ବସ ଦୁର୍ଘଟଣାରେ ମଧ୍ୟପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ନରୋତ୍ତମ ମିଶ୍ର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଧର ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।
Trending Photos
ଭୋପାଲ: ଅଭିଶପ୍ତ ଶ୍ରାବଣ ସୋମବାର! ଆଜି ସକାଳେ ମଧ୍ୟପ୍ରଦେଶରେ ଏକ ବଡଧରଣର ସଡକ ଦୁର୍ଘଟଣା ଘଟିଛି। ଧାର ଜିଲ୍ଲାରେ ନିୟନ୍ତ୍ରଣ ହରାଇ ଏକ ଯାତ୍ରୀ ଭର୍ତ୍ତୀ ବସ ବ୍ରିଜ୍ ତଳକୁ ନଦୀରେ ଖସି ପଡିଛି। ମିଡିଆ ରିପୋର୍ଟ ଅନୁସାରେ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଡ୍ରାଇଭର ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ବସଟି ଇନ୍ଦୋରରୁ ପୁଣେ ଅଭିମୁଖେ ଯାଉଥିବା ସୂଚନା ମିଳିଛି।
ଖରଗନପୋଲିସ ଅଧିକ୍ଷକଙ୍କ ସୂଚନା ଅନୁସାରେ, ଖଲଘାଟ ସଞ୍ଜୟ ସେତୁ ଉପରୁ ଏକ ଯାତ୍ରୀ ଭର୍ତ୍ତୀ ଅନିୟନ୍ତ୍ରୀତ ବସ, ରେଲିଂ ଭାଙ୍ଗି ନଦୀକୁ ଖସିଛି। ଏଥିରେ ଡ୍ରାଇଭର ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଗାଡିର ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। କୌଣସି ଲୋକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ନାହିଁ। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ବସକୁ ନଦୀରୁ ବାହାର କରାଯାଇଛି।
12 people dead, 15 rescued after a Maharashtra Roadways bus going from Indore to Pune falls off Khalghat Sanjay Setu in Dhar district, says Madhya Pradesh minister Narottam Mishra. pic.twitter.com/h4FuW2B3Ch
— ANI MP/CG/Rajasthan (@ANI_MP_CG_RJ) July 18, 2022
ବସ ଦୁର୍ଘଟଣାରେ ମଧ୍ୟପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ନରୋତ୍ତମ ମିଶ୍ର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଧର ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରି, ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବା ପାଇଁ ଧାର ଜିଲ୍ଲାପାଳ ଓ ସ୍ଥାନୀୟ ପ୍ରଶାସନକୁ ଅପିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁର୍ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି।
ସୂଚନାନୁସାରେ, ବସ ଦୁର୍ଘଟଣାଟି ଆଗ୍ରା-ମୁମ୍ବାଇ ହାଇୱେରେ ଇନ୍ଦୋର ଠାରୁ ୮୦ କିଲୋମିଟର ଦୂରରେ ଘଟିଛି। ଦୁର୍ଘଟଣା ଗ୍ରସ୍ତ ସ୍ଥାନଟି ଖରଗନ ଓ ଧାର ଜିଲ୍ଲାର ସୀମାନ୍ତରେ ଅଛି। ବସିଟି ଇନ୍ଦୋରରୁ ପୁଣେ ଜାଉଥିବା ସୂଚନା ମିଳିଛି। ଏଥିରେ ପ୍ରାୟ ୪୦ ଜଣ ଯାତ୍ରୀ ଥିବା କିଛି ଗଣମାଧ୍ୟମ ସଂସ୍ଥା ଦାବି କରିଛନ୍ତି। ବର୍ଷା ହେଉଥିବାରୁ ବସ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଚିଥିବା ସନ୍ଦେହ କରାଯାଉଛି।