'ଘରକୁ ପହଞ୍ଚି ପାରୁନାହାଁନ୍ତି ପ୍ରବାସୀ ଶ୍ରମିକ, ଆଉ ଘରୋଇ କ୍ଷେତ୍ର ପାଇଁ ମହାକାଶ ଯାତ୍ରାର ମାର୍ଗ ଖୋଲୁଛନ୍ତି ଅର୍ଥ ମନ୍ତ୍ରୀ'
Advertisement

'ଘରକୁ ପହଞ୍ଚି ପାରୁନାହାଁନ୍ତି ପ୍ରବାସୀ ଶ୍ରମିକ, ଆଉ ଘରୋଇ କ୍ଷେତ୍ର ପାଇଁ ମହାକାଶ ଯାତ୍ରାର ମାର୍ଗ ଖୋଲୁଛନ୍ତି ଅର୍ଥ ମନ୍ତ୍ରୀ'

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ କହିଛନ୍ତି ଯେ, ଆଶା କରିବା ଉଚିତ ଯେ କୋଭିଡ-19 କାରଣରୁ ଆର୍ଥିକ ତଥା ସାମାଜିକ ସଙ୍କଟ ଦେଇ ଗତି କରୁଥିବା ରାଜ୍ୟମାନଙ୍କୁ ଆସନ୍ତା ୬ ମାସ ପାଇଁ ଅତି କମରେ କିଛି ଅର୍ଥ ପ୍ରଦାନ କରାଯିବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଦେଶରେ କୋରୋନା ସଙ୍କଟ ଜାରି ରହିଛି । ଏହି ସମୟରେ ଅର୍ଥନୀତିରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ୨୦ ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣା କରିଥିଲେ । ଯାହା ଉପରେ ଶନିବାର ଚତୁର୍ଥ ରାଉଣ୍ଡରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ପ୍ୟାକେଜରେ ଥିବା ବିଭିନ୍ନ ଯୋଜନା ବିଷୟରେ ଘୋଷଣା କରିଛନ୍ତି ।  ଏହା ଉପରେ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଜୟରାମ ରମେଶଙ୍କ  ତୀବ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ପ୍ରବାସୀମାନେ ନିରାପଦରେ ନିଜ ଘରେ ପହଂଚି ପାରୁନାହାଁନ୍ତି ଓ  ଅର୍ଥମନ୍ତ୍ରୀ ଘରୋଇ କ୍ଷେତ୍ରକୁ ଅନ୍ୟ ଗ୍ରହ ଅନୁସନ୍ଧାନ ତଥା ବାହ୍ୟ ମହାକାଶକୁ ଯାତ୍ରା କରିବା ପାଇଁ ରାସ୍ତା ଖୋଲିବାର କଥା କହୁଛନ୍ତି ।

ଅର୍ଥମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଜୟରାମ ରମେଶ ତୁରନ୍ତ ଅନେକ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି, "ଆଜି କରାଯାଇଥିବା ଘୋଷଣାରେ ଏହା ସ୍ପଷ୍ଟ ହୋଇଛି ଯେ ଏହାର ସର୍ବାଧିକ ଲାଭ ଗୋଟିଏ କମ୍ପାନୀକୁ ମିଳିବ । ବିଦ୍ୟୁତ୍ ବ୍ୟବହାର ସ୍ଥିର କିମ୍ବା ହ୍ରାସ ପାଉଛି, କିନ୍ତୁ ଅର୍ଥମନ୍ତ୍ରୀ ଆଣବିକ ଶକ୍ତିକୁ ଘରୋଇ କ୍ଷେତ୍ର ପାଇଁ ଖୋଲିବାକୁ ଚାହୁଁଛନ୍ତି ।"

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ କହିଛନ୍ତି ଯେ, ଆଶା କରିବା ଉଚିତ ଯେ କୋଭିଡ-19 କାରଣରୁ ଆର୍ଥିକ ତଥା ସାମାଜିକ ସଙ୍କଟ ଦେଇ ଗତି କରୁଥିବା ରାଜ୍ୟମାନଙ୍କୁ ଆସନ୍ତା ୬ ମାସ ପାଇଁ ଅତି କମରେ କିଛି ଅର୍ଥ ପ୍ରଦାନ କରାଯିବ ।