୭ ବର୍ଷ ବୟସରେ ଦାଦା କରିଥିଲେ ଦୁଷ୍କର୍ମ, ୨୮ ବର୍ଷ ପରେ FIR ଦେବାକୁ ଥାନାରେ ପହଞ୍ଚିଲେ ମହିଳା, ପୋଲିସ ବେହୋସ!
Advertisement
Article Detail0/zeeodisha/odisha1357237

୭ ବର୍ଷ ବୟସରେ ଦାଦା କରିଥିଲେ ଦୁଷ୍କର୍ମ, ୨୮ ବର୍ଷ ପରେ FIR ଦେବାକୁ ଥାନାରେ ପହଞ୍ଚିଲେ ମହିଳା, ପୋଲିସ ବେହୋସ!

Rape Case: ଦାଦା-ଝିଆରୀ ସମ୍ପର୍କର ଏକ ଲଜ୍ଜାଜନକ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି । ୨୮ ବର୍ଷ ପରେ ଜଣେ ମହିଳା ଦୁଷ୍କର୍ମ ମାମଲା ପଞ୍ଜିକରଣ କରିବାକୁ ଥାନାରେ ପହଞ୍ଚିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସାଙ୍କେତିକ ଫଟୋ (ସୌ: ସୋସିଆଲ ମିଡିଆ)

Aligarh Rape Case: ଦାଦା-ଝିଆରୀ ସମ୍ପର୍କର ଏକ ଲଜ୍ଜାଜନକ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି । ୨୮ ବର୍ଷ ପରେ ଜଣେ ମହିଳା ଦୁଷ୍କର୍ମ ମାମଲା ପଞ୍ଜିକରଣ କରିବାକୁ ଥାନାରେ ପହଞ୍ଚିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମହିଳା ଜଣକ କହିଥିଲେ ଯେ ତାଙ୍କ ସାବତ ଦାଦା ପିଲାଦିନରୁ ତାଙ୍କୁ ଦୁଷ୍କର୍ମ କରୁଛନ୍ତି । ପିତାଙ୍କ ମୃତ୍ୟୁ ପରେ ଦାଦା ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଆସୁଛନ୍ତି । ମହିଳା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଏହି କାମରେ ତାଙ୍କ ମା' ମଧ୍ୟ ତାଙ୍କ ସମର୍ଥନ କରିଥିଲେ । ପେଟରେ ଯନ୍ତ୍ରଣା ହେବା ବିଷୟରେ ସୂଚନା ଦେବାବେଳେ ତାଙ୍କ ମା' ତାଙ୍କୁ ବଟିକା ଖାଇ ଚୁପ୍ ରହିବାକୁ କହିଥିଲେ । ମହିଳାଙ୍କ ଅଭିଯୋଗ ଉପରେ ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛି ।

ଏହି ମାମଲାଟି ଶାସନୀ ଗେଟ୍ ପୋଲିସ୍ ଷ୍ଟେସନ ଅଞ୍ଚଳର ଅଟେ । ୧୯୮୮ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ପରେ ମାଆ ଘରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ପୁନର୍ବାର ବିବାହ କରିଥିଲେ, ଯିଏକି ବାର୍ଲା ପୋଲିସ ଷ୍ଟେସନ ପରିସରରେ ଥିବା ଏକ ଗାଁରୁ ଆସିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁଯାୟୀ ସାବତ ପିତାଙ୍କ ସାନଭାଇ ମାତ୍ର ସାତ ବର୍ଷ ବୟସରେ ତାଙ୍କୁ ଦୁଷ୍କର୍ମ ଓ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଯେତେବେଳେ ଦାଦାଙ୍କ ଏହି କାମ ବିଷୟରେ ସେ ତାଙ୍କ ମା’ଙ୍କୁ କହିଥିଲେ, ସେହି ସମୟରେ ତାଙ୍କ ମାଆ ତାଙ୍କୁ ଚୁପ୍ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ଦାଦା ବାରମ୍ବାର ଦୁଷ୍କର୍ମ କରିଥିଲେ । ଯେତେବେଳେ ସେ ୧୧ ବର୍ଷ ବୟସ ହୋଇଥିଲେ ସେତବେଳେ ତାଙ୍କ ସାବତ ପିତାଙ୍କ ଅନ୍ୟ ଜଣେ ଭାଇ ତାଙ୍କୁ ଦୁଷ୍କର୍ମ କରିଥିଲେ ।

