Australia vs India Test: କୋରୋନା ସଙ୍କଟ ବେଳେ MCG ଦେଲା ଖୁସି ଖବର
Advertisement

Australia vs India Test: କୋରୋନା ସଙ୍କଟ ବେଳେ MCG ଦେଲା ଖୁସି ଖବର

ଆଡିଲେଡରେ କୋରୋନା ସଂକ୍ରମଣ ବିସ୍ଫୋରକ ସ୍ଥିତିରେ ପହଞ୍ଚିଲାଣି। ଆଉ ଏହାକୁ ଦେଖି କେଉଁଠି ଅଷ୍ଟ୍ରେଲିଆ ବନାମ ଭାରତ ଟେଷ୍ଟ ମ୍ୟାଚ ଆୟୋଜନ ହେବ ତାହାକୁ ନେଇ ଚିନ୍ତାରେ ପଡିଛି କ୍ରିକେଟ ଅଷ୍ଟ୍ରେଲିଆ। ଆଉ ଏହି ସମୟରେ  ମେଲବର୍ଣ୍ଣରେ ପ୍ରଥମ ଟେଷ୍ଟ ଆୟୋଜନ କରିବାକୁ ପ୍ରସ୍ତାବ ମିଳିଛି।

ଫାଇଲ ଫଟୋ

ମେଲବର୍ଣ୍ଣ:  ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜକୁ ଆଉ ମାତ୍ର ମାସେ। ଏତିକି ବେଳେ ଆୟୋଜନ ଅଷ୍ଟ୍ରେଲିଆ ଉପରେ ପଡିଛି କୋରୋନା ଚଡକ। ଦକ୍ଷିଣ ଅଷ୍ଟ୍ରେଲିଆରେ ଏବେ କୋରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲୁଛି। ଯାହାକୁ ଦେଖି ଆଡିଲେଡରେ କିପିରି ପ୍ରଥମ ଟେଷ୍ଟ ଖାଳାଯିବ ବୋଲି କଙ୍ଗାରୁ ଦଳ ଚିନ୍ତାରେ ପଡିଛି। ସେପଟେ ଉଦଘାଟନି ମ୍ୟାଚକୁ ମେଲରବର୍ଣ୍ଣରେ ଖେଳାଯାଉ ବୋଲି MCG ପ୍ରସ୍ତାବ ଦେଇଛି।

ଆଡିଲେଡରେ ପ୍ରଥମ ଏବଂ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (MCG)ରେ ଦ୍ୱିତୀୟ ଟେଷ୍ଟ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ  ଏକ ନୂତନ କୋରୋନା ଲହରୀ ବହୁ ପ୍ରତୀକ୍ଷିତ ଅଷ୍ଟ୍ରେଲିଆ ବନାମ ଭାରତ ସିରିଜର ପ୍ରଥମ ଟେଷ୍ଟକୁ ସଙ୍କରେ ପକାଇଛି। ଡିସେମ୍ବର ୧୭ରେ ଆଡିଲେଡରେ ପ୍ରଥମ ଟେଷ୍ଟ ଖେଳାଯିବାର ଅଛି। କିନ୍ତୁ କୋରୋନା ସବୁ ଗଡବଡ କରି ଦେଇଛି।

ସେପଟେ ସଙ୍କଟମୋଚନ ଭାବେ ଉଭା ହୋଇଛି MCG।  ପ୍ରଥମ ଟେଷ୍ଟ ମେଲବର୍ଣ୍ଣରେ ଆୟୋଜନ କରିବାକୁ MCG ମୁଖ୍ୟ ଷ୍ଟୁଆର୍ଟ ଫକ୍ସ ପ୍ରସ୍ତାବ ଦେଇଛନ୍ତି। ଯଦି କୋରୋନା ପାଇଁ ଆଡିଲେଡ୍ ଆୟୋଜନ କରିବାରେ ବିଫଳ ହୁଏ, ତେବେ ମ୍ୟାଚ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଆୟୋଜନ କରାଯାଇ ପାରିବ ବୋଲି ଷ୍ଟୁଆର୍ଟ କହିଛନ୍ତି।

ଯଦି ଏପରି ହୁଏ ତାହେଲେ, ପ୍ରଥମ ୨ଟି ଟେଷ୍ଟ ମେଲବର୍ଣ୍ଣରେ ଖେଳାଯିବ। ପ୍ରଥମଟି ଡିସେମ୍ବର ୧୭ରେ ଆରମ୍ଭ ହେବାକୁ ଥିବା ବେଳେ ଦ୍ୱିତୀୟଟି ଡିସେମ୍ବର ୨୬ରେ ଖେଳାଯିବ। ସେପଟେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ ମଧ୍ୟ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଛି। ଏପରି ସ୍ଥଳରେ କେଉଁଠି ପ୍ରଥମ ଟେଷ୍ଟ ଆୟୋଜନ ହେବ ତାହା ସ୍ପଷ୍ଟ ହୋଇପାରୁ ନାହିଁ।

ସେପଟେ ମଙ୍ଗଳବାର ଅଷ୍ଟ୍ରେଲିଆ ଟେଷ୍ଟ ଦଳର ଅନେକ ସଦସ୍ୟଙ୍କୁ ଦକ୍ଷିଣ ଅଷ୍ଟ୍ରେଲିଆରୁ ନ୍ୟୁସାଉଥ ୱେଲ୍ସକୁ ଅଣାଜାଇଛି। କ୍ରିକେଟ୍ ଅଷ୍ଟ୍ରେଲିଆ (CA) ଦ୍ୱାରା ଏକ ଚାର୍ଟାର୍ଡ ​​ବିମାନରେ ଉଡ଼ାଣ ଭରିଥିବା ଏହି ଖେଳାଳିଙ୍କ ମଧ୍ୟରେ ଟେଷ୍ଟ ଅଧିନାୟକ ଟିମ୍ ପାଏନ୍ ଅଛନ୍ତି। ମାର୍ନୁସ୍ ଲାବୁସାଗ୍ନେ, ମାଥ୍ୟୁ ୱେଡ୍ ଏବଂ ଟ୍ରାଭିସ୍ ହେଡ୍ ଭଳି ଟି ୨୦ ପ୍ଲେୟାର୍ସ ବି ଥିଲେ।