Luckown: କାର୍ଟୁନ ବଞ୍ଚାଇଲା ଜୀବନ, ଜାଣନ୍ତୁ କେମିତି
Advertisement

Luckown: କାର୍ଟୁନ ବଞ୍ଚାଇଲା ଜୀବନ, ଜାଣନ୍ତୁ କେମିତି

ଛୋଟ ବେଳେ ସମସ୍ତ କାର୍ଟୁନ ଦେଖିବାକୁ ଭଲ ପାଇଥାଆନ୍ତି। ଅନେକ ସମୟରେ ଏହି କାର୍ଟୁନ ମାଧ୍ୟରେ ଛୋଟ ପିଲାଙ୍କୁ ଅନେକ ଶିକ୍ଷା ଦିଆଯାଇଥାଏ । ତେବେ ଏହି କାର୍ଟୁନ କାହା ଜୀବନ ମଧ୍ୟ ବଞ୍ଚାଇ ପାରେ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଏକ ଘଟଣା ଲକ୍ଷ୍ନୌ ସହରରୁ ସାମ୍ନାକୁ ଆସିଛି। ଗତ ବୁଧବାର ଦିନ ଲକ୍ଷ୍ନୌ ଅଲାୟା ଆପାର୍ଟମେଣ୍ଟଟି ଭୁଶୁଡ଼ି ପଡ

ସୌ(ସୋସିଆଲ ମିଡିଆ)

ଲକ୍ଷ୍ନୌ: ଛୋଟ ବେଳେ ସମସ୍ତ କାର୍ଟୁନ ଦେଖିବାକୁ ଭଲ ପାଇଥାଆନ୍ତି। ଅନେକ ସମୟରେ ଏହି କାର୍ଟୁନ ମାଧ୍ୟରେ ଛୋଟ ପିଲାଙ୍କୁ ଅନେକ ଶିକ୍ଷା ଦିଆଯାଇଥାଏ । ତେବେ ଏହି କାର୍ଟୁନ କାହା ଜୀବନ ମଧ୍ୟ ବଞ୍ଚାଇ ପାରେ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଏକ ଘଟଣା ଲକ୍ଷ୍ନୌ ସହରରୁ ସାମ୍ନାକୁ ଆସିଛି। ଗତ ବୁଧବାର ଦିନ ଲକ୍ଷ୍ନୌ ଅଲାୟା ଆପାର୍ଟମେଣ୍ଟଟି ଭୁଶୁଡ଼ି ପଡି଼ଥିଲା। ଏଥିରେ ୧୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏଥିରେ ସମାଜବାଦୀ ପ୍ରବକ୍ତାଙ୍କ ୬ ବର୍ଷୀୟ ପୁଅ ମୁସ୍ତଫା ମଧ୍ଯ ସାମିଲ ଥିଲେ। ବର୍ତ୍ତମାନ ସେ ଏସପିଏମ ସିଭିଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ହସ୍ପିଟାଲରେ ରହି ସେ ଦିନର ଛାତିଥରା କାହାଣୀ ବଖାଣିଛନ୍ତି ମୁସ୍ତଫା। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି କିଭଳି ଏକ କାର୍ଟୁନ ତାଙ୍କ ଜୀବନ ବଞ୍ଚାଇଛନ୍ତି। 

ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁସ୍ତଫା, କହିଛନ୍ତି ଘଟଣା ଦିନ ଯେତେବେଳେ ବିଲ୍ଡିଂ ଥରିବା ଆରମ୍ଭ କରିଥିଲା ସେହି ସମୟରେ ସେ ବେଡ଼ ତଳେ ଯାଇ ଲୁଚିଯାଇଥିଲେ। ସେ କହିଛନ୍ତି ଯେ ସେ ସବୁବେଳେ ଏକ ଡୋରେମୋନ କାର୍ଟୁନ୍ ଦେଖନ୍ତି। ଯେଉଁଥିରେ ଏକ ଏପିସୋଡରେ ଭୂମିକମ୍ପ ସମୟରେ କଣ କରିବା ଉଚିତ୍ ଓ କଣ ନ କରିବା ଉଚିତ୍ ସେ ନେଇ କୁହାଯାଇଥିଲେ। ସେଥିରେ ନୋବିତା ଭୂମିକମ୍ପ ସମୟରେ ବେଡ଼ ତଳେ ଆଶ୍ରୟ ନେଇଥିଲା ଓ ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ।  ବିଲ୍ଡିଂ ଥରିବା ସମୟରେ ତାଙ୍କୁ ସେହି କଥା ମନେ ପଡ଼ିବାରୁ ସେ ଡେରି ନ କରି ବେଡ଼ ତଳେ ଲୁଚି ପଡ଼ିଥିଲେ । ସେ ଆଉ ମଧ୍ୟ କହିଛନ୍ତି, ଏହି ସମୟରେ ସେ ତାଙ୍କ ମାଆଙ୍କୁ ଦୌଡ଼ିବାର ଦେଖିଥିଲେ ଏହାପରେ ବିଲ୍ଡିଂଟି ଭୁଶୁଡ଼ି ପଡ଼ିଥିଲା ଓ ସବୁ ଆଡ଼େ ଅନ୍ଧାର ହୋଇଯାଇଥିଲା।  ଏହାପରେ ତାଙ୍କର କିଛି ମନେ ନଥିବା ସେ କହିଛନ୍ତି। ଆଖି ଖୋଲିବା ପରେ କିଛି ଲୋକେ ତାଙ୍କୁ କେଉଁଆଡ଼େ ନେଇଯାଉଥିଲେ। 
 
ସୂଚନା ରହିଛି ଯେ ଏହି ଦୁର୍ଘଟଣାରେ ମୁସ୍ତଫାଙ୍କ ମାଆ ଉଜମା ହେଦର ଓ ଜେଜେ ମାଆ ବେଗମ ହେଦରଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଜେଜେ ବାପା ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବର୍ତ୍ତମାନ ସେ ମଧ୍ୟ ସମାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଘଟଣା ସମୟରେ ମୁସ୍ତଫାଙ୍କ ପିତା ଆବାସ ହେଦର ଘରେ ନଥିଲେ। 

ବିନା ନକ୍ସା ପାସ କରି ଓ ନିମ୍ନମାନର ସାମଗ୍ରୀ ବ୍ୟବହାର ଏହି ବିଲ୍ଡଂ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଲୋକଙ୍କୁ ଠକିବା ଅଭିଯୋଗରେ ଉତ୍ତର ପ୍ରଦେଶ ପୋଲିସ ନୱାଜିଶ ସହିଦ, ମହମ୍ମଦ ତାରିକ ଓ ଫହାଦ ୟଜଦାନୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ କରି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ଲାଗି ତିନୋଟି ସଦସ୍ୟ ସମିତି ଗଠନ କରିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।