Miss World 2024: ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧିଲେ କ୍ରିଷ୍ଟିନା ପାଇସ୍କୋଭା
Advertisement
Article Detail0/zeeodisha/odisha2149097

Miss World 2024: ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧିଲେ କ୍ରିଷ୍ଟିନା ପାଇସ୍କୋଭା

Miss World 2024​: ଚେକ ଗଣରାଜ୍ୟର କ୍ରିଷ୍ଟିନା ପାଇସ୍କୋଭା ଚଳିତ ବର୍ଷର ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧିଛନ୍ତି । ଶନିବାର ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଆୟୋଜିତ ଏହି ଗ୍ରାଣ୍ତ ଫିନାଲେରେ ସବୁ ପ୍ରତିଯୋଗୀଙ୍କ ମଧ୍ଯରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା ।

Miss World 2024: ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧିଲେ କ୍ରିଷ୍ଟିନା ପାଇସ୍କୋଭା

Krystyna Pyszková: ଚେକ ଗଣରାଜ୍ୟର କ୍ରିଷ୍ଟିନା ପାଇସ୍କୋଭା ଚଳିତ ବର୍ଷର ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧିଛନ୍ତି । ଶନିବାର ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଆୟୋଜିତ ଏହି ଗ୍ରାଣ୍ତ ଫିନାଲେରେ ସବୁ ପ୍ରତିଯୋଗୀଙ୍କ ମଧ୍ଯରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା ।

ଖବର ଅନୁଯାୟୀ, ଦୀର୍ଘ ୨୮ ବର୍ଷ ପରେ ଭାରତରେ ମିସ ୱାର୍ଲ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପୂର୍ବ ବିଜେତା ମେଗନ ୟଙ୍ଗ ଓ ବଲିଉଡ଼ ପ୍ରଯୋଜକ କରଣ ଜୋହର ଏହାର ପରିଚାଳନା କରିଥିଲେ । ସମସ୍ତଙ୍କୁ ପଛରେ ପକାଇ ଚଳିତ ବର୍ଷର ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧିଛନ୍ତି କ୍ରିଷ୍ଟିନା ପାଇସ୍କୋଭା। ମିସ୍ ଲେବାନନର ୟାସ୍ମିନା ଜେଟନ ପ୍ରଥମ ରନର ଅପ୍ ହୋଇଛନ୍ତି । ପୂର୍ବ ବର୍ଷର ମିସ ୱାର୍ଲ୍ଡ ପୋଲାଣ୍ତର କାରୋଲିନା ବିଲାସ୍କା କ୍ରିଷ୍ଟିନାଙ୍କୁ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧାଇଥିଲେ । କ୍ରିଷ୍ଟିନା ହେଉଛନ୍ତି ଚେକ୍ ରିପବ୍ଲିକରୁ ଦ୍ବିତୀୟ ମିସ ୱାର୍ଲ୍ଡ । ୨୦୦୬ରେ ସେହି ଦେଶର ଟାଟାନା କୁଚାରୋଭା ବିଶ୍ବସୁନ୍ଦରୀ ମୁକୁଟ ପିନ୍ଧିଥିଲେ । ମିସ୍ ୱାର୍ଲ୍ଡ ୱେବସାଇଟ ଅନୁଯାୟୀ, କ୍ରିଷ୍ଟିନା ଜଣେ ମଡ଼େଲ ହେବା ସହ ଜଣେ ଆଇନ ଓ ବିଜନେସ ଆଡ଼ମିନିଷ୍ଟ୍ରେଶନର ଡିଗ୍ରୀ କରିଛନ୍ତି । ୨୦ ବର୍ଷିୀୟା ଏହି ବିଶ୍ବ ସୁନ୍ଦର କ୍ରିଷ୍ଟିନା ପିସକୋ ଫାଉଣ୍ତେଶନର ପ୍ରତିଷ୍ଠାତା ଅଟନ୍ତି । ସେ ଇଂରାଜୀ ସମେତ ସ୍ଲୋଭାକ, ଜର୍ମାନ ଓ ପୋଲଣ୍ତ ଭାଷାରେ ପାରଙ୍ଗମ ।

Also Read- Train Service: ଏହି ଦିନ ଗଡି଼ବ ପୁରୀ-ଅଯୋଧ୍ୟା ଯାତ୍ରୀବାହୀ ଟ୍ରେନ୍, ଜାଣନ୍ତୁ ସପ୍ତାହରେ କେତେ ଦିନ ମିଳିବ ସେବା ?

ଏହି କାର୍ଯ୍ୟକ୍ରମରେ ସାନ, ନେହା କକ୍କର ଓ ଟୋନି କକ୍କର ଭଳି କଳାକାର ସାମିଲ ହୋଇ ଏହାକୁ ଆହୁରି ଆର୍କଷଣୀୟ କରିଥିଲେ । ପ୍ରତିଯୋଗିତାର ନିର୍ଣ୍ଣାୟକ ମଣ୍ତଳୀରେ ଇଣ୍ତିଆ ଟିଭି ଅଧ୍ଯକ୍ଷ ତଥା ମୁଖ୍ୟ ସମ୍ପାଦକ ରଜତ ଶର୍ମା, ଫିଲ୍ମ ନିର୍ମାତା ସାଜିତ ନଦିଆଦୱାଲା, ଅଭିନେତ୍ରୀ ପୂଜା ହେଗଡ଼େ, କ୍ରିତି ସାନନ ଓ ହରଭଜନ ସିଂହ ସାମିଲ ହୋଇଥିଲେ ।