Microsoft ସିଇଓ ସତ୍ୟ ନାଡେଲାଙ୍କ ୨୬ ବର୍ଷୀୟ ପୁଅର ମୃତ୍ୟୁ, ଜାଣନ୍ତୁ ହୃଦୟବିଦାରକ କାରଣ
Advertisement
Article Detail0/zeeodisha/odisha1111815

Microsoft ସିଇଓ ସତ୍ୟ ନାଡେଲାଙ୍କ ୨୬ ବର୍ଷୀୟ ପୁଅର ମୃତ୍ୟୁ, ଜାଣନ୍ତୁ ହୃଦୟବିଦାରକ କାରଣ

ପୁରା ବିଶ୍ୱରେ ଏକ ହଜାର ଜନ୍ମିତ ଶିଶୁଙ୍କ ମଧ୍ୟରୁ ମାତ୍ର ୧ ରୁ ୪ ଜଣ ଶିଶୁଙ୍କ ଭିତରେ ଏହି ବିରଳ ରୋଗ ଦେଖାଦେଇଥାଏ। ତେବେ ଭାରତରେ ପ୍ରତିବର୍ଷ ଏକ ମିଲିୟନରୁ ଅଧିକ କେସ୍ ସାମ୍ନାକୁ ଆସିଥାଏ। 

Microsoft ସିଇଓ ସତ୍ୟ ନାଡେଲାଙ୍କ ୨୬ ବର୍ଷୀୟ ପୁଅର ମୃତ୍ୟୁ, ଜାଣନ୍ତୁ ହୃଦୟବିଦାରକ କାରଣ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲାଙ୍କ ପୁଅ ଜୈନ ନାଡେଲାଙ୍କ ଆଜି ଦେହାନ୍ତ ହୋଇଛି। ଜୈନ ସେରେବ୍ରଲ ପାଲ୍ସି ଭଳି ଦୂରାରୋଗ୍ୟରେ ପୀଡିତ ଥିଲେ । ଜୈନ ନାଡେଲା ଜନ୍ମରୁ ହିଁ ସେରେବ୍ରଲ ପାଲ୍ସି ରୋଗରେ ପୀଡିତ ଥିଲେ । ଯାହାଫଳରେ ତାଙ୍କର ଆଜି ମୃତ୍ୟୁ ହୋଇଛି। ଜୈନ ନାଡେଲାଙ୍କୁ ୨୬ ବର୍ଷ ହୋଇଥିଲା। ମାଇକ୍ରୋସଫ୍ଟ କମ୍ପାନୀ ନିଜ ଏକଜିକ୍ୟୁଟିଭ୍ ଷ୍ଟାଫଙ୍କୁ ଏକ ମେଲ ଜରିଆରେ ଏହି ସୂଚନା ଦେଇଛି।

କଣ ଏହି ସେରେବ୍ରଲ ପାଲ୍ସି. ଡିଜିଜ୍...
ପୁରା ବିଶ୍ୱରେ ଏକ ହଜାର ଜନ୍ମିତ ଶିଶୁଙ୍କ ମଧ୍ୟରୁ ମାତ୍ର ୧ ରୁ ୪ ଜଣ ଶିଶୁଙ୍କ ଭିତରେ ଏହି ବିରଳ ରୋଗ ଦେଖାଦେଇଥାଏ। ତେବେ ଭାରତରେ ପ୍ରତିବର୍ଷ ଏକ ମିଲିୟନରୁ ଅଧିକ କେସ୍ ସାମ୍ନାକୁ ଆସିଥାଏ। 

ସେରେବ୍ରଲ ପାଲ୍ସି (Cerebral palsy)ର ମାନେ କଣ...

