ବୁର୍ଜ ଖଲିପା: ଜାଣନ୍ତୁ କଣ ଏହି ସୁଉଚ୍ଚ ଅଟ୍ଟାଳିକାର ରହସ୍ୟ
Advertisement

ବୁର୍ଜ ଖଲିପା: ଜାଣନ୍ତୁ କଣ ଏହି ସୁଉଚ୍ଚ ଅଟ୍ଟାଳିକାର ରହସ୍ୟ

ବିଶ୍ୱର ଧନୀ ସହର ମଧ୍ୟରେ ସୁଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିପାକୁ ନେଇ ଦୁବାଇର ନାମ ବିଶ୍ୱରେ ସବୁଠୁ ବଡ ଟାଇଟଲ୍ ହାସଲ କରିଛି । ହେଲେ ଏହି ଏହି ସୁଉଚ୍ଚ ଅଟ୍ଟାଳିକାର ନିର୍ମାଣ କେମିତି ହୋଇଥିଲା ତାହା ବୋଧହୁଏ କିଛି ମାତ୍ରାରେ ଲୋକଙ୍କୁ ଜଣାଥିବ। 

ବୁର୍ଜ ଖଲିପା: ଜାଣନ୍ତୁ କଣ ଏହି ସୁଉଚ୍ଚ ଅଟ୍ଟାଳିକାର ରହସ୍ୟ

ନୂଆଦିଲ୍ଲୀ: ବୁର୍ଜ ଖଲିଫା, ଦୁନିଆର ସବୁଠାରୁ ଉଚ୍ଚ ଅଟ୍ଟାଳିକା, ଉତକୃଷ୍ଟ ସ୍ଥାପତ୍ୟ ଓ ଇଞ୍ଜିନିୟରିଂଙ୍କ ଅଦ୍ଭୁତ ନମୁନା । ବିଶାଳ ଗଗନଚୁମ୍ୱି  ବୁର୍ଜ ଖଲିଫା ବିଶ୍ୱରେ ଦୁବାଇର ପରିଚୟକୁ ଆହୁରି ଶାଣିତ କରିପାରିଛି । ମହଙ୍ଗା କାଚଘରେ ସଜାଯାଇଥିବା ଏହି କୋଠାର ଉଚ୍ଚତା ଓ ବିଳାସପୂର୍ଣ୍ଣତା ପାଇଁ ସମଗ୍ର ବିଶ୍ୱରେ ପରିଚିତ । ସୁଉଚ୍ଚ ସହିତ ବିଶ୍ୱର ସବୁପ୍ରକାର ସୁସ୍ୱାଦୁ ଦାମୀ ଖାଦ୍ୟ ଓ ପାନୀୟ, ଅଟ୍ଟାଳିକାର ସାଜସଜ୍ଜା ଓ ଡିଜାଇନ୍ ଅଧିକାଂଶ ଲୋକଙ୍କୁ ଆକୃଷ୍ଟ କରିଥାଏ । ଏପରି ସୁଉଚ୍ଚ ବିଳାସପୂର୍ଣ୍ଣ ଅଟ୍ଟାଳିକାକୁ ଦେଖିବା ଓ ତା ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ମନରେ ଇଛା ରହିଥାଏ । କିଛି ଲୋକ ବୁର୍ଜ ଖଲିପା ଅଟ୍ଟାଳିକା ତଳେ ଫଟୋ ଉଠାଇବାକୁ ଇଛାପ୍ରକାଶ କରିଥାନ୍ତି, ତ ଆଉ କିଛି ଏହି ଅଟ୍ଟାଳିକାରେ ଚଢ଼ି ଏହାର ସୌନ୍ଦର୍ଯ୍ୟକୁ ଆଖିରେ କଏଦ୍ କରିବାକୁ ଇଛା ପ୍ରକାଶ କରିଥାନ୍ତି ।

ଦୁବାଇରେ ଅବସ୍ଥିତ ବିରାଟ ବୁର୍ଜ ଖଲିଫାର ପ୍ରାୟ ୭୦ ପ୍ରତିଶତ ଲୋକଙ୍କ ପାଇଁ ରହିବାକୁ ଡିଜାଇନ୍ କରାଯାଇଛି । ଗଗନ ଚୁମ୍ୱିଂ ବୁର୍ଜ ଖଲିଫାର(Burj Khalifa) ଲମ୍ୱ ୮୨୮.୮ମିଟର ଲମ୍ୱ ରହିଛି, ଯାହାର ୨୦୦ ମିଟର ଅଂଶ ଖାଲି ରହିଛି । ଆକାଶକୁ ଛୁଇଁଥିବା ଏହି ବିଶାଳ ଅଟ୍ଟାଳିକାର ୧୬୩ ମହଲାରୁ ୧୬୦ ମହଲା ଲୋକଙ୍କ ରହିବା ପାଇଁ ଡିଜାଇନ୍ କରାଯାଇଛି । ଏହାର ବିଳାସପୂର୍ଣ୍ଣ ଘର ଓ ସୁଇମିଂପୁଲ୍ ଯୋଗୁଁ ବୁର୍ଜ ଖଲିଫା ଦୁନିଆର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏଠାରେ ମନୋରଞ୍ଜନର ଅନେକ ମାଧ୍ୟମ, ଲୋକଙ୍କୁ ଆକର୍ଷିତ କରିଥାଏ । କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଡିଜାଇନ୍ ହେତୁ ପ୍ରାୟ ୨୦୦ ମିଟରର ଅଂଶ ଅତ୍ୟନ୍ତ ପତଳା, ଯେଉଁଥିପାଇଁ ଲୋକମାନଙ୍କୁ ରହିବା ପାଇଁ ଅନୁଉପଯୁକ୍ତ ଅଟେ । ସେଥିପାଇଁ ଏହି ୨୦୦ ମିଟର ଅଞ୍ଚଳରେ ଲୋକମାନଙ୍କୁ ରହିବାକୁ ଅନୁମତି ଦିଆଯାଏ ନାହିଁ।

