ମହାରାଷ୍ଟ୍ରରେ ଉତ୍ତେଜନା ପରେ ଆଲର୍ଟ, ୧୫ ବିଦ୍ରୋହୀ ବିଧାୟକଙ୍କୁ ମିଳିଲା Y+ ବର୍ଗର ସୁରକ୍ଷା
Advertisement
Article Detail0/zeeodisha/odisha1233531

ମହାରାଷ୍ଟ୍ରରେ ଉତ୍ତେଜନା ପରେ ଆଲର୍ଟ, ୧୫ ବିଦ୍ରୋହୀ ବିଧାୟକଙ୍କୁ ମିଳିଲା Y+ ବର୍ଗର ସୁରକ୍ଷା

Maharashtra Political Crisis: ସିନ୍ଦେ ଦଳର ଆବେଦନ ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଜୁନ୍ ୨୫, ଶନିବାର ଦିନ ଏକନାଥ ସିନ୍ଦେ ଦଳ କେନ୍ଦ୍ର ଗୃହ ସଚିବ ଓ ରାଜ୍ୟପାଳଙ୍କୁ ଏକ ଚିଠି ଲେଖିଥିଲେ ।

ସାଙ୍କେତିକ ଫଟୋ

Maharashtra Political Crisis: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ଶିବ ସୈନିକ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ନିରନ୍ତର ବିରୋଧ କରୁଛନ୍ତି । ଏହି କାରଣରୁ ବିଦ୍ରୋହୀମାନେ ମହାରାଷ୍ଟ୍ର ସରକାରଙ୍କ ଠାରୁ ନିଜ ତଥା ପରିବାରର ସୁରକ୍ଷା ଦାବି କରିଥିଲେ । ବର୍ତ୍ତମାନ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । କୁହାଯାଇଛି ଯେ ସିନ୍ଦେ ଦଳର ୧୫ ଜଣ ବିଧାୟକଙ୍କ ଘରେ କେନ୍ଦ୍ର ସରକାର ସୁରକ୍ଷା ଯୋଗାଇ ଦେବେ ।

ସିନ୍ଦେ ଦଳର ଆବେଦନ ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଜୁନ୍ ୨୫, ଶନିବାର ଦିନ ଏକନାଥ ସିନ୍ଦେ ଦଳ କେନ୍ଦ୍ର ଗୃହ ସଚିବ ଏବଂ ରାଜ୍ୟପାଳଙ୍କୁ ଏକ ଚିଠି ଲେଖିଛନ୍ତି, ଯାହା ପରେ ବର୍ତ୍ତମାନ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯାଉଛି । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ବିଧାୟକଙ୍କ ଘରେ CRPF କର୍ମଚାରୀ ନିୟୋଜିତ ହେବେ ।

କେନ୍ଦ୍ର ସରକାରଙ୍କ ପୂର୍ବରୁ ଏକନାଥ ସିନ୍ଦେ ଦଳ ମଧ୍ୟ ତାଙ୍କ ପରିବାର ପାଇଁ ମହାରାଷ୍ଟ୍ର ସରକାରଙ୍କ ସୁରକ୍ଷା ମାଗିଥିଲେ । ତେବେ ଏହାର ଜବାବରେ ରାଜ୍ୟ ସରକାର କହିଛନ୍ତି ଯେ ବିଧାୟକଙ୍କ ସୁରକ୍ଷା କ୍ଷେତ୍ରରେ କୌଣସି ହ୍ରାସ କରାଯାଇ ନାହିଁ । ଏହା ସହିତ ଯେଉଁ ବିଧାୟକଙ୍କ ଘରେ ଭଙ୍ଗାରୁଜା କରଯାଇଥିଲା, ସେଠାରେ ପୋଲିସ ଫୋର୍ସ ମୁତୟନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏହି ସମୟରେ, ସ୍ୱାଧୀନ ସାଂସଦ ନବନୀତ ରାଣା ମଧ୍ୟ ବିଦ୍ରୋହୀ ବିଧାୟକଙ୍କ ପରିବାର ପାଇଁ ସୁରକ୍ଷା ଦାବି କରିଥିଲେ । ସେ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ ମହାରାଷ୍ଟ୍ରରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରାଯିବା ଉଚିତ । ତେବେ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ରୋହୀ ବିଧାୟକମାନଙ୍କୁ କେନ୍ଦ୍ର ସରକାର ସୁରକ୍ଷା ଯୋଗାଇ ଦେଉଛନ୍ତି ।

କହିରଖୁଛୁ ଯେ ଏକନାଥ ସିନ୍ଦେ ଓସମସ୍ତ ଶିବସେନା ବିଧାୟକମାନେ ଆସାମର ଗୁଆହାଟୀରେ ଗତ ଏକ ସପ୍ତାହ ଧରି ଡେରା ପକାଇଛନ୍ତି । ସମସ୍ତେ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଛନ୍ତି । ଏହି ବିଦ୍ରୋହୀମାନଙ୍କୁ ମନାଇବା ପାଇଁ ସମସ୍ତ ପ୍ରୟାସ କରାଯାଇଥିଲା, କିନ୍ତୁ ତାହା ହୋଇପାରିଲା ନାହିଁ । ଏହା ପରେ ଉଦ୍ଧବ ଠାକରେ ନିଜେ ସିଏମ ବାସଭବନ ଛାଡିଥିଲେ । ବର୍ତ୍ତମାନ ଶିବସେନାଙ୍କୁ ବିଦ୍ରୋହୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିବାବେଳେ ଅନ୍ୟପକ୍ଷରେ ସିନ୍ଦେ ଦଳ ମଧ୍ୟ କୋର୍ଟକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି ।

ଏହା ବି ପଢ଼ନ୍ତୁ: ଭଡୋଦରାରେ ବୈଠକ କଲେ ଶିନ୍ଦେ ଓ ଫଡନାଭିସ୍; ମହାରାଷ୍ଟ୍ରରେ ସରକାର ଗଠନ କରିବ ବିଜେପି!

ଏହା ବି ପଢ଼ନ୍ତୁ: ଗେହଲୋଟଙ୍କ ବିସ୍ଫୋରକ ବୟାନ: ସରକାର ଭାଙ୍ଗିବାକୁ ଶେଖୱାତ-ପାଇଲଟ୍ ମିଶିଥିଲେ