NeVA ପରିଚାଳନା କରିବ ଓଡିଶା ବିଧାନସଭା, Online ଗୃହକାର୍ଯ୍ୟରେ ଯୋଗଦେବେ ବିଧାୟକ
Advertisement
Article Detail0/zeeodisha/odisha848884

NeVA ପରିଚାଳନା କରିବ ଓଡିଶା ବିଧାନସଭା, Online ଗୃହକାର୍ଯ୍ୟରେ ଯୋଗଦେବେ ବିଧାୟକ

ପ୍ରଶାସନିକ କାର୍ଯ୍ୟ ଲାଗି ଆବଶ୍ୟକୀୟ ଆଇନକାନୁନ ବନାଇବା, ଏ ସମ୍ପର୍କିତ ଡକ୍ୟୁମେଣ୍ଟ ରଖିବା ଏବଂ ତଥ୍ୟ ଆଦାନପ୍ରଦାନ ଲାଗି NeVA ଆପ୍ ବ୍ୟବହାର କରାଯିବ। 

 

 

NeVA ପରିଚାଳନା କରିବ ଓଡିଶା ବିଧାନସଭା, Online ଗୃହକାର୍ଯ୍ୟରେ ଯୋଗଦେବେ ବିଧାୟକ

ଭୁବନେଶ୍ୱର: ଏଣିକି କାଗଜବିହୀନ ହେବ ଓଡିଶା ବିଧାନସଭା। ଅନଲାଇନ ମାଧ୍ୟମରେ କରାଯିବ ଗୃହ କାର୍ଯ୍ୟ। ଏହାକୁ କାର୍ଯ୍ୟ କରିବାକୁ ଯାଇ ଫେବୃଆରୀ ୧୫ ତାରିଖ ସୋମବାର ଜାତୀୟ ଇ-ବିଧାନ ଆପ୍ଲିକେସନ ବ୍ୟବସ୍ଥାର ଉଦଘାଟନ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।  

ଜାତୀୟ ଇ-ବିଧାନ ଆପ୍ଲିକେସନ-ନେଭା (National e-Vidhan Application-NeVA) ବ୍ୟବସ୍ଥା ଉପରେ ଫେବୃଆରୀ ୧୫-୧୬ ତାରିଖ ୨ ଦିନ ଧରି ବିଧାନସଭା ଅଧିକାରୀଙ୍କୁ (Assembly Officials) ଲୋକସେବା ଭବନ (Lok Seva Bhawan) ପରିସରରେ  ଥିବା ନୂତନ ବୈଠକ କକ୍ଷରେ (New Conference Hall) ପ୍ରଶିକ୍ଷଣ ଦିଆଯିବ।   

Also Read: ଆସନ୍ତାକାଲି ବିଧାନସଭା ପରିସରରେ ଗାନ କରାଯିବ 'ବନ୍ଦେ ଉତ୍କଳ ଜନନୀ'   

ବିଧାନସଭାରେ ନେଭା କାର୍ଯ୍ୟକାରୀ ହେବା ସମ୍ପର୍କରେ ପ୍ରତିକ୍ରିୟା ରଖି ରାଜ୍ୟ ବିଧାନସଭା ବାଚସ୍ପତି (Odisha Assembly Speaker) ସୂର୍ଯ୍ୟ ନାରାୟଣ ପାତ୍ର (Surjya Narayan Patro) କହିଛନ୍ତି ଏହି ବ୍ୟବସ୍ଥା ମାଧ୍ୟମରେ ରାଜ୍ୟପାଳଙ୍କ ଅଭିଭାଷଣ, ରାଜ୍ୟ ବଜେଟ ଉପସ୍ଥାପନ, ସିଏଜି ରିପୋର୍ଟ, ଅର୍ଥନୈତକ ସର୍ଭେ ପ୍ରଭୃତି କାର୍ଯ୍ୟ କରାଯିବ। ଏହାକୁ କେହି ଜଣେ ସହଜରେ ବ୍ୟବହାର କରିପାରିବ। 

ବିଧାନସଭାରେ ପଚାରଯାଉଥିବା ତାରକା (Starred Question) କିମ୍ବା ଅଣତାରକା ପ୍ରଶ୍ନ (Unstarred Questions) ଏବଂ ଏହାର ଉତ୍ତର ନେଭା ଆପ୍ (NEVA App) ସହାୟତାରେ ଅନଲାଇନ୍ ଉପଲବ୍ଧ ହେବ। ଯଦିଓ ବିଧାୟକଙ୍କୁ ଆଗାମୀ ବଜେଟ ଅଧିବେଶନ (Budget Session) ସମୟରେ ପୂର୍ବ ଭଳି ପ୍ରଶ୍ନୋତ୍ତର କାର୍ଯ୍ୟ ପାଇଁ କାଗଜ ଯୋଗାଇ ଦିଆଯିବ। 

Also Read: ଆସନ୍ତାମାସରୁ ବିଧାୟକଙ୍କ ଭବ୍ୟ କୋଠା ନିର୍ମାଣ! ଜାଣନ୍ତୁ ଏହାର ବିଶେଷତ୍ୱ

ତଥାପି ବିଧାୟକଙ୍କୁ ଏହି ଆପ୍ ବାବଦରେ ଅଧିକାରୀଙ୍କ ଭଳି ବିଧାସନସଭା ଅଧିବେଶନ (Assembly Session) ଶେଷ ଭାଗରେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ। ଯାହା ଫଳରେ ସେମାନେ କମ୍ୟୁଟର (Computer) କିମ୍ବା ଆଇପ୍ୟାଡ (i-Pad) ମାଧ୍ୟମରେ ପରବର୍ତ୍ତୀ ଅଧିବେଶନରେ ଭାଗ ନେଇପାରିବେ।       

ନେଭା ଆପ୍ ଉପରେ ପ୍ରଶିକ୍ଷଣ ଦେବା ପାଇଁ ଜାତୀୟ ସୂଚନା କେନ୍ଦ୍ର-ଏନଆଇସି (National Informatics Centre-NIC) ୨ ବରିଷ୍ଠ ଆଇଟି ବିଶେଷଜ୍ଞ (IT Expert) ଏବଂ କେନ୍ଦ୍ରୀୟ ପ୍ରତିନଧି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି। ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପଛରେ ମୂଳ ଲକ୍ଷ୍ୟ ହେଉଛି ଦେଶର ସମସ୍ତ ପ୍ରାଦେଶିକ ବିଧାନସଭାକୁ ଗୋଟିଏ ସୂତ୍ରରେ ଯୋଡି ରଖିବା। ଏହା ସହିତ ବିଧାନସଭା କାର୍ଯ୍ୟକୁ କାଗଜବିହୀନ (Paperless Assembly) ଅର୍ଥାତ ବୈଦ୍ୟୁତିକ ଉପକରଣ (Electronic Devices) ସାହାଯ୍ୟ ଇ-ଆସେମ୍ବ୍ଲି (e-Assembly) ମାଧ୍ୟମରେ ପରିଚାଳିତ କରିବା।    

Also Read: ନୂଆବର୍ଷକୁ ଲୋକସେବା ଭବନର ସ୍ୱାଗତ

ପ୍ରଶାସନିକ କାର୍ଯ୍ୟ ଲାଗି ଆବଶ୍ୟକୀୟ ଆଇନକାନୁନ ବନାଇବା, ଏ ସମ୍ପର୍କିତ ଡକ୍ୟୁମେଣ୍ଟ ରଖିବା ଏବଂ ତଥ୍ୟ ଆଦାନପ୍ରଦାନ ଲାଗି ଏହି ଆପ୍ ବ୍ୟବହାର କରାଯିବ। କ୍ଲାଉଡ୍ ଟେକ୍ନୋଲୋଜି (Cloud Technology) ମାଧ୍ୟମରେ ଏଥିରେ ନିୟୋଜିତ ତଥ୍ୟ ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ମିଳିପାରିବ।    

ନେଭା ହେଉଛି ଏକ ନିରପେକ୍ଷ ଉପକରଣ ଏବଂ ସଦସ୍ୟ କେନ୍ଦ୍ରିକ ପ୍ରୟୋଗ ଯାହାକି ବିଭିନ୍ନ ଗୃହକାର୍ଯ୍ୟକୁ ଅତ୍ୟାଧୁନିକ ଭାବେ ପରିଚାଳିତ। ଏଥିରେ ସଦସ୍ୟଙ୍କ ଯୋଗାଯୋଗ ବିବରଣୀ, ପ୍ରକ୍ରିୟାର ନିୟମ, ଗୃହକାର୍ଯ୍ୟ ତାଲିକା, ସରକାରୀ ବିଜ୍ଞପ୍ତି, ବୁଲେଟିନ୍, ବିଲ୍, ତାରକା/ଅଣତାରକା ପ୍ରଶ୍ନୋତ୍ତର, ବିଧାନସଭା କମିଟି ରିପୋର୍ଟ ରଖିବା ପାଇଁ ନିର୍ମାମ କରାଯାଇଛି। ବିଧାୟକ ଏବେ ନିଜେ ବ୍ୟବହାର କରୁଥିବା ବୈଦ୍ୟୁତିକ ଉପକରଣ ବିଧାନସଭା କାର୍ଯ୍ୟ ବାବଦରେ ଅବଗତ ହୋଇପାରିବ। ଏପରିକି ଜନସାଧାରଣ ମଧ୍ୟ ଗୃହ କାର୍ଯ୍ୟ ବାବଦରେ ଖବର ସେମାନଙ୍କ ହାତପାହାନ୍ତାରେ ପାଇପାରିବେ।