ବୀରଭୂମ୍ ଘଟଣାକୁ ଯଥାର୍ଥ କହି ହେବ ନାହିଁ, କିନ୍ତୁ ଏପରି ଅନ୍ୟ ରାଜ୍ୟରେ ମଧ୍ୟ ଘଟେ: ମମତା ବାନାର୍ଜୀ
Advertisement

ବୀରଭୂମ୍ ଘଟଣାକୁ ଯଥାର୍ଥ କହି ହେବ ନାହିଁ, କିନ୍ତୁ ଏପରି ଅନ୍ୟ ରାଜ୍ୟରେ ମଧ୍ୟ ଘଟେ: ମମତା ବାନାର୍ଜୀ

Birbhum Violence: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ୮ ଜଣଙ୍କ ମୃତ୍ୟୁକୁ ନେଇ କଲିକତା ହାଇକୋର୍ଟ ସ୍ଵତ ସଂଜ୍ଞାନ ନେଇଛନ୍ତି । ରାମପୁରହାଟ ନିକଟ ଏକ ଗାଁରେ ଏକ ଏକ ଡର୍ଜନରୁ ଅଧିକ ଝୁପୁଡି ଘରେ ନିଆଁ ଲଗାଇ ଦିଆଯାଇଥିଲା । ଏଥିରେ ଦୁଇ ଜଣ ଶିଶୁ ଏବଂ ତିନିଜଣ ମହିଳାଙ୍କ ସମେତ ଆଠ ଜଣ ପୋଡ଼ି ହୋଇ ମୃତ୍ୟୁବରଣ କରିଥିଲେ ।

(ଫାଇଲ ଫଟୋ)

କୋଲକାତା: ପଶ୍ଚିମବଙ୍ଗର (West Bengal) ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamta Banerjee) କହିଛନ୍ତି ଯେ ବୀରଭୂମ ହିଂସାକୁ ନେଇ ରାଜନୀତି ଚାଲିଛି । ସେ କହିଛନ୍ତି ଯେ ସେ ଏହି ଘଟଣାକୁ ଯଥାର୍ଥ କହିହେବ ନାହିଁ, କିନ୍ତୁ ଏପରି ଘଟଣା ଅନ୍ୟ ରାଜ୍ୟରେ ମଧ୍ୟ ଘଟେ । ସୋମବାର ଦିନ ବୀରଭୂମ (Birbhum) ଜିଲ୍ଲାର ରାମପୁରହାଟ ନିକଟ ଏକ ଗାଁରେ ଏକ ଏକ ଡର୍ଜନରୁ ଅଧିକ ଝୁପୁଡି ଘରେ ନିଆଁ ଲଗାଇ ଦିଆଯାଇଥିଲା । ଏଥିରେ ଦୁଇ ଜଣ ଶିଶୁ ଏବଂ ତିନିଜଣ ମହିଳାଙ୍କ ସମେତ ଆଠ ଜଣ ପୋଡ଼ି ହୋଇ ମୃତ୍ୟୁବରଣ କରିଥିଲେ ।

ମମତା କହିଛନ୍ତି, 'ବୀରଭୂମରେ ଘଟିଥିବା ଘଟଣା ଯଥାର୍ଥ କୁହା ଯାଇପାରିବ ନାହିଁ, କିନ୍ତୁ ଉତ୍ତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ବିହାର ଏବଂ ରାଜସ୍ଥାନରେ ଏଭଳି ଘଟଣା ବାରମ୍ବାର ଘଟେ । ଆମେ ଉଚିତ୍ ଢଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ସରକାର ଆମର, ଆମେ ଆମ ରାଜ୍ୟର ଲୋକଙ୍କ ପାଇଁ ଚିନ୍ତିତ । ଆମେ କଦାପି ଚାହିଁବୁ ନାହିଁ କାହାକୁ ଯନ୍ତ୍ରଣା ଭୋଗିବାକୁ ପଡୁ । ବୀରଭୂମ, ରାମପୁରହାଟ ଘଟଣା ଦୁର୍ଭାଗ୍ୟଜନକ । ମୁଁ ତୁରନ୍ତ OC, SDPO କୁ ବରଖାସ୍ତ କରିଛି ।

କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
ମମତା କହିଛନ୍ତି ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ସେ ଗୁରୁବାର ଦିନ ଜିଲ୍ଲା ପରିଦର୍ଶନ କରିବେ । ସେ କହିଛନ୍ତି, " ବୀରଭୂମ ଘଟଣା ପାଇଁ ଦାୟୀ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ ଯେଉଁ ରାଜନୈତିକ ଦଳ ହେଉନା କାହିଁକି । ଏଠାରେ ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଅନ୍ୟ ରାଜନୈତିକ ଦଳ ସେଠାରେ ଏକାଠି ହୋଇଥିବାରୁ ତାଙ୍କୁ ଜିଲ୍ଲା ଗସ୍ତକୁ ଗୋଟିଏ ଦିନ ସ୍ଥଗିତ ରଖିବାକୁ ପଡିଛି ।

'ଏହା ବେଙ୍ଗଲ ଅଟେ, ଉତ୍ତରପ୍ରଦେଶ ନୁହେଁ'
ନଅ ବିଜେପି ସାଂସଦଙ୍କ ଏକ ପ୍ରତିନିଧି ଦଳ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହି ଘଟଣା ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗ ସରକାରଙ୍କଠାରୁ ରିପୋର୍ଟ ମାଗିଛି । ମମତା ବାନାର୍ଜୀ କହିଛନ୍ତି ଯେ ସେ କାହାକୁ ବେଙ୍ଗଲକୁ ଆସିବାକୁ ଅଟକାଇବେ ନାହିଁ । ସେ କହିଛନ୍ତି, 'ଏହା ଉତ୍ତରପ୍ରଦେଶ ନୁହେଁ ବେଙ୍ଗଲ । ମୁଁ ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ ହାଥ୍ରାସକୁ ପଠାଇଥିଲି କିନ୍ତୁ ଆମକୁ ଏଣ୍ଟ୍ରି ଦିଆଯାଇନଥିଲା । କିନ୍ତୁ ଆମେ କାହାକୁ ଏଠାକୁ ଆସିବାରେ ଅଟକାଉ ନାହୁଁ ।"

କ'ଣ ଥିଲା ହିଂସାର କାରଣ?
କୁହାଯାଉଛି ଯେ ଏହି ଘଟଣା ସରକାରୀ ଦଳ ତୃଣମୂଳ କଂଗ୍ରେସର (TMC) ହତ୍ୟାର ପ୍ରତିଶୋଧ ସୁରୂପ ହୋଇଥିଲା । ମଙ୍ଗଳବାର ଦିନ ଆଡଭୋକେଟ ତରୁଣ ଜ୍ୟୋତି ତିୱାରୀ କହିଛନ୍ତି ଯେ ସେ ଏବଂ ବିଜେପିର ଆଡଭୋକେଟ ସେଲର ଅନ୍ୟ ନଅଜଣ ସଦସ୍ୟ ଡିଭିଜନ ବେଞ୍ଚ ପୂର୍ବରୁ ଏହି ଘଟଣାର ଉଲ୍ଲେଖ କରିବାକୁ ଆବେଦନ କରିବାକୁ ଅନୁମତି ମାଗିଛନ୍ତି ।

୧୧ ଜଣଙ୍କୁ ଗିରଫ କରାଯାଇଛି 
ପୋଲିସ୍ ମହାନିର୍ଦ୍ଦେଶକ ମନୋଜ ମାଲଭିଆଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଛି।  ଏଡିଜି ଜିଆନୱାଣ୍ଟ ସିଂଙ୍କ ନେତୃତ୍ୱରେ ରାଜ୍ୟ ସରକାର ମଧ୍ୟ ଏକ ସ୍ୱତନ୍ତ୍ର ଯାଞ୍ଚକାରୀ ଦଳ ଗଠନ କରିଛନ୍ତି । ବର୍ତ୍ତମାନ ସମଗ୍ର ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି ।

ଏହା ବି ପଢ଼ନ୍ତୁ: ଋଷ ସହିତ 'ବନ୍ଧୁତା' ଭାଙ୍ଗିବାକୁ ଭାରତ ଉପରେ ଚାପ, ଦିଲ୍ଲୀ ଆସିବେ ଚୀନ୍ ବୈଦେଶିକ ମନ୍ତ୍ରୀ