ସୁପ୍ରିମକୋର୍ଟଙ୍କ ରାୟ ପରେ ବଢ଼ିଲା ବିଜେପିର ଜୋଶ୍, ଏକନାଥ ଗୋଷ୍ଠୀକୁ ମିଳିବ ୧୩ ଟି ମନ୍ତ୍ରୀ ପଦ
Advertisement
Article Detail0/zeeodisha/odisha1235945

ସୁପ୍ରିମକୋର୍ଟଙ୍କ ରାୟ ପରେ ବଢ଼ିଲା ବିଜେପିର ଜୋଶ୍, ଏକନାଥ ଗୋଷ୍ଠୀକୁ ମିଳିବ ୧୩ ଟି ମନ୍ତ୍ରୀ ପଦ

Mahrashtra Political Crisis: ସରକାର ଗଠନ ପାଇଁ ବିଜେପି ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଚର୍ଚ୍ଚା ଚାଲିଛି ଓ ମନ୍ତ୍ରୀ ପଦ ବଣ୍ଟନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରାୟ ଚୂଡାନ୍ତ ହୋଇସାରିଛି । ସୂଚନାନୁସାରେ, ବିଜେପି ୨୯ ଟି ମନ୍ତ୍ରୀ ପଦବୀ ନିଜ ପାଖରେ ରଖିବାକୁ ନିଷ୍ପତ୍ତି ନେଇଛି ।

ସାଙ୍କେତିକ ଫଟୋ

Mahrashtra Political Crisis: ଏକନାଥ ସିନ୍ଦେ ଗୋଷ୍ଠୀର ବିଦ୍ରୋହୀ ବିଧାୟକଙ୍କୁ ସୁପ୍ରିମକୋର୍ଟଙ୍କ (Supreme Court) ସୁରକ୍ଷା ଢାଲ ମିଳିବା ପରେ ବିଜେପି ସକ୍ରିୟ ହୋଇଛି । ସରକାର ଗଠନକୁ ନେଇ ବିଜେପି ଓ ଏକନାଥ ସିନ୍ଦେ (Eknath Shinde) ଗୋଷ୍ଠୀ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସରକାର ଗଠନ ପାଇଁ ବିଜେପି ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଚର୍ଚ୍ଚା ଚାଲିଛି ଓ ମନ୍ତ୍ରୀ ପଦବୀ ବଣ୍ଟନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରାୟ ଚୂଡାନ୍ତ ହୋଇସାରିଛି । ସୂଚନାନୁସାରେ, ବିଜେପି ୨୯ ଟି ମନ୍ତ୍ରୀ ପଦବୀ ନିଜ ପାଖରେ ରଖିବାକୁ ନିଷ୍ପତ୍ତି ନେଇଛି ଓ ଏକନାଥ ସିନ୍ଦେ ଗୋଷ୍ଠୀକୁ ୧୩ ଟି ମନ୍ତ୍ରୀ ପଦବୀ ଦିଆଯାଇପାରେ । ଏଥିମଧ୍ୟରୁ ୮ ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇପାରେ ଓ ୮ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀ କରିବାକୁ ଚର୍ଚ୍ଚା ହୋଇଛି ।

ଯଦି ବିଜେପି ସହିତ ସରକାର ଗଠନ ହୁଏ ତେବେ ଏକନାଥ ସିନ୍ଦେ, ଉଦୟ ସାମନ୍ତ, ଦାଦା ଭୁସେ, ଗୁଲାବ୍ରାଓ ପାଟିଲ ଓ ଦୀପକ କେସରକରଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇପାରେ । ଏହା ମଧ୍ୟ କୁହାଯାଉଛି ଯେ ଡେପୁଟି ସିଏମ୍ ପଦବୀକୁ ନେଇ ଏକନାଥ ସିନ୍ଦେ ଗୋଷ୍ଠୀ ଦ୍ୱାରା ଚାପ ସୃଷ୍ଟି ହେଉଛି । ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସହମତି ହୋଇପାରି ନାହିଁ । ସେଠାରେ ଆଲୋଚନା ହେଉଛି ଯେ ବିଜେପି ଓ ଏକନାଥ ସିନ୍ଦେ ଗୋଷ୍ଠୀ ଖୁବ ଶୀଘ୍ର ରାଜ୍ୟପାଳଙ୍କଠାରୁ ଅବିଶ୍ୱାସ ପ୍ରସ୍ତାବ ପାଇଁ ଦାବି କରିପାରନ୍ତି । ବାସ୍ତବରେ, ସୋମବାର ଦିନ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ବିଧାନସଭାର ଡେପୁଟି ବାଚସ୍ପତିଙ୍କ ଦ୍ୱାରା ଅଯୋଗ୍ୟତା ନୋଟିସ ପାଇଥିବା ୧୫ ବିଦ୍ରୋହୀ ଜୁଲାଇ ୧୨ ସୁଦ୍ଧା ଜବାବ ଦେଇ ପାରିବେ ।

