ଇମିଡିଏଟ୍ ଏନ୍ୟୁଟି ବିକଳ୍ପରେ ପଲିସି ନେବାର ତୁରନ୍ତ ପରେ ପେନସନ ସୁବିଧା ମିଳି ଯାଏ । ଏଥି ସହିତ ଡେଫର୍ଡ ଏନ୍ୟୁଟିର ବିକଳ୍ପରେ ପଲିସି ଗ୍ରହଣ କରିବାର ୫,୧୦,୧୫ କିମ୍ବା ୨୦ ବର୍ଷ ପରେ ପେନସନ ସୁବିଧା ଦିଆଯାଇଥାଏ ।
Trending Photos
ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC) ନୂତନ ଜୀବନ ଶାନ୍ତି ଯୋଜନା ଆରମ୍ଭ କରିଛି । ଏହି ପଲିସିର ବିଶେଷତ୍ୱ ହେଉଛି ଏଥିରେ ପେନସନ ମିଳିଥାଏ । ଏହି ପଲିସିରେ ନିବେଶ କରି ଜଣେ ବ୍ୟକ୍ତି ତାଙ୍କ ଜୀବନସାରା ମାସିକ ପେନସନ ବ୍ୟବସ୍ଥା କରିପାରିବେ । ଏଥିରୁ ଜଣେ ବ୍ୟକ୍ତି ଅବସର ପରେ ଖର୍ଚ୍ଚକୁ ସହଜରେ ପୂରଣ କରିପାରିବେ । ଏହା ହେଉଛି ସିଙ୍ଗଲ ପ୍ରିମିୟମ୍ ପ୍ଲାନ । ଜୀବନ ଶାନ୍ତି ପଲିସିରେ ଗ୍ରାହକ ଦୁଇଟି ବିକଳ୍ପ ବାଛିପାରିବେ । ପ୍ରଥମଟି ହେଉଛି ଇମିଡିଏଟ୍ ଏନ୍ୟୁଟି ଓ ଦ୍ୱିତୀୟଟି ହେଉଛି ଡେଫର୍ଡ ଏନ୍ୟୁଟି ।
ଅଧିକ ପଢ଼ନ୍ତୁ:-ବିଜେପିର ଚେତାବନୀ, କହିଲା-୪୮ ଘଣ୍ଟା ଭିତରେ ମାହାଙ୍ଗା ଡବଲ ମର୍ଡର ମାମଲାରେ ଅଭିଯୁକ୍ତକୁ ଗିରଫ ନ କରାଗଲେ...
ଏହି ସ୍କିମ୍ କ’ଣ?
ଇମିଡିଏଟ୍ ଏନ୍ୟୁଟି ବିକଳ୍ପରେ ପଲିସି ନେବାର ତୁରନ୍ତ ପରେ ପେନସନ ସୁବିଧା ମିଳି ଯାଏ । ଏଥି ସହିତ ଡେଫର୍ଡ ଏନ୍ୟୁଟିର ବିକଳ୍ପରେ ପଲିସି ଗ୍ରହଣ କରିବାର ୫,୧୦,୧୫ କିମ୍ବା ୨୦ ବର୍ଷ ପରେ ପେନସନ ସୁବିଧା ଦିଆଯାଇଥାଏ । ଯଦି ଆପଣ ଚାହୁଁଛନ୍ତି, ତେବେ ଆପଣ ତୁରନ୍ତ ପେନସନ ଆରମ୍ଭ କରିପାରିବେ । ଯଦି ଆପଣ ଚାହୁଁଛନ୍ତି, ତେବେ ଆପଣ ଏହାକୁ ପରେ ମଧ୍ୟ ଆରମ୍ଭ କରିପାରିବେ । ଧରି ନିଅନ୍ତୁ ଆପଣଙ୍କ ବୟସ ୪୦ ବର୍ଷ, ଯଦି ଆପଣ ଏହି ପ୍ଲାନରେ ସିଙ୍ଗଲ ପ୍ରିମିୟମରେ ୧୦ ଲକ୍ଷ ଟଙ୍କା ନିବେଶ କରିବେ, ତେବେ ତୁରନ୍ତ କିମ୍ବା ୫, ୧୦, ୧୫ କିମ୍ବା ୨୦ ବର୍ଷ ପରେ ପେନସନ ଆରମ୍ଭ କରିବାର ବିକଳ୍ପ ହେବ ।
ଅଧିକ ପଢ଼ନ୍ତୁ:-ଚାଷୀଙ୍କ ଆକାଉଣ୍ଟରେ ଆସିବ ୩୬୦୦୦ ଟଙ୍କା, ଆଜି ହିଁ ପଞ୍ଜିକରଣ କରି ମାଗଣାରେ ଉଠାନ୍ତୁ 'ମାନଧନ ଯୋଜନା'ର ଲାଭ
କେତେ ମିଳିବ ପେନସନ- ଏହି ଯୋଜନା ଅନ୍ତର୍ଗତ ପେନସନ ପରିମାଣ ସ୍ଥିର ହୋଇନାହିଁ । ଏହା ଆପଣଙ୍କ ନିବେଶ, ବୟସ ଏବଂ ଡିଫରମେଣ୍ଟ ଅବଧି ଉପରେ ନିର୍ଭର କରେ । ଏଠାରେ ଦୁଇଟି ବିଷୟ ବିଚାର କରିବାକୁ ହେବ । ଡିଫେରମେଣ୍ଟ ପିରିୟଡ୍ (ନିବେଶ ଓ ପେନସନ ଆରମ୍ଭ ମଧ୍ୟରେ ଅବଧି) ଯେତେ ଅଧିକ ହେବ ବା ବୟସ ଯେତେ ଅଧିକ, ଆପଣ ଅଧିକ ପେନସନ ପାଇବେ । LIC ଏଥିପାଇଁ ଆପଣଙ୍କ ନିବେଶର ଶତକଡ଼ାର ହିସାବରେ ପେନସନ ପ୍ରଦାନ କରିବ । ଉଦାହରଣ ସ୍ୱରୂପ, ଯଦି ଆପଣ ୧୦ ଲକ୍ଷ ନିବେଶରେ ୫ବର୍ଷ ପରେ ପେନସନ ଆରମ୍ଭ କରନ୍ତି ତେବେ ୯.୧୮ ପ୍ରତିଶତ ରିଟର୍ଣ୍ଣ ଅନୁଯାୟୀ, ଆପଣ ବାର୍ଷିକ ୯,୧୮୦୦ ଟଙ୍କା ପେନସନ ପାଇବେ ।
ଅଧିକ ପଢ଼ନ୍ତୁ:-'ମହାମେଣ୍ଟକୁ ଆସିବେ ନୀତିଶ କୁମାର'
ଏହି ବୟସର ଲୋକମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ- LIC ର ଏହି ପ୍ଲାନର ଲାଭ ସର୍ବନିମ୍ନ ୩୦ ବର୍ଷ ତଥା ସର୍ବାଧିକ ୮୫ ବର୍ଷ ବୟସର ବ୍ୟକ୍ତି ନେଇପାରିବେ । ଜୀବନ ଶାନ୍ତି ଯୋଜନାରେ ଋଣ, ପେନ୍ସନ ଆରମ୍ଭ ହେବାର ୧ ବର୍ଷ ପରେ ତଥା ସରେଣ୍ଡର, ପେନସନ ଆରମ୍ଭ ହେବାର ୩ ମାସ ପରେ ଏହା କରାଯାଇପାରିବ ।