Labour Code: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ସହିତ ମିଳିବ ୩୦୦ ଛୁଟି!
Advertisement

Labour Code: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ସହିତ ମିଳିବ ୩୦୦ ଛୁଟି!

Labour Code Rules: ସରକାରୀ କର୍ମଚାରୀମାନେ ଅକ୍ଟୋବରରୁ ବର୍ଦ୍ଧିତ DA ସହିତ ୩୦୦ ଅର୍ଜିତ ଛୁଟି (Earned Leave) ପାଇପାରନ୍ତି ।

 

Labour Code: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ସହିତ ମିଳିବ ୩୦୦ ଛୁଟି!

ନୂଆଦିଲ୍ଲୀ: ଯଦି ଆପଣ ଜଣେ କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ପ୍ରକୃତରେ ମୋଦି ସରକାର କର୍ମଚାରୀଙ୍କ ଅର୍ଜିତ ଛୁଟି (Earned Leave) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇପାରନ୍ତି । ୧ ଅକ୍ଟୋବରରୁ ମୋଦି ସରକାର (Modi Govt) ଶ୍ରମ ସଂହିତା ନିୟମ କାର୍ଯ୍ୟକାରୀ କରିପାରିନ୍ତି । ଏହା ପରେ କର୍ମଚାରୀଙ୍କ ଅର୍ଜିତ ଛୁଟି ୨୪୦ ରୁ ୩୦୦ କୁ ବୃଦ୍ଧି ହୋଇପାରେ ।

ଅତୀତରେ ଶ୍ରମ ମନ୍ତ୍ରଣାଳୟ, ଶ୍ରମ ୟୁନିଅନ୍ ଓ ଶିଳ୍ପ ପ୍ରତିନିଧୀଙ୍କ ମଧ୍ୟରେ କାର୍ଯ୍ୟ ସମୟ, ବାର୍ଷିକ ଛୁଟି, ପେନସନ୍, ପିଏଫ୍, ଟେକ ହୋମ୍ ସେଲରି, ରିଟାୟାରମେଣ୍ଟ ଇତ୍ୟାଦି ସମ୍ବନ୍ଧରେ ଶ୍ରମ ସଂହିତା ନିୟମର ପରିବର୍ତ୍ତନକୁ ନେଇ ଆଲୋଚନା ହୋଇଥିଲା । ଯେଉଁଥିରେ କର୍ମଚାରୀଙ୍କ ଅର୍ଜିତ ଛୁଟିକୁ ୨୪୦ ରୁ ୩୦୦ କୁ ବୃଦ୍ଧି କରିବାକୁ ଦାବି କରାଯାଇଥିଲା ।

ଅଧିକ ପଢ଼ନ୍ତୁ: PF Account ରୁ ଟଙ୍କା ଟ୍ରାନ୍ସଫର କରିବା ହେଲା ସହଜ, ଜାଣନ୍ତୁ ପ୍ରୋସେସ୍

୧ ଅକ୍ଟୋବରରୁ ବଢିପାରେ ଛୁଟି
୧ ଏପ୍ରିଲ ୨୦୨୧ ରୁ ସରକାର ନୂତନ ଶ୍ରମ ସଂକେତରେ ଏହି ନିୟମ ଲାଗୁ କରିବାକୁ ଚାହୁଁଥିଲେ । କିନ୍ତୁ ରାଜ୍ୟଗୁଡିକର ପ୍ରସ୍ତୁତି ଅଭାବରୁ ଓ HR ପଲିସି ବଦଳାଇବା ପାଇଁ  କମ୍ପାନୀମାନଙ୍କୁ ଅଧିକ ସମୟ ଦେବା କାରଣରୁ ସେମାନଙ୍କୁ ସ୍ଥଗିତ ରଖାଯାଇଥିଲା । ୧ ଜୁଲାଇରୁ ସରକାର ଶ୍ରମ ସଂକେତ ନିୟମକୁ ଜଣାଇବାକୁ ଚାହୁଁଥିଲେ, କିନ୍ତୁ ଏହି ନିୟମ ଲାଗୁ କରିବାକୁ ରାଜ୍ୟମାନେ ଅଧିକ ସମୟ ମାଗିଥିଲେ । ଯେଉଁଥିପାଇଁ ଏହାକୁ ୧ ଅକ୍ଟୋବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ଶ୍ରମ ମନ୍ତ୍ରଣାଳୟ ଓ ମୋଦି ସରକାର ୧ ଅକ୍ଟୋବର ସୁଦ୍ଧା ଶ୍ରମ ସଂହିତା ନିୟମକୁ ଜଣାଇବାକୁ ଚାହୁଁଛନ୍ତି ।

ଅଧିକ ପଢ଼ନ୍ତୁ: ବଢ଼ିଲା ଚିନ୍ତା: କରୋନା ସଂକ୍ରମିତଙ୍କୁ ନେଗେଟିଭ୍ ଦେଖାଉଛି RT- PCR ଟେଷ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ଅଗଷ୍ଟ ୨୦୧୯ ରେ ସଂସଦ ତିନୋଟି ଶ୍ରମ ସଂକେତ, ଶିଳ୍ପ ସମ୍ପର୍କ, କାର୍ଯ୍ୟର ନିରାପତ୍ତା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ଅବସ୍ଥା ଓ ସାମାଜିକ ସୁରକ୍ଷା ସମ୍ବନ୍ଧୀୟ ନିୟମକୁ ବଦଳାଇ ଥିଲା । ସେପ୍ଟେମ୍ବର ୨୦୨୦ ରେ ଏହି ନିୟମଗୁଡିକ ପାରିତ ହୋଇଥିଲା । ଯଦି ଏହି ନିୟମ ଓ ଶ୍ରମିକ ସଂଗଠନର ଦାବିକୁ ବିଚାର କରାଯାଏ, ତେବେ ଅକ୍ଟୋବର ୧ ରୁ ସରକାରୀ କର୍ମଚାରୀମାନେ ୩୦୦ ଅର୍ଜିତ ଛୁଟି ପାଇପାରିବେ ।