Ram Setu Movie: ଅକ୍ଷୟ କୁମାରଙ୍କୁ ସୁବ୍ରମଣ୍ୟମ ସ୍ବାମୀଙ୍କ ଲିଗାଲ୍ ନୋଟିସ୍, କହିଲେ ବଲିଉଡ୍ ବାଲାଙ୍କ ମିଛ କହିବାର ଅଭ୍ୟାସ ରହିଛି
Advertisement

Ram Setu Movie: ଅକ୍ଷୟ କୁମାରଙ୍କୁ ସୁବ୍ରମଣ୍ୟମ ସ୍ବାମୀଙ୍କ ଲିଗାଲ୍ ନୋଟିସ୍, କହିଲେ ବଲିଉଡ୍ ବାଲାଙ୍କ ମିଛ କହିବାର ଅଭ୍ୟାସ ରହିଛି

Ram Setu Movie: ରାଜ୍ୟସଭାର ପୂର୍ବତନ ସାଂସଦ ସୁବ୍ରମଣ୍ୟମ ସ୍ବାମୀ (Subramanian Swamy) ରବିବାର ଦିନ ଆଗାମୀ ଚଳଚ୍ଚିତ୍ର 'ରାମ ସେତୁ'କୁ ନେଇ ବଲିଉଡ ଅଭିନେତା ଅକ୍ଷୟ କୁମାଙ୍କୁ ଏକ ଆଇନଗତ ନୋଟିସ (Leagal Notice) ପଠାଇଛନ୍ତି।

ପ୍ରତିକାତ୍ମକ ଫଟୋ

Ram Setu Movie: ରାଜ୍ୟସଭାର ପୂର୍ବତନ ସାଂସଦ ସୁବ୍ରମଣ୍ୟମ ସ୍ବାମୀ (Subramanian Swamy) ରବିବାର ଦିନ ଆଗାମୀ ଚଳଚ୍ଚିତ୍ର 'ରାମ ସେତୁ'କୁ ନେଇ ବଲିଉଡ ଅଭିନେତା ଅକ୍ଷୟ କୁମାଙ୍କୁ ଏକ ଆଇନଗତ ନୋଟିସ (Leagal Notice) ପଠାଇଛନ୍ତି। ସେ ଅକ୍ଷୟ କୁମାର, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ (Jacqueline Fernandez)ଙ୍କ ସମେତ ଫିଲ୍ମ ନିର୍ମାତାଙ୍କୁ ମଧ୍ୟ ନୋଟିସ ପଠାଇଛନ୍ତି। ଅକ୍ଷୟ କୁମାଙ୍କ ଏହି ଚଳଚ୍ଚିତ୍ର ରାମ ସେତୁ (Ram Setu) ଉପରେ ନିର୍ମିତ ହୋଇଛି। ସୁବ୍ରମଣ୍ୟମ ସ୍ବାମୀ ଅଭିଯୋଗ କରିଛନ୍ତି ଯେ, ଫିଲ୍ମ ପରିବେଷଣରେ ଭୁଲ ତଥ୍ୟ ପ୍ରଦର୍ଶିତ କରାଯାଇଛି। ଏଥିପାଇଁ ଅଭିନେତା ଅକ୍ଷୟ କୁମାର ଓ ଟିମରେ କାର୍ଯ୍ୟ କରିଥିବା ଅନ୍ୟମାନେ ଦାୟୀ।

ଏବାବଦରେ ସୁବ୍ରମଣ୍ୟମ ସ୍ବାମୀ ଟ୍ୱିଟ୍ କରି କହିଛନ୍ତି ଯେ, ମୁମ୍ବାଇ ସିନେମା (କିମ୍ବା ସିନ୍-ଏ-ମା) ବାଲାଙ୍କୁ ମିଛ କହିବା ଓ ଭୁଲ ତଥ୍ୟ ପରିବେଷଣ କରିବାର ଖରାପ ଅଭ୍ୟାସ ରହିଛି। ତେଣୁ, ସେମାନଙ୍କୁ ବୌଦ୍ଧିକ ସମ୍ପଦ ଅଧିକାର ବିଷୟରେ ଶିଖାଇବା ପାଇଁ ମୁଁ ଆଡଭୋକେଟ୍ ସତ୍ୟ ସବରୱାଲଙ୍କ ମାଧ୍ୟମରେ ରାମସେତୁ ଗାଥାକୁ ବିକୃତ କରିଥିବା ହେତୁ ଅଭିନେତା ଅକ୍ଷୟ କୁମାର (ଭାଟିଆ) ଏବଂ 8 ଜଣ ଅନ୍ୟ ଲୋକଙ୍କୁ ଏକ ଆଇନଗତ ନୋଟିସ ଜାରି କରିଛି।

