Janmashtmi: ଭଗବାନ ଶ୍ରୀକୃଷ୍ଣଙ୍କ ପୋଷାକ ନିର୍ମାଣରେ ନିୟୋଜିତ ଅଛନ୍ତି ୧୦ ହଜାର ମୁସଲିମ କାରିଗର
Advertisement

Janmashtmi: ଭଗବାନ ଶ୍ରୀକୃଷ୍ଣଙ୍କ ପୋଷାକ ନିର୍ମାଣରେ ନିୟୋଜିତ ଅଛନ୍ତି ୧୦ ହଜାର ମୁସଲିମ କାରିଗର

Lord Shri Krishna: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମଥୁରା-ବୃନ୍ଦାବନ ଅଞ୍ଚଳରେ ବସବାସ କରୁଥିବା ମୁସଲିମ ସମ୍ପ୍ରଦାୟର ହଜାର ହଜାର କାରିଗର ବର୍ଷ ବର୍ଷ ଧରି ଭଗବାନଙ୍କ ବସ୍ତ୍ରତିଆରି କରୁଛନ୍ତି। ଭଗବାନଙ୍କ ବସ୍ତ୍ର ତିଆରି କରିବାବେଳେ ମୁସଲମାନ କାରିଗର ଏହାର ପବିତ୍ରତା ଉପରେ ଧ୍ୟାନ ଦେଇଥାନ୍ତି।

Janmashtmi: ଭଗବାନ ଶ୍ରୀକୃଷ୍ଣଙ୍କ ପୋଷାକ ନିର୍ମାଣରେ ନିୟୋଜିତ ଅଛନ୍ତି ୧୦ ହଜାର ମୁସଲିମ କାରିଗର

Lord Shri Krishna: ସମଗ୍ର ଦେଶରେ ଜୋରସୋରରେ ଚାଲିଛି ଭଗବାନ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଜନ୍ମାଷ୍ଟମୀ ପାଳନ। ଜନ୍ମାଷ୍ଟମୀ ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ବସ୍ତ୍ର ଏବଂ ପ୍ରତିମା ବଜାରରେ ବିକ୍ରି ଆରମ୍ଭ କରିଛି। ଏହି ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ନଗରୀ ଭାବେ ପରିଚିତ ମଥୁରା-ବୃନ୍ଦାବନ ମନ୍ଦିରରେ ସାଜସଜ୍ଜା ସହିତ ଦୋକାନରେ ଜନ୍ମାଷ୍ଟମୀ ପାଳନ ଲାଗି ଆବଶ୍ୟକୀୟ ବିକ୍ରି ହେଉଛି। ଜନ୍ମାଷ୍ଟମୀ ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ବସ୍ତ୍ର ଏବଂ ପ୍ରତିମା କିଣିବା ପାଇଁ ଲୋକେ ବହୁ ଦୂରଦୂରାନ୍ତରୁ ଆସି ମଥୁରା-ବୃନ୍ଦାବନ ଠାରେ ଆସି ପହଞ୍ଚୁଛନ୍ତି। ଏହା ବ୍ୟତୀତ ଦେଶ ତଥା ବିଦେଶରୁ ଏଠାକାର ବସ୍ତ୍ର କାରିଗରଙ୍କ ପାଇଁ ଅର୍ଡର ମଧ୍ୟ ଆସୁଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମଥୁରା-ବୃନ୍ଦାବନ ଅଞ୍ଚଳରେ ବସବାସ କରୁଥିବା ମୁସଲିମ ସମ୍ପ୍ରଦାୟର ହଜାର ହଜାର କାରିଗର ବର୍ଷ ବର୍ଷ ଧରି ଭଗବାନଙ୍କ ବସ୍ତ୍ରତିଆରି କରୁଛନ୍ତି। ଭଗବାନଙ୍କ ବସ୍ତ୍ର ତିଆରି କରିବାବେଳେ ମୁସଲମାନ କାରିଗର ଏହାର ପବିତ୍ରତା ଉପରେ ଧ୍ୟାନ ଦେଇଥାନ୍ତି।

