High Court: ବିବାହକୁ ନେଇ ହାଇକୋର୍ଟ ଦେଲେ ବଡ ରାୟ
Advertisement

High Court: ବିବାହକୁ ନେଇ ହାଇକୋର୍ଟ ଦେଲେ ବଡ ରାୟ

Madras High Court On marriage: ଜଣେ ବାପା ନିଜ ପିଲାର ଦାଇତ୍ୱ ନେବା ଓ ତାଙ୍କ ପତ୍ନୀଙ୍କୁ ନିଜ ପିଲା ସହ ନ ମିଶାଇବାର ଏକ ମାମଲାର ଶୁଣାଣି କରିବାକୁ ଯାଇ ମାଡ୍ରାସ ହାଇକୋର୍ଟ ବିବାହ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । କୋର୍ଟ କହିଛନ୍ତି ଯେ ବିବାହର ଅର୍ଥ କେବଳ ଶାରୀରିକ ଆନନ୍ଦ ପାଇବା ନୁହେଁ ବରଂ ପରିବାରକୁ ଆଗକୁ ବଢ଼ାଇବା ।

ସୌ: ସୋସିଆଲ ମିଡିଆ

Madras High Court: ଜଣେ ବାପା ନିଜ ପିଲାର ଦାଇତ୍ୱ ନେବା ଓ ତାଙ୍କ ପତ୍ନୀଙ୍କୁ ପିଲା ସହ ନ ମିଶାଇବାର ଏକ ମାମଲାର ଶୁଣାଣି କରିବାକୁ ଯାଇ ମାଡ୍ରାସ ହାଇକୋର୍ଟ ବିବାହ (Marriage) ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । କୋର୍ଟ କହିଛନ୍ତି ଯେ ବିବାହର ଅର୍ଥ କେବଳ ଶାରୀରିକ ଆନନ୍ଦ ପାଇବା ନୁହେଁ ବରଂ ପରିବାରକୁ ଆଗକୁ ବଢାଇବା । କୋର୍ଟ କହିଛନ୍ତି ଯେ ଏହା ହେଉଛି ଏକମାତ୍ର ଆଧାର, ଯେଉଁଥିରୁ ପରିବାରର ଶୃଙ୍ଖଳ ଆଗକୁ ବଢେ । କୋର୍ଟ କହିଛନ୍ତି ଯେ କୌଣସି ବିବାହରେ ପିଲାମାନେ ସେମାନଙ୍କୁ ଦାମ୍ପତ୍ୟ ଜୀବନ ମଧ୍ୟରେ ଏକାଠି ରଖିବାର ଆଧାର ଅଟନ୍ତି । ଏହି ମାମଲାର ଶୁଣାଣି ସମୟରେ ଜଷ୍ଟିସ କୃଷ୍ଣମ ରାମସ୍ୱାମୀ କହିଛନ୍ତି ଯେ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ଶେଷ ହୋଇପାରେ । କିନ୍ତୁ ସେମାନଙ୍କ ପିଲାମାନଙ୍କ ସହ ବାପା ଓ ମାଆ ରୂପରେ ସମ୍ପର୍କ ଜାରି ରହିଥାଏ ।

କୋର୍ଟ କହିଛି ଯେ କୌଣସି ପିଲା ପାଇଁ ଉଭୟ ତାଙ୍କ ମା ଓ ବାପା ଗୁରୁତ୍ୱପୂର୍ଣ୍ଣ, ଯଦିଓ ସେମାନଙ୍କ ମଧ୍ୟରୁ ଜଣେ ଅନ୍ୟ କାହାକୁ ବିବାହ କରିଛନ୍ତି । ଓକିଲଙ୍କ ଦମ୍ପତିଙ୍କ ମଧ୍ୟରେ ଚାଲିଥିବା ମାମଲାର ଶୁଣାଣି ବେଳେ କୋର୍ଟ ଏହି ଟିପ୍ପଣୀ କରିଥିଲେ । ପ୍ରକୃତରେ, ପୁରୁଷ ଓକିଲ କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଅନେକ ନିର୍ଦ୍ଦେଶ ପରେ ମଧ୍ୟ ପତ୍ନୀଙ୍କୁ ତାଙ୍କ ପିଲାଙ୍କୁ ଭେଟିବାକୁ ଦେଇନଥିଲେ । ଏହା ପରେ ମହିଳା ଜଣକ କୋର୍ଟରେ ପହଞ୍ଚିଥିଲେ ଓ କହିଥିଲେ ଯେ ମାଆ ଭାବରେ ତାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରିଛନ୍ତି । ଏହା କରିବା ଭୁଲ ଓ ଏହା ତାଙ୍କ ଅଧିକାର କ୍ଷୁର୍ଣ୍ଣ  କରିବାବାକୁ ଯାଉଛି ।

ଏହା ଉପରେ ଶୁଣାଣି କରିବାକୁ ଯାଇ ଜଷ୍ଟିସ ରାମସ୍ୱାମୀ କହିଛନ୍ତି, 'ନିଜ ମା କିମ୍ବା ବାପାଙ୍କ ବିରୁଦ୍ଧରେ ପିଲାକୁ ଉସୁକାଇବା ଭୁଲ୍ ଅଟେ । ଏହା ଏକ ପ୍ରକାର ତାଙ୍କୁ ନିଜ ବିରୁଦ୍ଧରେ ଆଣିବା ସହ ସମାନ । ଜଣେ ପିଲାଙ୍କ ପାଇଁ ଜୀବନ ସାରା ଓ ବିଶେଷ ଭାବରେ ବୟସ୍କ ହେବା ପର୍ଯ୍ୟନ୍ତ ମା ଓ ବାପା ତାଙ୍କ ପାଇଁ ଆବଶ୍ୟକ । ପିଲାମାନେ ସେମାନଙ୍କର ସମଗ୍ର ଜୀବନ ପାଇଁ ଓ ବିଶେଷକରି ବୟସ୍କ ହେବା ପର୍ଯ୍ୟନ୍ତ ତାଙ୍କ ପିତାମାତା ଆବଶ୍ୟକ କରନ୍ତି । 

କେବଳ ଏତିକି ନୁହେଁ, ଜଷ୍ଟିସ ରାମସ୍ୱାମୀ କହିଛନ୍ତି ଯେ, ଯଦି କେହି ତାଙ୍କୁ କେହି ଜଣେ ଘନିଷ୍ଠ ନ ଉସୁକାଇ ଥାନ୍ତି, ତେବେ ପିଲାଟିରେ ପିତାମାତାଙ୍କ ପ୍ରତି ଘୃଣାଭାବର ଅନୁଭବ ଆସେ ନାହିଁ । ସେ କହିଛନ୍ତି ଏହା ଠିକ୍ ନୁହେଁ ଯେ ଯାହାପାଖରେ ପିଲା ଅଛି ସେ ତାଙ୍କୁ ଅନ୍ୟ ଜଣଙ୍କ ବିରୁଦ୍ଧରେ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିବେ ।

ଏହା ବି ପଢ଼ନ୍ତୁ: ୭ ବର୍ଷ ବୟସରେ ଦାଦା କରିଥିଲେ ଦୁଷ୍କର୍ମ, ୨୮ ବର୍ଷ ପରେ FIR ଦେବାକୁ ଥାନାରେ ପହଞ୍ଚିଲେ ମହିଳା, ପୋଲିସ ବେହୋସ!