Medicine Price: ଏହି ଗୁରୁତର ରୋଗର ଔଷଧ ମୂଲ୍ୟ କମ୍ କରିବାକୁ ଯାଉଛନ୍ତି ମୋଦି ସରକାର
Advertisement

Medicine Price: ଏହି ଗୁରୁତର ରୋଗର ଔଷଧ ମୂଲ୍ୟ କମ୍ କରିବାକୁ ଯାଉଛନ୍ତି ମୋଦି ସରକାର

Medicine Price: ଅଗଷ୍ଟ ୧୫ ରେ କେନ୍ଦ୍ର ସରକାର ଗୁରୁତର ରୋଗର ଚିକିତ୍ସାରେ ବ୍ୟବହୃତ ସମସ୍ତ ଔଷଧର ମୂଲ୍ୟ ହ୍ରାସ କରିପାରନ୍ତି ।

ସୌ: ସୋସିଆଲ ମିଡିଆ

Medicine Price: କେନ୍ଦ୍ର ସରକାର (Central Government) ଉନ୍ନତ ତଥା ସୁଲଭ ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇବା ପାଇଁ ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ୧୫  ଅଗଷ୍ଟରେ, ସରକାର ଗୁରୁତର ରୋଗର (Serious Diseases) ଚିକିତ୍ସାରେ ବ୍ୟବହୃତ ସମସ୍ତ ଔଷଧର ମୂଲ୍ୟ ହ୍ରାସ କରିପାରନ୍ତି । କ୍ୟାନସର (Cancer) ରୁ ନେଇ ହାର୍ଟ ରୋଗ (Heart Disease) ପ୍ରର୍ଯ୍ୟନ୍ତ ଏଥିମଧ୍ୟରେ ଅନ୍ୟାନ୍ୟ ଗମ୍ଭୀର ରୋଗ ପାଇଁ ଔଷଧ (Medicine) ଅନ୍ତର୍ଭୁକ୍ତ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ସାଧାରଣ ଜନତାଙ୍କୁ ଆରାମ ମିଳିବ ।

ବାସ୍ତବରେ କେନ୍ଦ୍ର ସରକାର କିଛି ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ଏହି ଯୋଜନା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯଦି ସରକାରଙ୍କ ପ୍ରସ୍ତୁତ ପ୍ରସ୍ତାବକୁ ଅନୁମୋଦନ କରାଯାଏ, ତେବେ ଗୁରୁତର ରୋଗରେ ବ୍ୟବହୃତ ଔଷଧର ମୂଲ୍ୟ ୭୦ ପ୍ରତିଶତ ହ୍ରାସ ହୋଇପାରେ । ଶେଷ ଥର ପାଇଁ ଏହା ୨୦୧୫ ରେ ଏକ ପରିବର୍ତ୍ତନ କରାଯାଇଥିଲା । ଏଥିରେ ଔଷଧ ଅନ୍ତର୍ଭୂକ୍ତ ହେବ ଯାହାକି ବ୍ୟାପକ ପରିମାଣରେ ବ୍ୟବହୃତ ହେଉଛି । ଏହା ସହିତ, ଏପରି ଔଷଧର ହାଇ ମାର୍ଜିନ୍ ଉପରେ ଏକ କ୍ୟାପ୍ ବିଚାର କରାଯାଏ, ଯାହା ରୋଗୀମାନେ ଦୀର୍ଘ ସମୟ ଧରି ବ୍ୟବହାର କରନ୍ତି ।

କୁହାଯାଉଛି ଯେ ଉଚ୍ଚ ବାଣିଜ୍ୟ ମାର୍ଜିନ (High Trade Margin) ହ୍ରାସ କରିବାକୁ ମଧ୍ୟ ସରକାର ବିଚାର କରୁଛନ୍ତି । ଗତ ଶୁକ୍ରବାର ଦିନ ଅର୍ଥାତ ଜୁଲାଇ ୨୨ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ (Mansukh Mandaviya) ଅନେକ ଫାର୍ମା କମ୍ପାନୀର (Pharma Companies) ପ୍ରତିନିଧୀଙ୍କ ସହ ଏକ ବୈଠକ କରିଥିଲେ । ଏହି ସମୟରେ ଅନ୍ତିମ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

ସୂଚନାନୁସାରେ, ଅନେକ ଔଷଧ ଉପରେ ଟ୍ରେଡ଼ ମାର୍ଜିନ ୧୦୦୦ ପ୍ରତିଶତରୁ ଅଧିକ ଅଟେ । ବର୍ତ୍ତମାନ, ଡ୍ରଗ୍ ରେଗୁଲେଟର NPPA ୩୫୫ ଔଷଧର ମୂଲ୍ୟ ଉପରେ ଏକ କ୍ୟାପ୍ ରଖିଛି । ଏହି ଔଷଧଗୁଡିକ NLEM ରେ ଅନ୍ତର୍ଭୁକ୍ତ । ଏହି ଔଷଧଗୁଡିକର ବାଣିଜ୍ୟ ମାର୍ଜିନ ହୋଲସେଲରଙ୍କ ପାଇଁ ୮ ପ୍ରତିଶତ ଓ ଖୁଚୁରା ବ୍ୟବସାୟୀମାନଙ୍କ ପାଇଁ ୧୬ ପ୍ରତିଶତ ଅଟେ ।

ଏହା ବି ପଢ଼ନ୍ତୁ: ଅସୁରକ୍ଷିତ ମନେ କରୁଛନ୍ତି କି ବିରାଟ? ଦେଶବାସୀଙ୍କୁ ଲଲିପପ୍ ଦେବାର ପ୍ରୟାସ!

ଏହା ବି ପଢ଼ନ୍ତୁ: LoC ଉପରେ ପାକିସ୍ତାନ ସେନା ପାଇଁ ବଙ୍କର ନିର୍ମାଣ କରୁଛି ଚୀନ୍, ସୁରକ୍ଷା ଏଜେନ୍ସି କଲା ଆଲର୍ଟ