Maulana Raheem ullah Tariq: ଭାରତ ବିରୋଧୀ ଆନ୍ଦୋଳନର ମୁଖ୍ୟ ଆତଙ୍କବାଦୀ ରହିମୁଲ୍ଲା ତାରିକକୁ ହତ୍ୟା
Advertisement
Article Detail0/zeeodisha/odisha1957253

Maulana Raheem ullah Tariq: ଭାରତ ବିରୋଧୀ ଆନ୍ଦୋଳନର ମୁଖ୍ୟ ଆତଙ୍କବାଦୀ ରହିମୁଲ୍ଲା ତାରିକକୁ ହତ୍ୟା

ଏହାପୂର୍ବରୁ ମଇ ୬ରେ ପାକିସ୍ତାନର ଲାହୋରରେ ଖଲିସ୍ତାନ କମାଣ୍ଡୋ ଫୋର୍ସ ମୁଖ୍ୟ ପରମଜିତ ସିଂ ପଞ୍ଜୱାଡଙ୍କୁ ଅଜ୍ଞାତ ହତ୍ୟାକାରୀଙ୍କ ଦ୍ୱାରା ଗୁଳି କରି ହତ୍ୟା କରାଯାଇଥିଲା।

Maulana Raheem ullah Tariq: ଭାରତ ବିରୋଧୀ ଆନ୍ଦୋଳନର ମୁଖ୍ୟ ଆତଙ୍କବାଦୀ ରହିମୁଲ୍ଲା ତାରିକକୁ ହତ୍ୟା

Maulana Raheem ullah Tariq: ନୂଆଦିଲ୍ଲୀ: ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ମୌଲାନା ରହିମୁଲ୍ଲା ତାରିକକୁ ସର୍ବସାଧାରଣରେ ଗୁଳି କରି ହତ୍ୟା କରାଯାଇଛି। ଜଣେ ଅଜ୍ଞାତ ବ୍ୟକ୍ତି ତାକୁ ଗୁଳି କରି ହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି। ତେବେ ମୌଲାନା ରହିମୁଲ୍ଲା ତାରିକ ହେଉଛି ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରର ଅତି ନିକଟବର୍ତ୍ତୀ ସମ୍ପର୍କୀୟ ବୋଲି କୁହାଯାଉଛି। ତେବେ ମୌଲାନା ତାରିକ ହେଉଛି ଭାରତ ବିରୋଧୀ ଆନ୍ଦୋଳନର ମୁଖ୍ୟ ଭାବେ ସଂଗଠନ ପାଇଁ କାର୍ଯ୍ୟ କରୁଥିଲା। 

କୁହାଯାଉଛି ଯେ ଓରଙ୍ଗି ଟାଉନରେ ଭାରତ ବିରୋଧୀ ଏକ ରାଲି ଆୟୋଜନ କରାଯାଇଥିଲା। ଯେଉଁଥିରେ କରାଚି ଏବଂ ମୌଲାନା ରହୀମୁଲ୍ଲା ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ପୋଲିସର ବିବୃତ୍ତି ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ନାମ ମୋଲାନା ରହୀମୁଲ୍ଲା ତାରିକ ବୋଲି ଜଣାପଡିଛି। ସେ ଏକ ଧାର୍ମିକ ସଭାରେ ଯୋଗଦେବାକୁ ଯାଉଥିବାବେଳେ ଅଜ୍ଞାତ ଲୋକମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣା ଟାର୍ଗେଟରେ ହତ୍ୟା ମାମଲା ପରି ଦେଖାଯାଉଛି।

ତେବେ ପାକିସ୍ତାନରେ ଏବେ ହେଉଥିବା ଏନକାଉଣ୍ଟର ପାକ ଆତଙ୍କବାଦୀଙ୍କ ନିଦ ହଜାଇ ଦେଇଛି। ଗତ ମାସରେ ପାକିସ୍ତାନରେ ଭାରତର ଆଉ ଜଣେ ଚାହୁଁଥିବା ଆତଙ୍କବାଦୀ ସହିଦ ଲତିଫଙ୍କୁ ହତ୍ୟା କରାଯାଇଥିଲା। ସିଆଲକୋଟରେ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ଲତିଫଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ୨୦୧୬ରେ ପଠାନକୋଟ ବାୟୁସେନା ଷ୍ଟେସନ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଲତିଫ। ଷ୍ଟେସନ ଉପରେ ଆକ୍ରମଣ କରିଥିବା ଚାରି ଆତଙ୍କବାଦୀଙ୍କୁ ସେ ପାକିସ୍ତାନରୁ ନିର୍ଦ୍ଦେଶ ଦେଉଥିଲେ। 

ଏହାପୂର୍ବରୁ ମଇ ୬ରେ ପାକିସ୍ତାନର ଲାହୋରରେ ଖଲିସ୍ତାନ କମାଣ୍ଡୋ ଫୋର୍ସ ମୁଖ୍ୟ ପରମଜିତ ସିଂ ପଞ୍ଜୱାଡଙ୍କୁ ଅଜ୍ଞାତ ହତ୍ୟାକାରୀଙ୍କ ଦ୍ୱାରା ଗୁଳି କରି ହତ୍ୟା କରାଯାଇଥିଲା।