ଆଇନଜୀବୀ ସତ୍ୟ ସବରୱାଲ ଆଇନଗତ ନୋଟିସରେ କହିଛନ୍ତି ଯେ, ମୋର ମହକିଲ ୨୦୦୭ରେ ରାମ ସେତୁର ସୁରକ୍ଷା ପାଇଁ ସୁପ୍ରିମକୋର୍ଟରେ ଯୁକ୍ତି ବାଢିଥିଲେ ଓ ଭାରତ ସରକାରଙ୍କ ସେତୁସୁମୁଦ୍ରମ୍ ସିପ୍ ଚ୍ୟାନେଲ୍ ପ୍ରକଳ୍ପକୁ ବିରୋଧ କରିଥିଲେ। ଯେଉଁଥିରେ ରାମ ସେତୁ ଭାଙ୍ଗିବା ପାଇଁ ଯୋଜନା କରାଯାଇଥିଲା। ରାମ ସେତୁକୁ ହିନ୍ଦୁମାନେ ପବିତ୍ର ବୋଲି ବିବେଚନା କରନ୍ତି। ଅଗଷ୍ଟ ୩୧, ୨୦୦୭ରେ ରାମ ସେତୁକୁ ଭାଙ୍ଗିବା କିମ୍ବା ନଷ୍ଟ କରିବା ପାଇଁ କୌଣସି ବି ଯୋଜନା ବିରୋଧରେ ସୁପ୍ରିମକୋର୍ଟ ଏକ ଆଦେଶ ପାରିତ କରିଥିଲେ। ଏହା ଏହି ଆଧାର ଉପରେ ଥିଲା ଯେ, ଆସ୍ଥା ଏବଂ ଉପାସନା ଏକ ସାମ୍ବିଧାନିକ ଅନିବାର୍ଯ୍ୟତା।

ନୋଟିସରେ ଆହୁରି କୁହାଯାଇଛି ଯେ, ଏହା ମୋର ମହକିଲଙ୍କ ନଜରକୁ ଆସିଛି ଯେ ରାମ ସେତୁ ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି ଏବଂ ଏହା ୨୪ ଅଗଷ୍ଟରେ ରିଲିଜ ହେବା ପାଇଁ ପ୍ରସ୍ତୁତ ହେଉଛି। ଫିଲ୍ମରେ ରାମ ସେତୁ ସମ୍ବନ୍ଧୀୟ ତଥ୍ୟର କୌଣସି ମିଥ୍ୟା, ଭୁଲ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ଉପସ୍ଥାପନାକୁ ରୋକିବା ପାଇଁ ଏହି ନୋଟିସ୍ ପଠାଯାଉଛି। ଏହା ମଧ୍ୟ ଉଲ୍ଲେଖ କରିବା ଜରୁରୀ ଯେ, ରାମ ସେତୁ ସମ୍ବନ୍ଧୀୟ କୋର୍ଟ କାର୍ଯ୍ୟକାରୀ ପ୍ରକ୍ରିୟା ସମ୍ବନ୍ଧୀୟ ସ୍କ୍ରିପ୍ଟ ମୋ ମହକିଲଙ୍କ ସହ ଅଂଶୀଦାର କରାଯିବା ଉଚିତ। ଯାହା ଦ୍ବାରା କୌଣସି ମିଥ୍ୟା ତଥ୍ୟ ଏବଂ ପରିସ୍ଥିତିର ଭୁଲ ଉପସ୍ଥାପନାକୁ ରୋକାଯାଇପାରିବ। ଏହି ଆଇନଗତ ନୋଟିସରେ କୁହାଯାଇଛି, ଏହି ପ୍ରସଙ୍ଗକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଢଙ୍ଗରେ ସମାଧାନ କରିବା ପାଇଁ ଫିଲ୍ମର ପ୍ରାରମ୍ଭିକ କ୍ରେଡିଟରେ ନ୍ୟାୟାଳୟ ମାଧ୍ୟମରେ ସୁବ୍ରମଣ୍ୟମ ସ୍ବାମୀଙ୍କ ଅବଦାନ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି।

ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ଚଳଚ୍ଚିତ୍ରର କୌଣସି ସମ୍ବନ୍ଧରେ କୌଣସି ସ୍ପଷ୍ଟୀକରଣ ସ୍ଥିତିରେ ଚଳଚ୍ଚିତ୍ର ନିର୍ମାତା ରାମ ସେତୁ ସମ୍ବନ୍ଧୀୟ ଆଇନଗତ ପ୍ରକ୍ରିୟା ସମ୍ବନ୍ଧୀୟ ଯେକୌଣସି ଦୃଶ୍ୟରେ ସଠିକ୍ ଚିତ୍ରଣ ପାଇଁ ସ୍ବାମୀଙ୍କ ସହାୟତା ଲୋଡିପାରିବେ। ଏଥି ସହିତ ଅନ୍ତିମ ସ୍କ୍ରିପ୍ଟର ଏକ କପି ଅଂଶୀଦାର କରିପାରନ୍ତି ଓ ମୋ ମହକିଲଙ୍କୁ ଚଳଚ୍ଚିତେର ରିଲିଜ ପୂର୍ବରୁ ଫିଲ୍ମ ଦେଖିବା ପାଇଁ ଆମନ୍ତ୍ରୀତ କରାଯାଉ, ଯାଉଁଥିରେ ତଥ୍ୟର ସଠିକ ଚିତ୍ରର ଯାଞ୍ଚ କରାଯାଇପାରିବ। କହିରଖୁଛୁ ଯେ ରାମ ସେତୁ, ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ନୁଶ୍ରତ ଭାରୁଚା ପ୍ରମୁଖ ଅଭିନୟ କରିଛନ୍ତି।