Earthquake: ଭୂକମ୍ପରେ ଥରିଲା ଜମ୍ମୁ-କଶ୍ମୀର, ଭୂକମ୍ପର ତୀବ୍ରତା ୪.୯ ରେକର୍ଡ
Advertisement
Article Detail0/zeeodisha/odisha2391604

Earthquake: ଭୂକମ୍ପରେ ଥରିଲା ଜମ୍ମୁ-କଶ୍ମୀର, ଭୂକମ୍ପର ତୀବ୍ରତା ୪.୯ ରେକର୍ଡ

Earthquake: ଭୂକମ୍ପରେ ଥରିଲା ଜମ୍ମୁ କାଶ୍ମୀର।  ଆଜି ସକାଳୁ ସକାଳୁ ଜମ୍ମୁ କାଶ୍ମୀର ବାରମୂଳାରେ ଭୂକମ୍ପ ହୋଇଥିଲା। ଯାହାର ତିବ୍ରତା ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୯ ରେକର୍ଡ କରାଯାଇଛି । ଏ-ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷକୁ ସୂଚନା ପ୍ରଦାନ କରାଯାଇଛି।

Earthquake: ଭୂକମ୍ପରେ ଥରିଲା ଜମ୍ମୁ-କଶ୍ମୀର, ଭୂକମ୍ପର ତୀବ୍ରତା ୪.୯ ରେକର୍ଡ

Earthquake: ଭୂକମ୍ପରେ ଥରିଲା ଜମ୍ମୁ କାଶ୍ମୀର।  ଆଜି ସକାଳୁ ସକାଳୁ ଜମ୍ମୁ କାଶ୍ମୀର ବାରମୂଳାରେ ଭୂକମ୍ପ ହୋଇଥିଲା। ଯାହାର ତିବ୍ରତା ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୯ ରେକର୍ଡ କରାଯାଇଛି । ଏ-ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷକୁ ସୂଚନା ପ୍ରଦାନ କରାଯାଇଛି। ତେବେ, ଏହି ଭୂକମ୍ପରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇ ନଥିବା ବେଳେ କେହି ମୃତାହତ ହୋଇ ନାହାଁନ୍ତି। ଏହା ପୂର୍ବରୁ ଅର୍ଥାତ୍ ଜୁଲାଇ ୧୨ରେ ବାରାମୁଲାରେ ଏକ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ଥିଲା। 

ALSO READ: Budh Gochar 2024: ବୁଧଙ୍କ କୃପାରୁ ସେପ୍ଟେମ୍ବର ୪ରୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ନୂଆ ଚାକିରି ସାଙ୍ଗକୁ...

ତେବେ, ଏହା ପୂର୍ବରୁ (ଅଗଷ୍ଟ ୧୮) ମହାରାଷ୍ଟ୍ର ପାଲଘର ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍କଟର ସ୍କେଲରେ  ତିବ୍ରତା ୩.୩  ରହିଛି । ଯେଉଁ କାରଣରୁ କୌଣସି କ୍ଷୟକ୍ଷତି ହୋଇନି। ସକାଳ ପ୍ରାୟ ୬ଟା ୩୫ ମିନିଟ୍ ରେ  ଝଟକା ଅନୁଭବ କରାଯାଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଥିଲା। ପ୍ରତିବର୍ଷ  ବିଶ୍ବରେ ପାଖାପାଖି ୨୦ ହଜାର ଭୂମିକମ୍ପ ଆସିଥାଏ। କିନ୍ତୁ ଏଗୁଡିକର ତିବ୍ରତା ଏତେ ନ ଥାଏ।  ଜାତୀୟ ଭୂମିକମ୍ପ ସୂଚନା କେନ୍ଦ୍ର  ଏହି ଭୂମିକମ୍ପ ରେକର୍ଡ଼ କରିଥାଏ। ୨୦ ହଜାର ମଧ୍ୟରୁ ୧୦୦ଟି ଭୁମିକମ୍ପ କ୍ଷୟକ୍ଷତି ଘଟାଇଥାଏ। ନିକଟର ସିକିମ୍ ରେ ଭୂମିକମ୍ପ ଆସିଥିଲା। ସକାଳ ୬ଟା ୫୭ ମିନିଟ୍ ରେ ମୃଦୁ ଭୂମିକମ୍ପ ଯୋଗୁଁ ଲୋକ ଭୟଭୀତ ହୋଇପଡିଥିଲେ।  ରିକ୍କର ସ୍କେଲରେ ଏହାର ତିବ୍ରତା ୪.୪ ଥିଲା।  ଭୂକମ୍ପର କେନ୍ଦ୍ରସ୍ଥଳୀ ସିକିମ୍ ଥିବାବେଳେ ବିହାରରେ ମଧ୍ୟ ଏହି ଝଟକା ଅନୁଭବ ହୋଇଥିଲା।