Maharashtra: ନାଚ କରିବା ପଡ଼ିଲା ମହଙ୍ଗା, ୮ ଜଣଙ୍କ ବିରୋଧରେ ରୁଜୁ ହେଲା ମାମଲା, ୨ ଗିରଫ
Advertisement
Article Detail0/zeeodisha/odisha1532793

Maharashtra: ନାଚ କରିବା ପଡ଼ିଲା ମହଙ୍ଗା, ୮ ଜଣଙ୍କ ବିରୋଧରେ ରୁଜୁ ହେଲା ମାମଲା, ୨ ଗିରଫ

Maharashtra News:  ଶୋଭାଯାତ୍ରା ଭିଡ଼ିଓ ଭାଇରାଲ ହେବା ପରେ ମହାରାଷ୍ଟ୍ର ପୋଲିସ ରାଜ୍ୟର ୱାଶିମ୍ ଜିଲ୍ଲାରେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ​ଯେଉଁମାନେ ଦାଦା ହାୟାତ୍ କଲନ୍ଦର ସାହେବଙ୍କ ଉର୍ସ ଶୋଭାଯାତ୍ରାରେ ମୋଗଲ ଶାସକ ଔରଙ୍ଗଜେବଙ୍କ ଫଟୋ ସହିତ ନାଚୁଥିଲେ। ଏହି ଭିଡ଼ିଓ କ୍ଲିପ୍ ଶୀଘ୍ର ସୋସିଆଲ୍ ମିଡିଆ ଜରିଆରେ ବହୁତ ଦ୍ରୁତ ବେଗରେ ଭାଇରାଲ୍ ହୋଇଥିଲା।

Maharashtra: ନାଚ କରିବା ପଡ଼ିଲା ମହଙ୍ଗା, ୮ ଜଣଙ୍କ ବିରୋଧରେ ରୁଜୁ ହେଲା ମାମଲା, ୨ ଗିରଫ

Washim District News: ନାଚ କରିବା ପଡ଼ିଛି ମହଙ୍ଗା। ଏହି ଘଟଣାରେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ମହାରାଷ୍ଟ୍ର ୱାଶିମ୍ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗତ ରବିବାର ରାତିରେ ଏଠାରେ ଏକ ନାଚ କରିବାର ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ କିଛି ଲୋକ ମୋଗଲ ଶାସକ ଔଙ୍ଗଜେବଙ୍କ ଫଟୋ ସହିତ ନାଚୁଥିଲେ। ଏହି ଭିଡ଼ିଓ ଭାଇରାଲ ହେବା ପରେ ହିନ୍ଦୁ ସଙ୍ଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। 

ଏହି ଘଟଣାରେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ। ଗତ ୧୪ ଜାନୁଆରୀ ରାତିରେ ୱାଶିମ୍ ଜିଲ୍ଲାରେ ଦାଦା ହାୟାତ୍ କଲନ୍ଦର ସାହେବଙ୍କ ଉର୍ସ ଶୋଭାଯାତ୍ରା ଜିଲ୍ଲାର ମଙ୍ଗରୁଲପିର ଠାରେ ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ଲୋକଙ୍କ ପକ୍ଷରୁ ଦୁଇଟି ବଡ଼ ବଡ଼ ଫଟୋ ପ୍ରଦର୍ଶିତ କରାଯାଇଥିଲା ଏହି ଫଟୋ ମଧ୍ୟରୁ ଗୋଟିଏ ମହୀଶୂର ଟିପୁ ସୁଲତାନଙ୍କ ହୋଇଥିବା ବେଳେ ଅନ୍ୟଟି ମୋଗଲ ଶାସକ ଔରଙ୍ଗଜେବଙ୍କ ରହିଥିଲା।

ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ମୋଟ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ଘଟଣାରେ ଏ ପର୍ଯ୍ୟନ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାର ପ୍ରତିବାଦରେ ସହରର ସ୍ଥାନୀୟ ହିନ୍ଦୁ ସଙ୍ଗଠନ ଔରଙ୍ଗଜେବଙ୍କ ଫଟୋ ପୋଡି ଦେଇଥିଲେ। ୱାଶିମ ସହରରେ ଅଘଟଣକୁ ଏଡ଼ାଇବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଶୋଭାଯାତ୍ରା ଭିଡ଼ିଓ ଭାଇରାଲ ହେବା ପରେ ମହାରାଷ୍ଟ୍ର ପୋଲିସ ରାଜ୍ୟର ୱାଶିମ୍ ଜିଲ୍ଲାରେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ​ଯେଉଁମାନେ ଦାଦା ହାୟାତ୍ କଲନ୍ଦର ସାହେବଙ୍କ ଉର୍ସ ଶୋଭାଯାତ୍ରାରେ ମୋଗଲ ଶାସକ ଔରଙ୍ଗଜେବଙ୍କ ଫଟୋ ସହିତ ନାଚୁଥିଲେ। ଏହି ଭିଡ଼ିଓ କ୍ଲିପ୍ ଶୀଘ୍ର ସୋସିଆଲ୍ ମିଡିଆ ଜରିଆରେ ବହୁତ ଦ୍ରୁତ ବେଗରେ ଭାଇରାଲ୍ ହୋଇଥିଲା।

ଏନେଇ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ପୋଲିସ ପକ୍ଷରୁ କୁହାଯାଇଛି ଯେ ଜାନୁଆରୀ ୧ ତାରିଖରେ ଦାଦା ହାୟାତ୍ କଲନ୍ଦର ସାହେବଙ୍କ ଉର୍ସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଶୋଭଯାତ୍ରାରେ ଯୋଗ ଦେଇଥିବା କିଛି ଯୁବକ ମୋଗଲ ଶାସକ ଔରଙ୍ଗଜେବଙ୍କ ପୋଷ୍ଟର ଧରି ନାଚୁଥିବାର ଦେଖାଯାଇଥିଲା। ସେମାନେ ସ୍ଲୋଗାନ ମଧ୍ୟ ଦେଇଥିଲେ। ଏହି ଘଟଣାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। 

ଏହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଛି ଯେ ବହୁ ସଂଖ୍ୟାରେ ଲୋକ ମୋଗଲ ଶାସକଙ୍କ ଫଟୋ ଧରି ଗୀତ ଗାଇ ନାଚ କରୁଥିଲେ। ଏହି ଘଟଣା ୱାଶିମ ଜିଲ୍ଲାର ମଙ୍ଗରୁଲପିର ଅଞ୍ଚଳରେ ଘଟିଥିବା ଜଣାପଡିଛି। ମଙ୍ଗରୁଲପିର ଇନ୍ସପେକ୍ଟର ସୁନୀଲ ହୁଡ ​​ନ୍ୟୁଜ୍ ଏଜେନ୍ସି ANI ଉଦ୍ଦେଶ୍ୟରେ କହିଛନ୍ତି, କିଛି ଯୁବକ ଜାନୁଆରୀ ୧ ତାରିଖରେ ଦାଦା ହାୟାତ୍ କଲନ୍ଦର ସାହେବଙ୍କ ଉର୍ସ ଶୋଭାଯାତ୍ରା ସମୟରେ ଔରଙ୍ଗଜେବଙ୍କ ଫଟୋ ଉଠାଇ ନାରାବାଜି କରିଥିଲେ। ଏହି ଘଟଣାରେ ସେମାନଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଛି।