Paris Paralympics: ଭାରତୀୟ ପଦକ ବିଜେତାଙ୍କ ସହ କଥା ହୋଇ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
Advertisement
Article Detail0/zeeodisha/odisha2410269

Paris Paralympics: ଭାରତୀୟ ପଦକ ବିଜେତାଙ୍କ ସହ କଥା ହୋଇ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Paris Paralympics: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ, ଆପଣମାନଙ୍କ ପ୍ରଦର୍ଶନ ଦେଶକୁ ଗର୍ବିତ କରିଛି । ପ୍ରଧାନମନ୍ତ୍ରୀ ଅବନୀ ଲେଖରାଙ୍କୁ ତାଙ୍କର ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଅବନୀ ଅନ୍ୟ ଏକ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା କାରଣରୁ ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ ବାର୍ତ୍ତାଳାପ କରିପାରିନଥିଲେ ।

Paris Paralympics: ଭାରତୀୟ ପଦକ ବିଜେତାଙ୍କ ସହ କଥା ହୋଇ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Paris Paralympics: ପ୍ୟାରିସ୍ ପାରାଲିମ୍ପିକ୍ସରେ ପଦକ ଜିତିଥିବା ଭାରତୀୟ ଖେଳାଳିଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରବିବାର ଏହି ବାର୍ତ୍ତାଳାପରେ ସମସ୍ତ ଖେଳାଳିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ  । ଆଜି ପ୍ରଧାନମନ୍ତ୍ରୀ ମୋନା ଅଗ୍ରୱାଲ, ପ୍ରୀତି ପାଲ, ମନୀଷ ନରବାଲ୍ ଏବଂ ରୁବିନାଙ୍କ ସହ ଫୋନରେ କଥା ହୋଇଥିଲେ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ, ଆପଣମାନଙ୍କ ପ୍ରଦର୍ଶନ ଦେଶକୁ ଗର୍ବିତ କରିଛି । ପ୍ରଧାନମନ୍ତ୍ରୀ ଅବନୀ ଲେଖରାଙ୍କୁ ତାଙ୍କର ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଅବନୀ ଅନ୍ୟ ଏକ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା କାରଣରୁ ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ ବାର୍ତ୍ତାଳାପ କରିପାରିନଥିଲେ ।

ମନୀଷଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ ପଚାରିଥିଲେ ଯେ, ମନୀଷ ଆପଣ କେମିତି ଅଛନ୍ତି ? ଉତ୍ତରରେ ମନୀଷ କହିଥିଲେ ଯେ, ସାର୍ ଏଠାରେ ପାଣିପାଗ ବହୁତ ଭଲ ଏବଂ ଭାରତୀୟ ଶୁଟରମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଗତ ଥର ଅପେକ୍ଷା ଚଳିତ ବର୍ଷ ଆମେ ଅଧିକ ପଦକ ହାସଲ କରିବୁ । ଆମ ଟିମରେ ବର୍ତ୍ତମାନ ଖୁସିର ବାତାବରଣ ରହିଛି । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ରୁବିନା ଫ୍ରାନ୍ସିସଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ରୁବିନା କହିଥିଲେ, 'ସାର୍, ଆମେ ସମସ୍ତେ ଏଠି ଭଲ ଅଛୁ । ଗତ ଥର ମୁଁ ସପ୍ତମ ସ୍ଥାନରେ ଥିଲି ଏବଂ ଏଥର ମୁଁ ବ୍ରୋଞ୍ଜ ପାଇବାରେ ସଫଳ ହୋଇଛି । ଏଥିପାଇଁ ମୁଁ ବହୁତ ଗର୍ବିତ ଅନୁଭବ କରୁଛି । ପ୍ରଧାନମନ୍ତ୍ରୀ ରୁବିନାଙ୍କ ଆଗାମି ଯାତ୍ରା ପାଇଁ ଶୁଭକାମନା ଜଣାଇବା ସହ ସେଠାରେ ଥିବା ଅନ୍ୟ ଭାରତୀୟ ଖେଳାଳିଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ । ସୂଚନାଯୋଗ୍ୟ, ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ସ୍ୱର୍ଣ୍ଣ ପଦକ ସହିତ ମୋଟ ପାଞ୍ଚଟି ପଦକ ଜିତିଛି । 

Also Read- ସେପ୍ଟେମ୍ବର ୧୩ ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର "ଆଭା"

Also Read- Shukra Gochar 2024: ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ, କାଲିଠୁ ବଦଳିବ ୩ ରାଶିର ଭାଗ୍ୟ