ମଣିପୁରରେ ଆତଙ୍କବାଦୀ ଆକ୍ରମଣ, ଜଣେ ମହିଳାଙ୍କ ମୃତ୍ୟୁ, ୪ ଆହତ
Advertisement
Article Detail0/zeeodisha/odisha2410289

ମଣିପୁରରେ ଆତଙ୍କବାଦୀ ଆକ୍ରମଣ, ଜଣେ ମହିଳାଙ୍କ ମୃତ୍ୟୁ, ୪ ଆହତ

Manipur Attack: ପୋଲିସ କହିଛି ଯେ, ଏହି ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ଆଠ ବର୍ଷର ଝିଅ ଏବଂ ଜଣେ ପୋଲିସ କର୍ମଚାରୀଙ୍କ ସମେତ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ଗାଁରେ ଆତଙ୍କବାଦୀଙ୍କ ହଠାତ୍ ଆକ୍ରମଣ କାରଣରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । 

ମଣିପୁରରେ ଆତଙ୍କବାଦୀ ଆକ୍ରମଣ, ଜଣେ ମହିଳାଙ୍କ ମୃତ୍ୟୁ, ୪ ଆହତ

Manipur Attack: କିଛି ଦିନର ନିରବତା ପରେ ପୁଣି ଅଶାନ୍ତ ହୋଇଛି ମଣିପୁର । ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଏଥିସହ ୪ ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀ ପାହାଡର ଉପରମୁଣ୍ଡରୁ କୋଟ୍ରୁକ୍ ଉପତ୍ୟକା ଏବଂ ପଡୋଶୀ କାଦଙ୍ଗବନ୍ଦ ଉପତ୍ୟକା ପର୍ଯ୍ୟନ୍ତ ଆଖିବୁଜା ଗୁଳି ବିନିମୟ କରିବା ସହ ବୋମା ବିସ୍ଫୋରଣ କରିଥିଲେ ।

ପୋଲିସ କହିଛି ଯେ, ଏହି ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ଆଠ ବର୍ଷର ଝିଅ ଏବଂ ଜଣେ ପୋଲିସ କର୍ମଚାରୀଙ୍କ ସମେତ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ଗାଁରେ ଆତଙ୍କବାଦୀଙ୍କ ହଠାତ୍ ଆକ୍ରମଣ କାରଣରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ଫଳରେ ଅନେକ ଲୋକ ଗାଁ ଛାଡି ସୁରକ୍ଷିତ ସ୍ଥାନକୁ ନିଜ ପରିବାର ସହ ଚାଲିଯିବାକୁ ବାଧ୍ୟ ହୋଇଥିଲେ। ମୃତ ୩୧ ବର୍ଷିୟା ମହିଳାଙ୍କ ନାମ ନାଙ୍ଗବମ୍ ସୁରବାଳା ଦେବୀ ବୋଲି ଜଣା ପଡିଛି । ବର୍ତ୍ତମାନ ସୁରବାଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ଆଞ୍ଚଳିକ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (RIMS) କୁ ନିଆଯାଇଛି।

ସୁରବାଲାଙ୍କ ଝିଅ ଏବଂ ପୋଲିସ ଅଧିକାରୀଙ୍କୁ RIMS ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଅନ୍ୟ ଦୁଇଜଣଙ୍କ ଉତ୍ତମ ଚିକିତ୍ସା ପାଇଁ ରାଜ ମେଡିସିଟିରେ ଭର୍ତ୍ତି କରାଯାଇଛି । ଆହତ ହୋଇଥିବା ସମସ୍ତ ଲୋକ ଗୁଳି ବିନିମୟ ସମୟରେ ନିଜ ଘରେ ଉପସ୍ଥିତ ଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ଉକ୍ତ ଅଞ୍ଚଳରେ ରାଜ୍ୟ ତଥା କେନ୍ଦ୍ରୀୟ ୟୁନିଟ୍ ସମେତ ସୁରକ୍ଷା ବାହିନୀ ନିୟୋଜିତ ହୋଇଥିବା ପୋଲିସ ସୁତ୍ରରୁ ସୂଚନା ମିଳିଛି ।

Also Read- Paris Paralympics: ଭାରତୀୟ ପଦକ ବିଜେତାଙ୍କ ସହ କଥା ହୋଇ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Also Read- ସେପ୍ଟେମ୍ବର ୧୩ ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର "ଆଭା"