ସେରେବ୍ରଲ- ମସ୍ତିଷ୍କ ସହିତ ସମ୍ବନ୍ଧ
ପାଲ୍ସି-ଶରୀରରେ ଦେଖାଦେଉଥିବା ଦୁର୍ବଳତା ଓ ସମସ୍ୟା 

ଅର୍ଥାତ୍ ମସ୍ତିଷ୍କରେ କିଛି ସମସ୍ୟା ହେତୁ ଶରୀରରେ ସମସ୍ୟା ଦେଖାଦେବା। କିଛି ଶିଶୁଙ୍କ ଜନ୍ମ ସମୟରେ ବା ଜନ୍ମ ପୂର୍ବରୁ ହିଁ ମସ୍ତିଷ୍କରେ ଆବନରମାଲ ଡେଭଲଭମେଣ୍ଟ ଦେଖାଦେଇଥାଏ। ଯାହା ଫଳରେ ସେହି ଶିଶୁଙ୍କୁ ଭବିଷ୍ୟତରେ ଶରୀରରେ ସମସ୍ୟା ଦେଖାଦେଇଥାଏ। ଯାହାଫଳରେ କାନ୍ଧ, ଗୋଡ ଏ ସବୁରେ ନିୟନ୍ତ୍ରଣ ରହିନଥାଏ। ସେରେବ୍ରଲ ପାଲ୍ସି ପୁରା ଶରୀରକୁ କ୍ଷତି ପହଞ୍ଚାଇଥାଏ ନହେଲେ ଶରୀରର କିଛି ଅଙ୍ଗକୁ ପ୍ରଭାବିତ କରିଥାଏ। 

ସତ୍ୟ ନାଡେଲା ୨୦୧୪ ରୁ ମାଇକ୍ରୋସଫ୍ଟ (Microsoft Ceo) ର ସିଇଓ ଅଛନ୍ତି । ସେ ଅନେକ ଥର କହିଛନ୍ତି ଯେ, ତାଙ୍କ କ୍ୟାରିଅରରେ ତାଙ୍କ ପୁଅ ଜୈନ (Zain Nadella) ର ଅନେକ ଅବଦାନ ରହିଛି। ସେ ଥରେ କହିଥିଲେ, ଜୈନ ଜନ୍ମ ହେବା ପରେ ମୋ ପାଇଁ ସବୁକିଛି ବଦଳିବାକୁ ଲାଗିଥିଲା। ତାଙ୍କର ଜନ୍ମ ସବୁକିଛି ଉପରେ ପ୍ରଭାବ ପକାଇଥିଲା । ମୁଁ କିପରି ଭାବୁଛି, ମୁଁ କିପରି ନେତୃତ୍ୱ ନେଉଛି ଏବଂ ମୁଁ କିପରି ଲୋକଙ୍କ ସହ ଜଡିତ ଅଛି ଏସବୁ ଜୈନର ଜନ୍ମ ପରେ ବଦଳିଯାଇଛି। 

ଜୈନ ନାଡେଲାଙ୍କ ଚିକିତ୍ସା ଚିଲଡ୍ରେନ ହସ୍ପିଟାଲରେ ହେଉଥିଲା। ଜୈନଙ୍କ ମୃତ୍ୟୁ ପରେ ଡାକ୍ତରଖାନାର ସିଇଓ (Hospital Ceo) ଜେଫ ସ୍ପାରିଙ୍ଗ ବୋର୍ଡକୁ ଏକ ବାର୍ତ୍ତାରେ କହିଛନ୍ତି ଯେ ତାଙ୍କ ସଙ୍ଗୀତ ପସନ୍ଦ ପାଇଁ ଜୈନଙ୍କୁ ସ୍ମରଣ କରାଯିବ। ତାଙ୍କର ଚମତ୍କାର ହସ ତାଙ୍କୁ ଭଲ ପାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଖୁସି ଆଣିଦେଇଥିଲା । ସମସ୍ତ ଶୋକସନ୍ତପ୍ତ ପରିବାର ପାଇଁ ପ୍ରାର୍ଥନା କରିବା ଏବଂ ସେମାନଙ୍କୁ ଏଭଳି କଠିନ ମୂହୁର୍ତ୍ତରୁ ବାହାରିବା ପାଇଁ ପ୍ରାଇଭେସି ଏବଂ କିଛି ସମୟ ଦେବା ପାଇଁ କମ୍ପାନୀ କର୍ମଚାରୀଙ୍କୁ ଏକ ଇମେଲରେ କହିଛି।

Also Read: ଜାଣିଛନ୍ତି କି ଭଗବାନ ଶିବଙ୍କୁ କାହିଁକି ପସନ୍ଦ ଭସ୍ମ ପାଉଁଶ

Also Read: ଗର୍ଭାବସ୍ଥାରେ ଛାଡ଼ପତ୍ରକୁ ନେଇ ଆସିଲା ବଡ଼ ଅପଡେଟ୍