୨୧ ମସିହାରେ ପୀଡିତା ଆଲିଗଡରେ ରହୁଥିବା ଜଣେ ନୌ-ସେନା ଅଧିକାରୀଙ୍କୁ ବିବାହ କରିଥିଲେ । ପୀଡିତାଙ୍କର ଦୁଇଟି ଝିଅ ଅଛନ୍ତି । ସ୍ୱାମୀ VRS ନେଇ ଆଲିଗଡରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ସବୁକିଛି ଠିକ୍ ଚାଲିଥିଲା । ଯେତେବେଳେ ବି ସ୍ୱାମୀ ନିଜ ପତ୍ନୀଙ୍କୁ ଘରକୁ ଯିବାକୁ କହିଥିଲେ, ସେ ମନା କରୁଥିଲେ । ୨୦୧୯ ରେ, ଯେତେବେଳେ ଝିଅଟି ତାଙ୍କ ସାବତ ଭାଇ ସହିତ ତାଙ୍କ ବାପ ଘରକୁ ଯାଇଥିଲେ, ସେତେବେଳେ ମଧ୍ୟ ତାଙ୍କ ସହିତ ସମାନ କାମ ପୁନରାବୃତ୍ତି କରିବାକୁ ଚେଷ୍ଟା କରାଯାଇଥିଲା । ଯଦିଓ ଏଥର ସେ ତୀବ୍ର ବିରୋଧ କରିଥିଲେ, ତାଙ୍କୁ ମାଡ ଦିଆଯାଉଥିଲା ଓ ଧମକ ଦେଇଥିଲା ଯେ ସେ ତାଙ୍କର ଦାମ୍ପତ୍ୟ ଜୀବନକୁ ନଷ୍ଟ କରିଦେବେ । ମିଥ୍ୟା ଅଭିଯୋଗରେ ତାଙ୍କ ସ୍ୱାମୀଙ୍କୁ ଜେଲକୁ ପଠାଇଦେବେ ।

ଯେତେବେଳେ ସ୍ୱାମୀ ତାଙ୍କ ଅସୁବିଧା ବିଷୟରେ ପତ୍ନୀଙ୍କୁ ବାରମ୍ବାର ପଚାରିଲେ, ସେ ନିଜର ସମସ୍ତ ଯନ୍ତ୍ରଣା ବର୍ଣ୍ଣନା କରିଥିଲେ । ଏହା ପରେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ସମର୍ଥନ କରିଥିଲେ ଓ ପ୍ରତ୍ୟେକ ଦିଗରେ ତାଙ୍କୁ ନ୍ୟାୟ ଦେବାକୁ ସ୍ଥିର କରିଥିଲେ । ତାଙ୍କ ସ୍ୱାମୀଙ୍କ ସହାୟତାରେ ପୀଡିତା ଆଇଜିଆରଏସ ପୋର୍ଟାଲର ସମସ୍ତ ଅଧିକାରୀଙ୍କୁ ଚିଠି ଲେଖି ଏ ସମ୍ପର୍କରେ ସୂଚନା ଦେଇଥିଲେ । ଏହା ପରେ ପୀଡିତାଙ୍କ ଅଭିଯୋଗ ଉପରେ ଆଲିଗଡ ପୋଲିସ ବର୍ତ୍ତମାନ ଏକ ମାମଲା ରୁଜୁ କରିଛି ।

ଏହା ବି ପଢ଼ନ୍ତୁ: Aadesh Khamra: ଚଣ୍ଡାଶୋକରୁ ଧର୍ମାଶୋକ; ୩୪ ହତ୍ୟା କରିଥିବା ଅଭିଯୁକ୍ତର ବଦଳୁଛି ହୃଦୟ