ବିଶ୍ୱାସ କରାଯାଏ ଯେ ଚଳିତ ବର୍ଷ ମଥୁରା-ବୃନ୍ଦାବନ (Mathura Vrindavan) ଅଞ୍ଚଳର କାରିଗରଙ୍କ ହାତରେ ଭଗବାନ ଶ୍ରୀକୃଷ୍ଣଙ୍କ (Lord Shri Krishna) ଲାଗି ତିଆରି ହେଉଥିବା ବସ୍ତ୍ର ବ୍ୟବସାୟ ୫୦୦ କୋଟି ଟଙ୍କାରେ ପହଞ୍ଚିପାରେ। ଯଦିଓ ଏହି ବ୍ୟବସାୟ ବର୍ଷସାରା ଚାଲିଥାଏ ହେଲେ ଜନ୍ମାଷ୍ଟମୀ (Janmashtmi) ପାଳନ ହେବାର ୨ ମାସ ପୂର୍ବରୁ ଏହି ବ୍ୟବସାୟର ଚାହିଦା ବହୁତ ବଢି ଯାଇଥାଏ। ବିଗତ ୨ ବର୍ଷ ଧରି କୋରୋନା ମହାମାରୀ ବସ୍ତ୍ର ବ୍ୟବସାୟ (Clothing Business) ପୂର୍ବ ଅପେକ୍ଷା ହ୍ରାସ ପାଇଥିଲା। ହେଲେ ଚଳିତ ବର୍ଷ ପୁଣି ଥରେ ଏହି ବ୍ୟବସାୟ ବୃଦ୍ଧି ପାଇଛି। 

ଭଗବାନ ଶ୍ରୀକୃଷ୍ଣଙ୍କ ଲାଗି ବସ୍ତ୍ର ତିଆରି କରିବା ପାଇଁ ବୃନ୍ଦାବନ ସହରରେ (Vrindavan City) ପ୍ରାୟ ୪୦ କାରଖାନା ରହିଛି। ଏହି କାରଖାନାରେ ପ୍ରାୟ ୧୦ ହଜାରରୁ ଅଧିକ ମୁସଲମାନ କାରିଗର (Muslim Craftsman) ଦିନରାତି ଭଗବାନ ଶ୍ରୀକୃଷ୍ଣଙ୍କ ବସ୍ତ୍ର (Clothes of Lord Krishna) ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ଜଣେ କାରିଗର କହିଛନ୍ତି ଯେ ବୃନ୍ଦାବନରେ (Vrindavan) ବସ୍ତ୍ର ନିର୍ମାଣ କରିବାର କାର୍ଯ୍ୟ ୫୦-୬୦ ବର୍ଷ ଧରି ଚାଲିଛି। ସେଠାରେ କେବଳ ଭଗବାନ ଶ୍ରୀକୃଷ୍ଣଙ୍କ ପୋଷାକ ନୁହେଁ ଅନ୍ୟ ସମସ୍ତ ଦେବାଦେବୀଙ୍କ ବସ୍ତ୍ର ମଧ୍ୟ ପ୍ରସ୍ତୁତ କରଯାଏ।

Also Read: Shocking News: ମୁସଲିମ ନାଁ ବ୍ୟବହାର କରି ଗର୍ବିତ ଏହି ଗ୍ରାମର ହିନ୍ଦୁ

ମଥୁରା-ବୃନ୍ଦାବନ ଅଞ୍ଚଳରେ ତିଆରି ହେଉଥିବା ବସ୍ତ୍ରର ଚାହିଦା ସମଗ୍ର ବିଶ୍ୱରେ ରହିଛି। ଏଠାରୁ ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଜାପାନ, ନେପାଳ, ଥାଇଲ୍ୟାଣ୍ଡ ଏବଂ ଇଣ୍ଡୋନେସିଆ ଭଳି ଦେଶରୁ କୋଟି ଟଙ୍କାର ମୂଲ୍ୟର ଅର୍ଡର ଆସିଥାଏ। ଭାରତ ସମେତ ପୃଥିବୀର ପ୍ରାୟ ୯୦ ପ୍ରତିଶତ ମନ୍ଦିରରେ ପୂଜା ପାଉଥିବା ଭଗବାନ ଏଠାରେ ପ୍ରସ୍ତୁତ ହେଉଥିବା ବସ୍ତ୍ର ପରିଧାନ କରିଥାନ୍ତି। ଏହା କୁହାଯାଇପାରେ ଯେ ଭଗବାନଙ୍କ ବସ୍ତ୍ର ନିର୍ମାଣ ହେଉଛି ଏଠାକାର ସବୁଠାରୁ ବଡ ବ୍ୟବସାୟ।