Advertisement
Article Detail0/zeeodisha/odisha2308806
Zee OdishaOdisha National-InternationalOm Birla : ପୁଣି ଥରେ ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା

Om Birla : ପୁଣି ଥରେ ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା

Om Birla New Loksabha Speaker: ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା ।  ଇଣ୍ଡି ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା।  ଏନେଇ କାମଚଳା ବାଚସ୍ପତି ଭର୍ତ୍ତୁହରି ମହାତାବ ଘୋଷଣା କରିଛନ୍ତି । 

Om Birla : ପୁଣି ଥରେ ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା

Om Birla New Loksabha Speaker: ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା ।  ଇଣ୍ଡି ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା।  ଏନେଇ କାମଚଳା ବାଚସ୍ପତି ଭର୍ତ୍ତୁହରି ମହାତାବ ଘୋଷଣା କରିଛନ୍ତି । ବାଚନିକ୍ ଭୋଟ୍‌ରେ ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା। ଲଗାତାର ଦ୍ୱିତୀୟ ଥର ପାଇଁ ଓମ୍ ବିର୍ଲା ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଓମ୍ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଗୃହରେ ଓମ୍ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ତେବେ, ନିର୍ବାଚନ ଜିତିବା ପରେ ପ୍ରତିକ୍ରିୟା ରଖିଛନ୍ତି ଓମ୍ ବିର୍ଲା । ସେ କହିଛନ୍ତି ଯେ, ମୁଁ ପୁରା ଲୋକସଭା ଭବନକୁ ଧନ୍ୟବାଦ ଜଣାଉଛି । ଆମ ସମସ୍ତଙ୍କର ବିଶ୍ୱାସ ଯେ, ଆଗାମୀ ୫ ବର୍ଷରେ ଆପଣ ଆମ୍ଭମାନଙ୍କର ମାର୍ଗଦର୍ଶନ କରିବେ। ଯାହା ଦେଶକୁ ଉନ୍ନତି ପଥରେ ଆଗେଇ ନେବ। ଆପଣଙ୍କ ମୁହଁରେ ମିଠା ମିଠା ହସ ପୁରା ସଂସଦକୁ ଖୁସି ରଖିଥାଏ । ସୂଚନା ଯୋଗ୍ୟ, ଦେଶରେ ନୂତନ ସରକାର ଗଠନ ପରେ ଆଜି ୧୮ ତମ ଲୋକସଭା ବାଚସ୍ପତି ପଦ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥର ଏନଡିଏ ପକ୍ଷରୁ  ଓମ୍ ବିର୍ଲାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ  ଇଣ୍ଡି ମେଣ୍ଟ ପ୍ରାର୍ଥୀ ଥିଲେ କେ. ସୁରେଶ। ଉଭୟଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା।  ଆଉ ଏଥିରେ ବିଜୟୀ ହୋଇଛନ୍ତି ଓମ୍ ବିର୍ଲା । 

Add Zee News as a Preferred Source
About the Author