି ମାଛ କିଲୋ ପିଛା ୮୦-୯୦ଟଙ୍କା ଦରରେ ବିକ୍ରି ହୋଇଥାଏ। ସମୁଦ୍ର କୂଳ (Sea Beach) ଠାରୁ ୫ କିଲୋମିଟର ଅଞ୍ଚଳ ମଧ୍ୟରେ ଏହି ମାଛ ମିଳିଥାନ୍ତି ବୋଲି କହିଛନ୍ତି ମତ୍ସ୍ୟଜୀବୀ। ଆନ୍ଧ୍ର ପ୍ରଦେଶସ୍ଥିତ (Andhra Pradesh) ବିଶାଖାପଟ୍ଟନମ୍ ଜିଲ୍ଲାର (Visakhapatnam) ପେଣ୍ଟାକୋଟା (Pentakota) ନାମକ ଅଞ୍ଚଳରୁ ଏପରି ଧରଣର ସାମୁଦ୍ରିକ ମାଛ (Sea Fish) ମିଳିଥିଲା।