Kolkata Horror: ଦୁଷ୍କର୍ମ ଓ ହତ୍ୟା ପରେ କଣ କରୁଥିଲା ଅଭିଯୁକ୍ତ ସଞ୍ଜୟ, ଉତ୍ତର ଜାଣିବା ପରେ ଟେନସନରେ CBI
Advertisement
Article Detail0/zeeodisha/odisha2420164

Kolkata Horror: ଦୁଷ୍କର୍ମ ଓ ହତ୍ୟା ପରେ କଣ କରୁଥିଲା ଅଭିଯୁକ୍ତ ସଞ୍ଜୟ, ଉତ୍ତର ଜାଣିବା ପରେ ଟେନସନରେ CBI

Kolkata Horror: ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ମମତା ବାନାର୍ଜୀ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଆସୁଛି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି। ତେବେ ଡାକ୍ତରଙ୍କ ନ୍ୟାୟ ପାଇଁ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ଏବଂ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାକୁ ଗୁରୁତ୍ୱ ଦେଇଛନ୍ତି ।

Kolkata Horror: ଦୁଷ୍କର୍ମ ଓ ହତ୍ୟା ପରେ କଣ କରୁଥିଲା ଅଭିଯୁକ୍ତ ସଞ୍ଜୟ, ଉତ୍ତର ଜାଣିବା ପରେ ଟେନସନରେ CBI
Kolkata Horror:  କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରୁଛି ସିବିଆଇ । ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତ ସଞ୍ଜୟ ରାୟଙ୍କ ପଲିଗ୍ରାଫ୍ ଟେଷ୍ଟ କରିଛି। ଅଭିଯୁକ୍ତକୁ ତଦନ୍ତକାରୀ ଦଳ ମୋଟ ୧୦ଟି ପ୍ରଶ୍ନ ପଚାରିଥିଲେ, ଯେଉଁଥିରେ ସେ ଡାକ୍ତରଙ୍କୁ ହତ୍ୟା କରିବା ପରେ କ'ଣ କରିଥିଲେ ତାହାର ଉତ୍ତର ମଧ୍ୟ ଦେଇଛି। ଅଭିଯୁକ୍ତଙ୍କ ଓକିଲ କହିଛନ୍ତି ଯେ ସେ ନିର୍ଦ୍ଦୋଷ ଏବଂ ଆଉ କିଛି ଲୋକ ତାଙ୍କୁ ଫସାଇବା ପାଇଁ କାମ କରୁଛନ୍ତି। ପଲିଗ୍ରାଫ୍ ଟେଷ୍ଟର ଉତ୍ତର ଦେବା ବେଳେ ମଧ୍ୟ ସେ ହତ୍ୟା କରିନଥିବା ଦୋହରାଇଛନ୍ତି। ସେ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିଛି ସଞ୍ଜୟ। 
 
କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ପଲିଗ୍ରାଫ୍ ଟେଷ୍ଟରେ ୧୦ଟି ପ୍ରଶ୍ନର ଉତ୍ତର ଦେଇଛି। ଏକ ମିଡିଆ ରିପୋର୍ଟରେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପରୀକ୍ଷା ସମୟରେ ତାଙ୍କୁ ହତ୍ୟା ପରେ କ'ଣ କରିଥିଲେ ବୋଲି ପଚରାଯାଇଥିଲା। ଏହାର ଜବାବରେ ଅଭିଯୁକ୍ତ କହିଛି ଯେ ସେ ହତ୍ୟା କରିନାହିଁ। ସଞ୍ଜୟଙ୍କ ଓକିଲ କବିତା କୁମାର ଦାବି କରିଛନ୍ତି ଯେ ତାଙ୍କ କ୍ଲାଏଣ୍ଟ ନିର୍ଦ୍ଦୋଷ ବୋଲି।
 
ଅଭିଯୁକ୍ତଙ୍କ ଉତ୍ତର ତଦନ୍ତକାରୀ ଟିମ୍ ର ସମସ୍ୟା ବଢ଼ାଇବ କି? 
ମିଳିଥିବା ସୂଚନା ଅନୁଯାୟୀ, ପଲିଗ୍ରାଫ୍ ଟେଷ୍ଟରେ ଅଭିଯୁକ୍ତ ଦୁଷ୍କର୍ମ ଓ ହତ୍ୟା କରିନଥିବା କହିଥିଲା। ସେମିନାର ହଲରେ ମୃତଦେହ ଦେଖିବା ପରେ ସେ ଭୟଭୀତ ହୋଇ ସେଠାରୁ ଫେରାର ହୋଇଯାଇଥିଲା ବୋଲି ଅଭିଯୁକ୍ତ ସଞ୍ଜୟ ରାୟ କହିଛି। ଏହି ମାମଲାରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଏପର୍ଯ୍ୟନ୍ତ ମାତ୍ର ଜଣେ ଗିରଫ ହୋଇଥିବା ବେଳେ ଏଭଳି ସ୍ଥିତିରେ ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟରେ ଦିଆଯାଇଥିବା ଉତ୍ତର ତଦନ୍ତକାରୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ହସ୍ପିଟାଲର ସିସିଟିଭି ଫୁଟେଜ୍ ଓ ବ୍ଲୁଟୁଥ୍ ଆଧାରରେ ସଞ୍ଜୟଙ୍କୁ ଗିରଫ କରାଯାଇଥିଲା। 
 
ଏହି ମାମଲାରେ ପୂର୍ବତନ କଲେଜ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି। ଦୁର୍ନୀତି ଓ ଆର୍ଥିକ ଅନିୟମିତତା ମାମଲାରେ ଘୋଷଙ୍କୁ କେନ୍ଦ୍ରୀୟ ଏଜେନ୍ସି ଗିରଫ କରିଛି। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ମମତା ବାନାର୍ଜୀ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଆସୁଛି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି। ତେବେ ଡାକ୍ତରଙ୍କ ନ୍ୟାୟ ପାଇଁ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ଏବଂ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାକୁ ଗୁରୁତ୍ୱ ଦେଇଛନ୍ତି ।