Cabinet Decisions: କେନ୍ଦ୍ର ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ଯୋଗୁଁ ଲକ୍ଷ ଲକ୍ଷ ଲୋକ ପାଇବେ ଚାକିରୀ, ଜାଣନ୍ତୁ ଡିଟେଲ୍ସ
Advertisement

Cabinet Decisions: କେନ୍ଦ୍ର ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ଯୋଗୁଁ ଲକ୍ଷ ଲକ୍ଷ ଲୋକ ପାଇବେ ଚାକିରୀ, ଜାଣନ୍ତୁ ଡିଟେଲ୍ସ

PLI Scheme: ଘରୋଇ ଉତ୍ପାଦନକୁ ଉତ୍ସାହିତ କରିବା ଏବଂ ରୋଜଗାର ସୃଷ୍ଟି କରିବା ହେଉଛି PLI ଯୋଜନାର ଉଦ୍ଦେଶ୍ୟ ।

(ଫାଇଲ ଫଟୋ)

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ଏକ ବୈଠକରେ ଅଟୋ, ଅଟୋ ପାର୍ଟସ ଓ ଡ୍ରୋନ୍ ଶିଳ୍ପ ପାଇଁ ୨୬,୦୫୮ କୋଟି ଟଙ୍କାର ଏକ ପ୍ରଡକ୍ସନ୍ ଲିଙ୍କ୍ ଇନସେଣ୍ଟିଭ୍ (PLI) ଯୋଜନା ଅନୁମୋଦନ କରାଯାଇଛି । ଏହି ସୂଚନା ପ୍ରଦାନ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର (Anurag Thakur) କହିଛନ୍ତି ଯେ ଘରୋଇ ଉତ୍ପାଦନକୁ ଉତ୍ସାହିତ କରିବା ଓ ରୋଜଗାର ସୃଷ୍ଟି କରିବା ହେଉଛି PLI ଯୋଜନାର ଉଦ୍ଦେଶ୍ୟ । ଏହି ନିଷ୍ପତ୍ତି ସହିତ ୭.୬ ଲକ୍ଷରୁ ଅଧିକ ଲୋକ ଅତିରିକ୍ତ ଚାକିରି ପାଇବେ ବୋଲି ଆଶା କରାଯାଉଛି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଭାରତର ଉତ୍ପାଦନ କ୍ଷମତାକୁ ବଢ଼ାଇବା ପାଇଁ କେନ୍ଦ୍ର କ୍ୟାବିନେଟ୍ ୨୬,୦୫୮ କୋଟି ଟଙ୍କା ମୂଲ୍ୟର ଏକ PLI ଯୋଜନା ଅନୁମୋଦନ କରିଛି । PLI ଯୋଜନା ଭାରତରେ ଉନ୍ନତ ଅଟୋମୋବାଇଲ୍ ଟେକ୍ନୋଲୋଜିର ଏକ ବିଶ୍ୱ ଯୋଗାଣ ଶୃଙ୍ଖଳାର ବିକାଶକୁ ଉତ୍ସାହିତ କରିବ ।

କ୍ୟାବିନେଟ୍ ବୈଠକ ପରେ ଅନୁରାଗ ଠାକୁର କହିଛନ୍ତି ଯେ ପାଞ୍ଚ ବର୍ଷ ମଧ୍ୟରେ ଶିଳ୍ପକୁ ୨୬,୦୫୮ କୋଟି ଟଙ୍କା ପ୍ରୋତ୍ସାହନ ଦିଆଯିବ । ସେ କହିଛନ୍ତି ଯେ ପିଏଲଆଇ ଯୋଜନା ଅଧୀନରେ ପାଞ୍ଚ ବର୍ଷ ମଧ୍ୟରେ ୪୨,୫୦୦ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ଓ ୨.୩ ଲକ୍ଷ କୋଟି ଟଙ୍କାରୁ ଅଧିକ ବୃଦ୍ଧି ହେବ ।

ଅଧିକ ପଢ଼ନ୍ତୁ: ବେକାରୀ ଭତ୍ତା ଚାହୁଁଥିଲେ ତୁରନ୍ତ କରନ୍ତୁ ରେଜିଷ୍ଟ୍ରେସନ;ଏହା ହେଉଛି ପକ୍ରିୟା, ତୁରନ୍ତ ମିଳିବ ଲାଭ

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଡ୍ରୋନ୍ ପାଇଁ ପିଏଲଆଇ ଯୋଜନାରେ ତିନି ବର୍ଷରେ ୫ ହଜାର କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ହେବ ବୋଲି ଆଶା କରାଯାଉଛି । ଏଥିରୁ ଜଣାପଡୁଛି ଯେ ଏହା ୧୫୦୦ କୋଟିରୁ ଅଧିକ ବର୍ଦ୍ଧିତ ଉତ୍ପାଦନ ଆଣିବ ।