Also Read: ରେକର୍ଡ କଲା L&T: ୪୫ ଦିନରେ DRDO ନିର୍ମାଣ କଲା ୭ ମହଲା ଅଟ୍ଟାଳିକା

ବୁର୍ଜ ଖଲିଫା ନିର୍ମାଣ ପାଇଁ ୬ ବର୍ଷ ସମୟ ଲାଗିଥିଲା, ଏହି ବହୁତଳ ସୁଉଚ୍ଚ ଅଟ୍ଟାଳିକା ପଇଁ ପ୍ରାୟ ୮ ବିଲିୟନ ଡଲାର ଖର୍ଚ୍ଚ ହୋଇଥିଲା । ବୁର୍ଜ ଖଲିଫାର(Burj Khalifa) ନିର୍ମାଣ ୨୦୦୪ ମସିହା ସେପ୍ଟେମ୍ୱର ୨୧ ତାରିଖରେ ସରିଥିଲା । ୨୦୧୦ ମସିହାରେ ଏହି ଅଟ୍ଟାଳିକାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା । ନିର୍ମାଣ କାର୍ଯ୍ୟରେ ୧,୧୦,୦୦୦ ଟନରୁ ଅଧିକ କଂକ୍ରିଟ, ୫୫ ହଜାରରୁ ଅଧିକ ଷ୍ଟିଲ୍ ରେଲିଂର ବ୍ୟବହାର କରାଯାଇଛି । ବୁର୍ଜ ଖଲିଫାର କାନ୍ଥରେ ବ୍ୟବହୃତ ସ୍ୱତନ୍ତ୍ର ଧରଣର କାଚ ପାଇଁ କୋଠରୀ ମଧ୍ୟରେ ଗରମ ଅନୁଭୂତ ହୋଇନଥାଏ । ଅଟ୍ଟାଳିକାର ବାହାରେ ୨୬,୦୦୦ ଗ୍ଲାସ୍ ପ୍ୟାନେଲ ଲଗାଯାଇଛି । 

Also Read: ApeCoin କ’ଣ, ଏହାର ମୂଲ୍ୟ ସପ୍ତାହରେ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଲା କାହିଁକି

ବୁର୍ଜ ଖଲିଫାର ନିର୍ମାଣ ସମୟରେ ପ୍ରାୟ ୧୨ହଜାର ଶ୍ରମିକ ନିୟମିତ ଶ୍ରମଦାନ କରିଥିଲେ। ଉଚ୍ଚତା କାରଣରୁ କୋଠାର ଉପର ମହଲାର ତାପମାତ୍ରା ତଳ ମହଲା ତାପମାତ୍ରା ତୁଳନାରେ ୧୫ ଡିଗ୍ରୀ କମ୍ ରହିଥାଏ । ଅନେକ ଲୋକ ଜାଣିନଥିଲେ ଏହି ସୁଉଚ୍ଚ ଅଟାଳିକାର ନିର୍ମାଣ ସମୟରେ ଏହାର ନାମ ବୁର୍ଜ ଦୁବାଇ ରଖାଯାଇଥିଲା | ଏଥିରେ ଆର୍ଥିକ ସହାୟତା ଯୋଗାଉଥିବା ସଂଯୁକ୍ତ ଆରବର ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାଏଦ ଅଲ ନାହିନଙ୍କ ସମ୍ମାନାର୍ଥେ ଉଦଘାଟନ ସମୟରେ ଏହାର ନାମ ବୁର୍ଜ ଖଲିଫା ରଖାଯାଇଥିଲା । ବିଲ୍ଡିଂର ନିର୍ମାଣ ଏହି ବିଲ୍ଡିଂର ଲିଫ୍ଟ ଘଣ୍ଟାପ୍ରତି ୬୫ କିଲୋମିଟର ବେଗରେ ଚାଲିଥାଏ । ବିଲ୍ଡିଂର ୧୨୪ ତମ ମହଲାରେ ଥିବା ପର୍ଯ୍ୟବେକ୍ଷଣ ଡେକ୍ 'ଆଟ୍ ଟପ୍'ରେ ମାତ୍ର ୨ ମିନିଟ୍ ମଧ୍ୟରେ ପହଞ୍ଚିଥାଏ । ପର୍ଯ୍ୟଟକମାନେ ଅଟାଳିକାର ପର୍ଯ୍ୟବେକ୍ଷଣ ଡେକ୍ ଉପରେ ଟେଲିସ୍କୋପରୁ ଦୁବାଇର ଦୃଶ୍ୟ ଦେଖିବା ଏକ ନିଆରା ଅନୁଭୂତ ହୋଇଥାଏ ।