ଏଭଳି ପରିସ୍ଥିତିରେ ଆସନ୍ତା ଦୁଇ ସପ୍ତାହ ପାଇଁ ବିଧାୟକଙ୍କ ସଦସ୍ୟତା ସୁରକ୍ଷିତ ଓ ସେମାନେ ବିଧାନସଭାରେ ଭୋଟ୍ ଦେଇପାରିବେ । ବିଜେପି ଓ ସିନ୍ଦେ ଗୋଷ୍ଠୀ ଦୁଇଟି ବିକଳ୍ପ ଉପରେ ବିଚାର କରୁଛନ୍ତି । ପ୍ରଥମ ବିକଳ୍ପ ହେଉଛି ବିଦ୍ରୋହୀ ବିଧାୟକମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ମଧ୍ୟରେ ବିଧାନସଭାରେ ଭୋଟ୍ ଦେବା । ଏହା ବ୍ୟତୀତ, ବିଦ୍ରୋହୀ ବିଧାୟକଙ୍କ ଅନୁପସ୍ଥିତିରେ ସଂଖ୍ୟାଗରିଷ୍ଠତା କିପରି ପ୍ରମାଣିତ ହୋଇପାରିବ । ବିଜେପି ମଧ୍ୟ ଏହାକୁ ନେଇ ଚର୍ଚ୍ଚା କରୁଛି । ବାସ୍ତବରେ ମୁମ୍ବାଇ ଆସିବା ପରେ ଶିବସେନାଙ୍କ ପ୍ରଭାବରେ କିଛି ବିଧାୟକଙ୍କ ମତ ବଦଳିବାର ଆଶଙ୍କା ରହିଛି । ଏଭଳି ପରିସ୍ଥିତିରେ ବିଜେପି ଅନ୍ୟ ଏକ ବିକଳ୍ପ ଉପରେ ମଧ୍ୟ ବିଚାର କରିପାରେ ।

ଏହି ସମୟରେ ଶିବସେନା ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମକୁ ନେଇ ବିଜେପିକୁ ପରାମର୍ଶ ଦେଇଛନ୍ତି । ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏହି ଦଳ ଏହି ପ୍ରସଙ୍ଗରୁ ଦୂରେଇ ରହିବା ଉଚିତ୍ । ଏହା ସହିତ ସେ ବିଦ୍ରୋହୀ ବିଧାୟକମାନଙ୍କୁ ଗୁଆହାଟୀରେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ସଞ୍ଜୟ ରାଉତ କଇଛନ୍ତି, “ଜୁଲାଇ ୧୧ ପର୍ଯ୍ୟନ୍ତ ସେମାନଙ୍କ ପାଇଁ ସେଠାରେ ବିଶ୍ରାମ ନେବାକୁ ନିର୍ଦ୍ଦେଶ ଅଛି । ମହାରାଷ୍ଟ୍ରରେ ସେମାନଙ୍କ ପାଇଁ କୌଣସି କାମ ନାହିଁ ।" ଏଥିସହିତ ସେ ଏହା ମଧ୍ୟ କହିଛନ୍ତି ଯେ ସେ ମଧ୍ୟ 'ୱେଟ ଆଣ୍ଡ ୱାଚ'ରେ ଅଛନ୍ତି । ସେ କହିଛନ୍ତି ଯେ ଗୁଆହାଟିର ସମସ୍ତ ବିଧାୟକ ବିଦ୍ରୋହୀ ନୁହଁନ୍ତି ।'

ଏହା ବି ପଢ଼ନ୍ତୁ: ଦିଲ୍ଲୀ ହୃଦୟରେ ଏବେବି କେଜ୍ରିୱାଲ; ହାରିଲା ବିଜେପି କିନ୍ତୁ କଂଗ୍ରେସର ସ୍ଥିତି ନ କହିଲେ ଭଲ