ମହା ବିକାଶ ଅଘାଡିରୁ ଶିବସେନା ବାହାରିବାକୁ ପ୍ରସ୍ତୁତ ବୟାନ ଉପରେ କଂଗ୍ରେସ ଦେଲା ଏହି ପ୍ରତିକ୍ରିୟା
Advertisement
Article Detail0/zeeodisha/odisha1230227

ମହା ବିକାଶ ଅଘାଡିରୁ ଶିବସେନା ବାହାରିବାକୁ ପ୍ରସ୍ତୁତ ବୟାନ ଉପରେ କଂଗ୍ରେସ ଦେଲା ଏହି ପ୍ରତିକ୍ରିୟା

Maharashtra Politics: ସଞ୍ଜୟ ରାଉତ କହିଛନ୍ତି ଯେ ଆମର ବିଧାୟକମାନେ ଚାହିଁଲେ ଆମେ ମହା ବିକାଶ ଆଗାଡି (MVA) ରୁ ବାହାରି ଯିବାକୁ ପ୍ରସ୍ତୁତ । କିନ୍ତୁ ଏଥିପାଇଁ ବିଧାୟକମାନଙ୍କୁ ଆଗକୁ ଆସି କଥା ହେବାକୁ ପଡ଼ିବ ।

ସାଙ୍କେତିକ ଫଟୋ

Maharashtra Politics: ଶିବସେନା ନେତା ଏକନାଥ ସିନ୍ଦେଙ୍କ (Eknath Shinde) ବିଦ୍ରୋହ ମଧ୍ୟରେ ଦଳର ସାଂସଦ ସଞ୍ଜୟ ରାଉତ (Sanjay Raut) କହିଛନ୍ତି ଯେ ଯଦି ଆସାମରେ ଥିବା ବିଦ୍ରୋହୀ ଦଳର କ୍ୟାମ୍ପ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇ ଫେରିବେ ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ (Uddhav Thackeray) ସାମ୍ନାରେ ଏହି ପ୍ରସଙ୍ଗରେ ଚର୍ଚ୍ଚା କରନ୍ତି, ତେବେ ଶିବସେନା ମହା ବିକାଶ ଅଘାଡ଼ୀ ଛାଡିବାକୁ ପ୍ରସ୍ତୁତ । ଏହା ଉପରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟୋଲେ କହିଛନ୍ତି ଯେ ବିଜେପିକୁ କ୍ଷମତାକୁ ଆସିବାକୁ ଅଟକାଇବା ପାଇଁ ଆମେ ସେମାନଙ୍କ (ଶିବସେନା) ସହ ଅଛୁ । ଫ୍ଲୋର ଟେଷ୍ଟ ପାଇଁ କଂଗ୍ରେସ ପ୍ରସ୍ତୁତ ଅଛି । ଆମେ MVA ସହିତ ଅଛୁ ଓ ରହିବୁ । ଯଦି ସେମାନେ (ଶିବସେନା) ଆଉ କାହା ସହିତ ଏକ ମେଣ୍ଟ କରିବାକୁ ଚାହାଁନ୍ତି, ତେବେ ଆମର କୌଣସି ଅସୁବିଧା ନାହିଁ ।

ସିନ୍ଦେଙ୍କ ସହ ଅଛନ୍ତି ଶିବସେନାର ୩୭ ବିଦ୍ରୋହୀ ବିଧାୟକ
ଏକନାଥ ସିନ୍ଦେ ବର୍ତ୍ତମାନ ୩୭ ବିଦ୍ରୋହୀ ଶିବସେନା ବିଧାୟକ ଓ ନଅ ଜଣ ସ୍ୱାଧୀନ ବିଧାୟକଙ୍କ ସହ ଗୁଆହାଟୀରେ ଅଛନ୍ତି, ଯାହା ଦଳ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରଙ୍କୁ ଅସୁବିଧାରେ ପକାଇଛି । ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଓ କଂଗ୍ରେସ ମଧ୍ୟ ଏମଭିଏ ସରକାରରେ ମଧ୍ୟ ଅଂଶୀଦାର ।

ଆମେ ଆପଣଙ୍କ ଦାବି ଉପରେ ବିଚାର କରିବାକୁ ପ୍ରସ୍ତୁତ
ସଞ୍ଜୟ ରାଉତ ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି, "ଆପଣ କହୁଛ ଯେ ଆପଣ ଜଣେ ପ୍ରକୃତ ଶିବ ସୈନିକ୍ ଓ ଦଳ ଛାଡିବ ନାହିଁ । ଯଦି ଆପଣ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇ ଫେରି ଆସିବ ଓ ସିଏମ୍ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିବ, ତେବେ ଆମେ ଆପଣଙ୍କ ଦାବି ଉପରେ ବିଚାର କରିବାକୁ ପ୍ରସ୍ତୁତ । ଆପଣଙ୍କର ଦାବି ସକରାତ୍ମକ ଭାବରେ ବିବେଚନା କରାଯିବ । ଟ୍ୱିଟର ଓ ହ୍ୱାଟସ୍ ଆପରେ ଚିଠି ଲେଖନ୍ତୁ ନାହିଁ ।"

ଆସ ଓ ଉଦ୍ଧବ ଠାକରେଙ୍କସହ କଥା ହୁଅ- ରାଉତ
ସଞ୍ଜୟ ରାଉତ କହିଛନ୍ତି, "ବିଦ୍ରୋହୀ, ଯେଉଁମାନେ ମୁମ୍ବାଇରୁ ବାହାରେ ଅଛନ୍ତି, ସେମାନେ ହିନ୍ଦୁତ୍ୱ ପ୍ରସଙ୍ଗ ଉଠାଇଛନ୍ତି । ଯଦି ଏହି ସମସ୍ତ ବିଧାୟକ ଅନୁଭବ କରନ୍ତି ଯେ ଶିବସେନା MVA ରୁ ବାହାରକୁ ଆସନ୍ତୁ, ତେବେ ମୁମ୍ବାଇକୁ ଫେରିବା ପାଇଁ ସାହସ ଦେଖାନ୍ତୁ । ଆପଣ କହୁଛନ୍ତି ଯେ ଆପଣଙ୍କର ସରକାର ସହ ଅସୁବିଧା  ଅଛି ଓ ଆପଣ ପ୍ରକୃତ ଶିବ ସୈନିକ୍ । ଆପଣଙ୍କ ଦାବିକୁ ବିଚାର କରାଯିବ, କିନ୍ତୁ ଆସ ଓ ଉଦ୍ଧବ ଠାକରେଙ୍କ ସହ କଥା ହୁଅ ।" ସିନ୍ଦେ ବିଦ୍ରୋହ ମଧ୍ୟରେ ମୁଖ୍ୟମନ୍ତ୍ରୀ ଠାକରେ ବୁଧବାର ଶୀର୍ଷ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ ଓ ପରେ ଉପାନ୍ତ ସହର ବାନ୍ଦ୍ରାସ୍ଥିତ ତାଙ୍କ ପରିବାରକୁ ଯିବା ପୂର୍ବରୁ ଦକ୍ଷିଣ ମୁମ୍ବାଇରେ ଥିବା ତାଙ୍କ ସରକାରୀ ବାସଭବନ ଖାଲି କରିଥିଲେ ।

ଏହା ବି ପଢନ୍ତୁ: ପାକିସ୍ତାନର ଫାଷ୍ଟ ବୋଲର ଶୋଏବଙ୍କ ଆତ୍ମହତ୍ୟା ଉଦ୍ୟମ, ଅବସ୍ଥା ଗୁରୁତର