LIC ର ଅଂଶ ବିକ୍ରି କରୁଛନ୍ତି ମୋଦି ସରକାର, ଜାଣନ୍ତୁ ପଲିସି ଧାରକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ?
Advertisement

LIC ର ଅଂଶ ବିକ୍ରି କରୁଛନ୍ତି ମୋଦି ସରକାର, ଜାଣନ୍ତୁ ପଲିସି ଧାରକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ?

ଗତ ବର୍ଷ ହିଁ ସରକାର LIC, BPCL, ଏୟାର ଇଣ୍ଡିଆ ଭଳି କମ୍ପାନୀଗୁଡିକର ବିନିବେଶ ପାଇଁ ସରକାର ଘୋଷଣା କରିଥିଲେ । କିନ୍ତୁ କୋରୋନା ସଙ୍କଟ କାରଣରୁ ଏହି ଯୋଜନାଗୁଡିକ କାର୍ଯ୍ୟକାରୀ ହୋଇପାରି ନଥିଲା । 

LIC ର ଅଂଶ ବିକ୍ରି କରୁଛନ୍ତି ମୋଦି ସରକାର, ଜାଣନ୍ତୁ ପଲିସି ଧାରକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ?

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC) ର ସ୍ଲୋଗାନ୍ ହେଉଛି 'ଜିନ୍ଦେଗୀ କେ ସାଥ୍ ଭି, ଜିନ୍ଦେଗୀ କେ ବାଦ ଭି'  ଅର୍ଥାତ ଜୀବନ ସହିତ ମଧ୍ୟ, ଜୀବନ ପରେ ମଧ୍ୟ । କିନ୍ତୁ ସରକାର ଯେତେବେଳେ ବି ଏହାର ଅଂଶଧନ ବିକ୍ରୟ କରିବାକୁ କୌଣସି ଘୋଷଣା କରନ୍ତି, ସେତେବେଳେ ଏହାର ପଲିସି ଧାରକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଏ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ବଜେଟ୍ ଉପସ୍ଥାପନ କରୁଥିବାବେଳେ ୨୦୨୧-୨୨ ବର୍ଷରେ ବିନିବେଶ ମାଧ୍ୟମରେ ୧.୭୫ ଲକ୍ଷ କୋଟି ସଂଗ୍ରହ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହା ଅନ୍ତର୍ଗତ LIC ର କିଛି ଅଂଶ ବିକ୍ରି କରିବାକୁ ମଧ୍ୟ ଘୋଷଣା କରାଯାଇଛି ।

ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରେ ୧ ଲକ୍ଷ ଟଙ୍କା ନିବେଶ ପରେ ଆଜୀବନ ପାଇପାରିବେ ବାର୍ଷିକ ୧୨ ହଜାର ଟଙ୍କା, ଜାଣନ୍ତୁ କେମିତି...

ଗତ ବର୍ଷ ହିଁ ସରକାର LIC, BPCL, ଏୟାର ଇଣ୍ଡିଆ ଭଳି କମ୍ପାନୀଗୁଡିକର ବିନିବେଶ ପାଇଁ ସରକାର ଘୋଷଣା କରିଥିଲେ । କିନ୍ତୁ କୋରୋନା ସଙ୍କଟ କାରଣରୁ ଏହି ଯୋଜନାଗୁଡିକ କାର୍ଯ୍ୟକାରୀ ହୋଇପାରି ନଥିଲା । ଗତ ବର୍ଷ ସରକାର ବିନିବେଶରୁ ୨.୪ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିଲେ । କିନ୍ତୁ ୨୦ ହଜାର କୋଟି ଟଙ୍କା ହିଁ ସଂଗ୍ରହ ହୋଇପାରିଥିଲା । ବର୍ତ୍ତମାନ ଅର୍ଥମନ୍ତ୍ରୀ ଆସନ୍ତା ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଅର୍ଥାତ୍ ୨୦୨୧-୨୨ରେ LIC ର ଏକ IPO ଲଞ୍ଚ କରିବାକୁ ଘୋଷଣା କରିଛନ୍ତି ।

ଅଧିକ ପଢ଼ନ୍ତୁ:-ସାବଧାନ! ପ୍ରଦର୍ଶନକାରୀଙ୍କୁ ମିଳିବ ନାହିଁ ସରକାରୀ ଚାକିରି, ଏହି ରାଜ୍ୟ ସରକାରଙ୍କ ନୂଆ ଆଦେଶ

ବାସ୍ତବରେ ଆଜିର ଯୁଗରେ ଆପଣଙ୍କୁ ପ୍ରତ୍ୟେକ ଗାଁରେ LIC ଏଜେଣ୍ଟ ମିଳିଯିବ । ଲୋକମାନେ LIC ରେ ନିବେଶକୁ ସବୁଠାରୁ ସୁରକ୍ଷିତ ମାଧ୍ୟମ ବୋଲି ମନେ କରନ୍ତି । ଏପରି ପରିସ୍ଥିତିରେ ପଲିସି ଧାରକଙ୍କ ମଧ୍ୟରେ ଚିନ୍ତା ବଢିଯାଇଥାଏ । ତେବେ ସରକାରଙ୍କ ଏହି ପଦକ୍ଷେପ ପଲିସି ଧାରକଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଅଧିକ ପଢ଼ନ୍ତୁ:-ଯାତ୍ରୀଙ୍କ ସୁବିଧା ପାଇଁ ରେଲୱେ ପୁଣି ଆରମ୍ଭ କଲା ଏହି ସେବା, ଟ୍ୱିଟ୍ କରି ସୂଚନା ଦେଲେ ରେଳ ମନ୍ତ୍ରୀ

ଭାରତୀୟ ଜୀବନ ବୀମା ନିଗମ ଅର୍ଥାତ୍ LIC ହେଉଛି ଦେଶର ସବୁଠାରୁ ବଡ ବୀମା କମ୍ପାନୀ । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେଭି ସୁବ୍ରମଣ୍ୟମ ଗତ ବର୍ଷ ସଙ୍କେତ ଦେଇଥିଲେ ଯେ ସରକାର ଏଲଆଇସିର ୬ରୁ ୭ ପ୍ରତିଶତ ଅଂଶଧନ ବିକ୍ରି କରି ପ୍ରାୟ ୯୦,୦୦୦୦ କୋଟି ଟଙ୍କା ସଂଗ୍ରହ କରିପାରିବେ। ଏହାକୁ ଆଧାର କରି LIC ର ମୂଲ୍ୟ ୧୩ରୁ ୧୫ ଲକ୍ଷ କୋଟି ଅଟେ ଏବଂ ମୂଲ୍ୟ ଦୃଷ୍ଟିରୁ ଏହା ରିଲାଏନ୍ସକୁ ଚ୍ୟାଲେଞ୍ଜ କରିପାରିବ ।