NEW delhi water problem : ପାଣି ସମସ୍ୟାରେ ପାଣିମାଡ଼ କଲା ପୋଲିସ: ଅସନ୍ତୋଷ ହେଲେ ଲୋକ
Advertisement
Article Detail0/zeeodisha/odisha2303988

NEW delhi water problem : ପାଣି ସମସ୍ୟାରେ ପାଣିମାଡ଼ କଲା ପୋଲିସ: ଅସନ୍ତୋଷ ହେଲେ ଲୋକ

NEW delhi water problem : ଦିଲ୍ଲୀରେ କମୁନି ଜଳ ସଂକଟ। ଏହାରି ଭିତରେ ଆନ୍ଦୋଳନକାରୀଙ୍କ ଉପରେ ପାଣିମାଡ଼ କରିଛି ପୋଲିସ। ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।

NEW delhi water problem

water crisis in delhi : ଦିଲ୍ଲୀରେ କମୁନି ଜଳ ସଂକଟ । ପାଣି ଟୋପେ ପାଇଁ କଲବଲ ହେଉଛନ୍ତି ରାଜଧାନୀବାସୀ । ପାଣି ପାଇଁ ସବୁଠି ହାହାକାର ପଡିଛି । ଟ୍ୟାଙ୍କର ସାମ୍ନାରେ ଲୋକଙ୍କ ଲମ୍ବା ଲାଇନ ଲାଗୁଥିବା ଦେଖିବାକୁ ମିଳିଛି। ତେବେ ଏହାରି ଭିତରେ ଆନ୍ଦୋଳନକାରୀଙ୍କ ଉପରେ ପାଣିମାଡ଼ କରିଛି ପୋଲିସ। ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।

ଶନିବାର ନେତା ରମେଶ ବିଧୁରୀ ଓଖଲାର ଜଳବୋର୍ଡର ଫିଲିଂ ପମ୍ପରେ ବିରୋଧ ପ୍ରଦର୍ଶନ କରିଥିଲେ। ପୋଲିସ ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ପାଣି ଟ୍ୟାଙ୍କର ଆଣି ବର୍ଷା କରିଥିଲା। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା ଏକ ବିଡମ୍ବନାର ବିଷୟ ବୋଲି କୁହାଯାଉଛି। ଏହାର ଭିଡିଓ ଭାଇରାଲ୍ ହେବାପରେ ସୋସିଆଲ୍ ମିଡିଆରେ ସରକାରଙ୍କୁ ଧିକ୍କାର କରି କମେଣ୍ଟ କରୁଛନ୍ତି ୟୁଜର୍ସ।

ଦିଲ୍ଲୀରେ ଦେଖାଯାଇଥିବା ଜଳ ସଂକଟକୁ ନେଇ ଆପ୍ ନେତା ତଥା ଦିଲ୍ଲୀ ଜଳ ମନ୍ତ୍ରୀ ଅତିଶୀ ହରିୟାଣା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅତିଶୀ ଦିଲ୍ଲୀର ଭୋଗଲରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କରିଛନ୍ତି। ଦିଲ୍ଲୀରେ ୧୦୦ MGD ଜଳର ଅଭାବ ଦେଖାଦେଇଛି । ଦିଲ୍ଲୀକୁ ହରିୟାଣାରୁ ୧୦୦ MGD ପାଣି କମ୍ ମିଳୁଛି । ଏହାର ଅର୍ଥ ୨୮ ଲକ୍ଷ ଲୋକଙ୍କୁ କମ୍ ପାଣି ମିଳୁଛି । ଏହି ଅନଶନର ଉଦ୍ଦେଶ୍ୟ ହେଉଛି ହରିୟାଣା ସରକାରଙ୍କ ଉପରେ ପାଣି ପାଇଁ ଚାପ ପକାଇବା।

ସୂଚନାଯୋଗ୍ୟ ଯେ ଦିଲ୍ଲୀବାସୀ ମାସ ମାସ ଧରି ଜଳସଂକଟ ସମସ୍ୟା ଭୋଗୁଛନ୍ତି। ତେବେ ପାଣିକୁ ନେଇ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଲୋକଙ୍କ ଭିତରେ ଅସନ୍ତୋଷ ବି ବଢିବାରେ ଲାଗିଛି । ଦିଲ୍ଲୀରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ତାତି ଯୋଗୁ ଟୋପେ ପାଣି ପିଇବାକୁ ଆଉଟୁ ପାଉଟୁ ହେଉଛନ୍ତି ରାଜଧାନୀବାସୀ । ଆଉ ଏତିକି ବେଳେ ଜଳ ସଂକଟ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ।