Lumpy Skin Virus Impact: ଦେଶରେ ଦେଖାଦେଲାଣି ବଡ଼ ସଂକଟ, ଦିନକରେ ୪ ଲକ୍ଷ ଲିଟର ଦୁଗ୍ଧ ସଂକଟ
Advertisement
Article Detail0/zeeodisha/odisha1350114

Lumpy Skin Virus Impact: ଦେଶରେ ଦେଖାଦେଲାଣି ବଡ଼ ସଂକଟ, ଦିନକରେ ୪ ଲକ୍ଷ ଲିଟର ଦୁଗ୍ଧ ସଂକଟ

Lumpy Skin Virus Impact: ରାଜସ୍ଥାନର ବୃହତ୍ତମ ଡେରୀ ହାଉସ ସାରସ କ୍ଷୀରକୁ ଲିଟର ପିଛା ୨ ଟଙ୍କା ଖର୍ଚ୍ଚ କରିଛି। ଘିଅ ଉତ୍ପାଦନ ମଧ୍ୟ ହ୍ରାସ ପାଇଛି। ପ୍ରତ୍ୟେକ ଗାଁରେ ଲୁମ୍ପି ଠାରୁ ପ୍ରତ୍ୟେକ ଘରେ ଗାଈ ମରିଯାଉଛନ୍ତି। 

Lumpy Skin Virus Impact: ଦେଶରେ ଦେଖାଦେଲାଣି ବଡ଼ ସଂକଟ, ଦିନକରେ ୪ ଲକ୍ଷ ଲିଟର ଦୁଗ୍ଧ ସଂକଟ

Lumpy Skin Virus Impact ନୂଆଦିଲ୍ଲୀ: ଦେଶରେ ଲମ୍ପିଂ ଭାଇରସ (Lumpi Virus) କାରଣରୁ ପାଖାପାଖି ୬୦ ହଜାର ଗାଈଙ୍କର ମୃତ୍ୟୁ ହୋଇଥିବା ଖବର ସମସ୍ତଙ୍କୁ ତାଜୁବ କରି ପକାଇଛି। ତେବେ ରାଜସ୍ଥାନରେ (Rajsthan) ସର୍ବାଧିକ ଗାଈଙ୍କର ମୃତ୍ୟୁ ହୋଇଥିବା  ସୂଚନା ରହିଛି। ଏପରିକି ୧୧ ଲକ୍ଷ ଗାଈ ଅସୁସ୍ଥ ରହିଥିବା ଜଣାପଡ଼ିଛି। ଗୋରୁଙ୍କ ପାଇଁ ଏହି ଭାଇରସ (Virus) ମହାମାରୀର (Pandemic) ରୂପ ନେଇଛି। ତେବେ ଏହାରି ସିଧାସଳଖ ପ୍ରଭାବ ଆଜି ଦେଶରେ ଦେଖିବାକୁ ମିଳିଛି। କେବଳ ରାଜସ୍ଥାନରେ (Rajsthan) ଦୁଗ୍ଧ ଉତ୍ପାଦନରେ (Milk Production) ପାଖାପାଖି ୪ଲକ୍ଷ ଲିଟର କମ ହୋଇଛି। ରାଜସ୍ଥାନର ଅନେକ ଜିଲ୍ଲାରେ ୫୦ ପ୍ରତିଶତରୁ କମ କ୍ଷୀର ଉତ୍ପାଦନ ହୋଇଥିବା ନେଇ ସୂଚନା ରହିଛି। 

ଫଳସ୍ୱରୂପ, ରାଜସ୍ଥାନର ବୃହତ୍ତମ ଡେରୀ ହାଉସ ସାରସ କ୍ଷୀରକୁ ଲିଟର ପିଛା ୨ ଟଙ୍କା ଖର୍ଚ୍ଚ କରିଛି। ଘିଅ ଉତ୍ପାଦନ ମଧ୍ୟ ହ୍ରାସ ପାଇଛି। ପ୍ରତ୍ୟେକ ଗାଁରେ ଲୁମ୍ପି ଠାରୁ ପ୍ରତ୍ୟେକ ଘରେ ଗାଈ ମରିଯାଉଛନ୍ତି। ବରନା ଗ୍ରାମରୁ ଦୈନିକ ୧୦ ହଜାର ଲିଟର କ୍ଷୀର ବଜାରକୁ ସପ୍ଲାଇ ହୋଇଥାଏ। ତେବେ ଲମ୍ପିର ପ୍ରଭାବ କାରଣରୁ ବର୍ତ୍ତମାନ ମାତ୍ର ୬ ହଜାର ଲିଟର କ୍ଷୀର ବଜାରକୁ ସପ୍ଲାଇ ହେଉଥିବା ଜଣାପଡ଼ିଛି। 

ଜୟପୁର ନିକଟବର୍ତ୍ତି ବରନା ଗ୍ରାମର ବାସିନ୍ଦା ମହେନ୍ଦ୍ର ଶର୍ମା କହିଛନ୍ତି କି ଗାଈମାନେ ଏବେ ରୋଗାକ୍ରାନ୍ତ ରହିଛନ୍ତି। ଏହି ଗୋଶାଳାରେ ୨୭ ଗାଈ ରହିଥିଲେ। କିନ୍ତୁ ଲମ୍ପି ଭାଇରସ କାରଣରୁ ୮ଟି ଗାଈର ମୃତ୍ୟୁ ହୋଇ ଯାଇଛି। ୫ଟି ଗାଈ ଏବେ ବି ରୋଗାକ୍ରାନ୍ତ ରହିଛନ୍ତି। ଗାଈମାନଙ୍କ ଚିକିତ୍ସା ଜାରି ରହିଛି। କୌଣସି ଦିଗରୁ ସାହାଯ୍ୟ ମିଳୁନାହିଁ। ମହେନ୍ଦ୍ର ବ୍ୟାଙ୍କରୁ ଲୋନ ନେଇ ଗାଈ କିଣିଛନ୍ତି। ଗୋଟିଏ ଗାଈର ମୂଲ୍ୟ ପାଖାପାଖି ୭୦ ହଜାର ଟଙ୍କା । ଗାଈଙ୍କର ମୃତ୍ୟୁ ପାଇଁ ଲୋନ ସୁଝିବା କାଠିକର ହେଇ ପଡୁଛି। ଲମ୍ପି ଭାଇରସ କାରଣରୁ କ୍ଷୀର ଉତ୍ପାଦନ ମଧ୍ୟ କମୁଛି। ଆଗରୁ ୧୫୦ ଲିଟର କ୍ଷୀର ସପ୍ଲାଇ କରୁଥିବା ବେଳେ ଏବେ ମାତ୍ର ୭୫ ଲିଟର କ୍ଷୀର ସପ୍ଲାଇ କରୁଥିବା ନେଇ ସେ କହିଚନ୍ତି। 

ଆଉ ଜଣେ କହିଛନ୍ତି କି ଲମ୍ପି ଭାଇରସ କାରଣରୁ ଆମ ଆଖି ଆଗରେ ଗାଈମାନେ ଜୀବନ ହାରିଛନ୍ତି। ସେ କହିଛନ୍ତି କି ତିନିଟି ଗାଈ ଏବେବି ରୋଗାକ୍ରାନ୍ତ ରହିଛନ୍ତି। ୪ଟି ଗାଈଙ୍କର ମୃତ୍ୟୁ ହୋଇ ସାରିଛି। ଏହି ସମସ୍ୟା ବର୍ତ୍ତମାନ ସମଗ୍ର ଗାଁରେ ଦେଖିବାକୁ ମିଳୁଛି। ଗାଁରେ ପ୍ରାୟ ସାଢେ ୩ ହଜାର ଗାଈ ରହିଛନ୍ତି। କିନ୍ତୁ ଲମ୍ପି ଭାଇରସ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଅଢେଇ ଶହ ଗାଈଙ୍କର ମୃତ୍ୟୁ ହୋଇ ସାରିଛି। ୫୦୦ ଗାଈ ବର୍ତ୍ତମାନ ସୁଦ୍ଧା ରୋଗାକ୍ରାନ୍ତ ରହିଛନ୍ତି। ଗ୍ରାମବାସୀମାନେ ଦେଶୀ ପ୍ରଣାଳୀରେ ଚିକିତ୍ସା ଜାରି ରଖିଛନ୍ତି। ସରକାରଙ୍କ ତରଫରୁ କୌଣସି ପ୍ରକାର ସହାୟତା ମିଳୁନଥିବା ସେ କହିଥିଲେ। 

ଅଧିକ ପଢନ୍ତୁ:  ବିଜୁଳି ସୁଧାର ଆଇନକୁ ବିରୋଧ କରିବେ ମୁଖ୍ୟମନ୍ତ୍ରୀ, ବିଜେପିକୁ ବିରୋଧ କରିବ କି ରାଜ୍ୟ