ଓଲଟିପଡ଼ିଲା ମିନିଟ୍ରକ, ଗଲା ୧୫ ଜଣଙ୍କ ଜୀବନ
Advertisement
Article Detail0/zeeodisha/odisha848895

ଓଲଟିପଡ଼ିଲା ମିନିଟ୍ରକ, ଗଲା ୧୫ ଜଣଙ୍କ ଜୀବନ

ୟାଭଲ ଥାନା ପୋଲିସର ଅଧିକାରୀ କହିଛନ୍ତି ଯେ, ବିଳମ୍ବିତ ରାତି ସମୟରେ ଏହି ଘଟଣାଟି ଘଟିଛି । ଶ୍ରମିକଙ୍କୁ ନେଇ ୟାଭଲ ତହସିଲ ଯିବା ବାଟରେ ମହାରାଷ୍ଟ୍ର ଜଳଗାଓଁ ନିକଟରେ ଓଲଟିପଡ଼ିଥିଲା ।

ଓଲଟିପଡ଼ିଲା ମିନିଟ୍ରକ, ଗଲା ୧୫ ଜଣଙ୍କ ଜୀବନ

ମୁମ୍ବାଇ: ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାରେ ଏକ ମିନିଟ୍ରକ ଓଲଟିଯିବାରୁ ଅତି ଶୋଚନୀୟ ଭାବେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ରକଟି ରାସ୍ତାର ଥିବା ଗାତ ପାଖରେ ଓଲଟି ପଡ଼ିବାରୁ ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ୟାଭଲ ଥାନା ପୋଲିସର ଅଧିକାରୀ କହିଛନ୍ତି ଯେ, ବିଳମ୍ବିତ ରାତି ସମୟରେ ଏହି ଘଟଣାଟି ଘଟିଛି । ଶ୍ରମିକଙ୍କୁ ନେଇ ୟାଭଲ ତହସିଲ ଯିବା ବାଟରେ ମହାରାଷ୍ଟ୍ର ଜଳଗାଓଁ ନିକଟରେ ଓଲଟିପଡ଼ିଥିଲା ।

ସୂଚନାନୁସାରେ, ମୃତକଙ୍କ ମଧ୍ୟରେ ତିନି ଓ ପାଞ୍ଚ ବର୍ଷୀୟ ୨ଟି ଶିଶୁ ମଧ୍ୟ ରହିଛନ୍ତି । ସେପଟେ ମୃତକଙ୍କ ମଧ୍ୟରେ ୧୫ ବର୍ଷୀୟ ନାବାଳିକା ମଧ୍ୟ ରହିଛନ୍ତି । ଏଠାରେ କହିରଖୁଛୁ ଯେ, ମୃତକ ହେଲେ ଜିଲ୍ଲାର ଅଭୌଦା, ବିବାର, କେର୍ହାଲ ଗାଁର ଓ ରାବେର ତହସିଲର ନିବାସୀ ଥିଲେ । ଘଟଣାରେ ଖବର ପାଇବା ପରେ ପୋଲିସ (Police) ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ ସାହାଯ୍ୟରେ ଟ୍ରକକୁ (MiniTruck) ଖାଲରୁ ବାହାର କରିଥିଲା । ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଡ୍ରାଇଭର ସହ ୧୫ ଲୋକଙ୍କ ଜୀବନ ଯାଇଥିଲା । ଘଟଣାରେ ଅନ୍ୟ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି ।

Also Read: NeVA ପରିଚାଳନା କରିବ ଓଡିଶା ବିଧାନସଭା, Online ଗୃହକାର୍ଯ୍ୟରେ ଯୋଗଦେବେ ବିଧାୟକ

ସେହି ୫ ଜଣ ଆହତଙ୍କୁ ଜଲଗାଓଁ ର ଏକ ସରକାରୀ ହସ୍ପିଟାଲ (Government Hospital) ରେ ଭର୍ତ୍ତି କରାଯାଇଛି । ସେପଟେ ସେହି ୫ ଜଣ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାରେ ଜଲଗାଓଁ (Jalgaon) ଅତିରିକ୍ତ ପୋଲିସ ଅଧିକ୍ଷକଙ୍କ କହିବାନୁଯାୟୀ, ଟ୍ରକରେ କୌଣସି ଯାନ୍ତ୍ରିକ ତ୍ରୁଟି (Technical Problem) ଦେଖାଦେଇଥିଲା ଯାହା ଫଳରେ ଟ୍ରକଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହାସହ ଏ ଘଟଣା ସମ୍ବନ୍ଧରେ ଅଧିକ ତଦନ୍ତ ପାଇଁ ଆରଟିଓ (RTO) ର ମଧ୍ୟ ସାହାଯ୍ୟ ନିଆଯାଇଛି । ଏହି ଘଟଣାକୁ ନେଇ ଧାରା ୩୦୪ ଅନୁଯାୟୀ, ଟ୍ରକ ମାଲିକଙ୍କ ନାଁରେ ମାମଲା ରୁଜୁ କରାଯାଇଛି । 

Also Read: ଟୁଲକିଟ କଣ ? ଦିଶାଙ୍କ ଗିରଫଦାରୀ କାହିଁକି ?

ଦୁର୍ଘଟଣା ଖବର ମିଳିବା ପରେ ରାଷ୍ଟ୍ରପତି (President) ରାମନାଥ କୋବିନ୍ଦ (Ram Nath Kovind) ମୃତକଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏକ ଟ୍ୱିଟ (Tweet) ଜରିଆରେ ରାଷ୍ଟ୍ରପତି ନିଜର ଶୋକବ୍ୟକ୍ତ କରିବା ସହ ଆହତଙ୍କ ସୁସ୍ଥତା କାମନା କରିଛନ୍ତି ।